IRCTCରେ ବୁକ୍‌ ହୋଇପାରୁନି ଟ୍ରେନ୍‌ ଟିକଟ୍ , ଯାତ୍ରୀ ଅସନ୍ତୁଷ୍ଟ

ଟଙ୍କା କଟିଯାଉଛି, କିନ୍ତୁ ଟିକଟ୍‌ ବୁକ୍‌ ହୋଇ ପାରୁନି । ଟିକଟ ବାତିଲ ପାଇଁ 14646,0755-6610661କୁ କଲ୍ କରନ୍ତୁ ।

IRCTC

ରେଳ ଟିକଟ ବୁକିଂ ୱେବସାଇଟ IRCTC ରେ ଟେକ୍ନିକାଲ ତ୍ରୁଟି । ତେଣୁ ଅନଲାଇନରେ ଟିକଟ ବୁକିଂ କରି ହେଉ ନାହିଁ । ଏହା ଦ୍ୱାରା ହଜାର ହଜାର ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଆପ୍ ମଧ୍ୟ ଚାଲୁ ନାହିଁ । ଟଙ୍କା କଟି ଯାଉଥିଲେ ସୁଦ୍ଧା ଟିକଟ ବୁକ୍ ହୋଇ ପାରୁନଥିବା ୟୁଜର ଅଭିଯୋଗ କରିଛନ୍ତି ।

ସେପଟେ ଏକ ବିବୃତ୍ତିରେ IRCTC ପକ୍ଷରୁ କୁହାଯାଇଛି ଯେ, ଟେକ୍ନିକାଲ ତ୍ରୁଟି କାରଣରୁ ଏହାର ସେବା ଉପଲବ୍ଧ ନାହିଁ । ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରାଯାଉଛି। ତେବେ ଏହି ସମୟରେ ବି ଟୁ ସି ପରି ପ୍ଲାଟଫର୍ମ ଆମାଜନ୍, ମେକ୍ ମାଇଁ ଟ୍ରିପ୍ ପରି ଆପ୍ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି ।

ଯଦି କିଏ ଟିକଟ ବାତିଲ କରିବାକୁ ଚାହୁଁଛି, ସେ କଷ୍ଟମର କେୟାର ନମ୍ବରରେ ଫୋନ୍ କରିବାକୁ ପରାମର୍ଶ ଦିଆଯାଇଛି । 14646,0755-6610661 & 0755-4090600 ନମ୍ବରରେ କଲ୍ କରିବାକୁ ବା etickets@irctc.co. ରେ ମେଲ୍ କରିବାକୁ କୁହାଯାଇଛି। ...