ମହିଳା IPSଙ୍କୁ ଯୌନ ନିର୍ଯାତନା, ପୂର୍ବତନ ସ୍ପେସାଲ DG ରାଜେଶ ଦାସଙ୍କୁ ଜେଲ୍

ଘଟଣାକୁ ନେଇ ମାଡ୍ରାସ ହାଇକୋର୍ଟ ଗଭୀର ଚିନ୍ତାପ୍ରକଟ କରିଥିଲେ । ଏହାସହ ତଦନ୍ତର ମନିଟରିଂ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ମାଡ୍ରାସ ହାଇକୋର୍ଟ ।

Tamil Nadu Special DG

ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜି ରାଜେଶ ଦାସଙ୍କୁ ଜେଲ୍ ଦଣ୍ଡ । ୩ ବର୍ଷ ଜେଲ୍ ଓ ୧୦ ହଜାର ଜରିମାନା ଆଦେଶ ଦେଇଛନ୍ତି ଭିଲୁପୁରମ କୋର୍ଟ । ଜଣେ ମହିଳା IPSଙ୍କୁ ଯୌନ ନିର୍ଯାତନା ମାମଲାରେ ତାଙ୍କୁ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ରାଜେଶ ଦାସଙ୍କ ସହ ତତ୍କାଳୀନ ଚେଙ୍ଗାଲପାଟୁ ଏସ୍‌ପିଙ୍କୁ ବି ଜରିମାନା ଆଦେଶ କରାଯାଇଛି ।

୨୦୨୧ ଫେବ୍ରୁଆରୀରେ ରାଜେଶଙ୍କ ନାଁରେ ଅଭିଯୋଗ ଆସିଥିଲା ଯେ, ଏକାଠି ଯିବା ବେଳେ ଗାଡ଼ି ଭିତରେ ସେ ମହିଳା ଆଇପିଏସ୍‌ଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଏହି ମାମଲାରେ ଚୁପ୍ ରହିବାକୁ ଉକ୍ତ IPSଙ୍କୁ ଚାପ ପକାଇଥିଲେ ତତ୍କାଳୀନ ଏସ୍‌ପି । ତେବେ ଏହି ଘଟଣା ପରେ ପରେ ରାଜେଶଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ଘଟଣାକୁ ନେଇ ମାଡ୍ରାସ ହାଇକୋର୍ଟ ଗଭୀର ଚିନ୍ତାପ୍ରକଟ କରିଥିଲେ । ଏହାସହ ତଦନ୍ତର ମନିଟରିଂ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ମାଡ୍ରାସ ହାଇକୋର୍ଟ ।