Advertisment

ଆଇପିସି ଓ ସିଆର୍‌ପିସିରେ ବିଲ୍‌ରେ ସଂଶୋଧନ; ଭିଡ଼ ହିଂସା ପାଇଁ ମୃତ୍ୟୁଦଣ୍ଡ

ଅମିତ ଶାହ କହିଛନ୍ତି, ଭିଡ଼ ହିଂସା ପାଇଁ ନୂଆ ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ଭିଡ଼ ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ୭ ବର୍ଷ କିମ୍ବା ଆଜୀବନ କିମ୍ବା ମୃତ୍ୟୁ ଦଣ୍ଡାଦେଶର ବ୍ୟବସ୍ଥା ରହିଛି ।

Amit Shah

Amit Shah

Advertisment

ମବ୍ ଲିଞ୍ଚିଂ ବା ଭିଡ଼ ହିଂସା ଏକ ଘୃଣିତ ଅପରାଧ ଅଟେ । ଆଉ ଭିଡ଼ ହିଂସା ସୃଷ୍ଟିକାରୀଙ୍କୁ ନୂଆ ଆଇନରେ ମୃତ୍ୟୁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି । ଆଜି ଲୋକସଭାରେ ଆଇପିସି, ସିଆରପିସି ଏବଂ ଭାରତୀୟ ସାକ୍ଷ୍ୟ ଆଇନ ସଂଶୋଧନ ବିଲ୍ ଆଗତ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।

Advertisment

ବିଲ୍ ଉପରେ ବିସ୍ତୃତ ସୂଚନା ଦେଇ ଅମିତ ଶାହ କହିଛନ୍ତି, ଭିଡ଼ ହିଂସା ପାଇଁ ନୂଆ ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ଭିଡ଼ ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ୭ ବର୍ଷ କିମ୍ବା ଆଜୀବନ କିମ୍ବା ମୃତ୍ୟୁ ଦଣ୍ଡାଦେଶର ବ୍ୟବସ୍ଥା ରହିଛି । ଜିରୋ ଏଫ୍‌ଆଇଆର୍‌ ପାଇଁ ମଧ୍ୟ ବିଲ୍‌ରେ ବ୍ୟବସ୍ଥା କରାଯାଇଛି । ଦୁର୍ଘଟଣା ଘଟାଇ ଆହତଙ୍କୁ ଛାଡ଼ି ପଳାଇଗଲେ, ୧୦ ବର୍ଷା ସଜା । ହିଟ୍‌ ଆଣ୍ଡ୍‌ ରନ୍‌ ପାଇଁ ଦୋଷୀକୁ ୧୦ ବର୍ଷ ଜେଲ୍‌ ଦଣ୍ଡ ବ୍ୟବସ୍ଥା । ୯୦ ଦିନରେ ଚାର୍ଜସିଟ୍‌, ସର୍ବାଧିକ ୧୮୦ ଦିନ ଭିତରେ ଫାଇନାଲ୍‌ ଚାର୍ଜସିଟ୍‌ ଦାଖଲ କରିବେ । ତଦନ୍ତ ପାଇଁ ୧୮୦ ଦିନରୁ ଅଧିକ ଦରକାର ହେଲେ କୋର୍ଟ ଅନୁମତି ଜରୁରୀ । ମହିଳା ଏବଂ ଶିଶୁ ବିରୋଧୀ ହିଂସା ଏଡ଼ାଇବା ପାଇଁ ବ୍ୟାପକ ବ୍ୟବସ୍ଥା ରହିଛ ।

ବ୍ରିଟିଶ ଶାସନ ସମୟରୁ ପ୍ରଚଳିତ ଭାରତୀୟ ଅପରାଧିକ ଆଇନରେ ହୋଇଛି ପରିବର୍ତ୍ତନ। ଏଣିକି ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ। ଏବେ ଅପରାଧ ପାଇଁ ଭାରତୀୟ ନ୍ୟାୟ ସଂହିତା ବଳରେ ଦଣ୍ଡବିଧାନ କରାଯିବ। କାରଣ ରାଜ୍ୟସଭା ପରେ ଲୋକସଭାରେ ପାରିତ ହୋଇଛି ଭାରତୀୟ ନ୍ୟାୟ ସଂହିତା ବିଲ୍‌। ରାଷ୍ଟ୍ରପତି ମୋହର ମାରିବା କ୍ଷଣି ଏହା ଆଇନରେ ପରିବର୍ତ୍ତନ ହେବ।

Advertisment

ଭାରତ ସରକାର ବ୍ରିଟିଶ ଅମଳର ଆଇନକୁ ବଦଳାଇବା ପାଇଁ ମୋଟ ୩ଟି ବିଲ୍‌ ଆଣିଥିଲେ। ୧୮୬୦ ମସିହାକୁ ପ୍ରଚଳିତ ଆଇପିସି ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବ। ସେହିପରି ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ପ୍ରମାଣ ଆଇନ ୧୮୭୨(ଆଇଇଏ) ବଦଳରେ ଭାରତୀୟ ସାକ୍ଷ୍ୟ ଆଇନ ଲାଗୁ କରାଯିବ।

ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହାକୁ ଆଜି ଲୋକସଭାରେ ଉପସ୍ଥାପନ କରିଥିଲେ। ଏହାପରେ ସେ ବିଲ୍‌ରେ ଥିବା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ବିରୋଧୀ ଦଳର ଅଧିକାଂଶ ସାଂସଦ ନିଲମ୍ବିତ ହୋଇଥିବାରୁ ଲୋକସଭା ପୂରା ଖାଲି ପଡ଼ିଥିଲା। ଏହାରି ଭିତରେ ଅମିତ ଶାହ ୩ ବିଲ୍‌ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିସହ ୩ ବିଲ୍‌କୁ ବିନା ବିରୋଧରେ ପାସ୍‌ ମଧ୍ୟ କରାଇଥିଲେ। 

Advertisment
Amit Shah Parliament Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ