Advertisment

ସକାଳୁ ସକାଳୁ ୩ ଆତଙ୍କବାଦୀ ନିପାତ

ଜମ୍ମୁ-କାଶ୍ମୀରର ପୁଲ୍‌ୱାମାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟର ଲସ୍କର-ଇ-ତୋଇବା କମାଣ୍ଡର ଅବୁ ହୁରାଇରା ଓ ଆଉ ୨ ଜଣ ଆତଙ୍କବାଦୀ ଅଛନ୍ତି।

ସକାଳୁ ସକାଳୁ ୩ ଆତଙ୍କବାଦୀ ନିପାତ

terrorists killed in encounter

Advertisment

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଲ୍‌ୱାମାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟର ଲସ୍କର-ଇ-ତୋଇବା କମାଣ୍ଡର ଅବୁ ହୁରାଇରା ଓ ଆଉ ୨ ଜଣ ଆତଙ୍କବାଦୀ ଅଛନ୍ତି। ଆଜି ସକାଳୁ ସକାଳୁ ଏହି ଏନ୍‌କାଉଣ୍ଟର ହୋଇଥିଲା। ଆତଙ୍କବାଦୀ ଲୁଚି ରହିଥିବା ଖବରପାଇ ମଙ୍ଗଳବାର ରାତିରେ ପୁଲ୍‌ୱାମା ଟାଉନରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। 

Advertisment

ସୁରକ୍ଷାକର୍ମୀଙ୍କୁ ଦେଖିବା ପରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଯବାନଙ୍କ ପାଲଟା ଜବାବରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି। ଆଉ କିଛି ଆତଙ୍କବାଦୀ ଲୁଚିଥିବା ସନ୍ଦେହ କରାଯାଉଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି। 

କିଛିଦିନ ପୂର୍ବେ, ଉତ୍ତର ପ୍ରଦେଶ ଲକ୍ଷ୍ନୌରୁ ୨ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ଏଟିଏସ୍‌ । ଆତଙ୍କବାଦୀ ସଂଗଠନ ଅଲ କାଏଦା ଲିଙ୍କରେ ଏହି ଆତଙ୍କବାଦୀ ପରିଚାଳିତ ହେଉଥିବା ସୂଚନା ମିଳିଥିଲା । ଉତ୍ତର ପ୍ରଦେଶ ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ୍ ATSର ଅପରେସନ୍ ବେଳେ ଧରା ପଡ଼ିଥିଲେ ଏହି ଦୁଇ ଆତଙ୍କବାଦୀ। ଲକ୍ଷ୍ନୌ ସହରର କାକୋରୀ ଅଞ୍ଚଳରେ ଏହି ଦୁଇ ଆତଙ୍କବାଦୀ ଲୁଚି ରହିଥିଲେ। ଏହାସହ ଆତଙ୍କୀ କାର୍ଯ୍ୟକଳାପ ପାଇଁ ଯୋଜନା କରୁଥିଲେ ବୋଲି ସୂଚନା ମିଳିଥିଲା। 

Advertisment

ଅନ୍ୟପକ୍ଷେ, କୋଲକାତାରେ ୩ ଜଣ ବାଂଲାଦେଶୀ ଆତଙ୍କବାଦୀ ଧରାପଡ଼ିବା ପ୍ରସଙ୍ଗରେ ତନାଘନା ଆରମ୍ଭ ହୋଇଛି। କୋଳକାତା ସହ ଯୋଗାଯୋଗରେ ରହିଥିବା ଓଡ଼ିଶା ଗୁଇନ୍ଦା ଅଧିକାରୀ ଏହା କହିଛନ୍ତି । କୋଲକାତା STF ଦ୍ୱାରା ୩ ଜଣ ଜମାତୁଲ ମୁଜାହିଦ୍ଦିନ ସଦସ୍ୟ ଧରାପଡ଼ିଛନ୍ତି । ସେମାନଙ୍କର ଓଡ଼ିଶା ସହ ଲିଙ୍କ୍ ଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ଓଡ଼ିଶାରେ କିଛି ଆାତଙ୍କବାଦୀ ଲୁଚି ରହିଥିବା ଖବର ମଧ୍ୟ ପ୍ରକାଶ ପାଇଛି ।  

Advertisment
Encounter In Jammu And Kashmir Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ