Advertisment

ଜାମ୍ମୁରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ୍‌

ଜାମ୍ମୁ ଓ କାଶ୍ମୀରର ଅବନ୍ତିପୋରା ଟ୍ରାଲ ସେରର ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆଙ୍କବାଦୀ ମୃତ। ନିହତ ଆତଙ୍କବାଦୀମାନେ ଜୈଶ-ଏ-ମହମ୍ମଦ ସଂଗଠନର ସଦସ୍ୟ ବୋଲି କାଶ୍ମୀର ଜୋନ୍ ପୋଲିସ ପକ୍ଷରୁ କୁହାଯାଇଛି। ତେବେ ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣକ ନାଁ ଓ୍ୱକିଲ ଶାହ ବୋଲି ଜଣାପଡ଼ଛି। ସେମାନଙ୍କ ପାଖରୁ ୩ଟି ରାଇଫଲ୍ ଜବତ ହୋଇଛି।

ଜାମ୍ମୁରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ୍‌

jammu

Advertisment

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଅବନ୍ତିପୋରା ଟ୍ରାଲ ସେରର ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆଙ୍କବାଦୀ ମୃତ। ନିହତ ଆତଙ୍କବାଦୀମାନେ ଜୈଶ-ଏ-ମହମ୍ମଦ ସଂଗଠନର ସଦସ୍ୟ ବୋଲି କାଶ୍ମୀର ଜୋନ୍ ପୋଲିସ ପକ୍ଷରୁ କୁହାଯାଇଛି। ତେବେ ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣକ ନାଁ ଓ୍ୱକିଲ ଶାହ ବୋଲି ଜଣାପଡ଼ଛି। ସେମାନଙ୍କ ପାଖରୁ ୩ଟି ରାଇଫଲ୍ ଜବତ ହୋଇଛି। ଗୁଳି ବିନମୟ ପରେ ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଟ୍ରାଲ ଜଙ୍ଗଲରେ ଆତଙ୍କବାଦୀମାନେ ଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀ ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ତେବେ ପାହାନ୍ତିଆରେ ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀ ଏହାର ଜବାବ ଦେବାରୁ ୩ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା। ମୃତ ଆତଙ୍କବାଦୀ ଓ୍ୱକିଲ ଶାହ ଟ୍ରାଲର ବିଜେପି ନେତା ରାକେଶ ପଣ୍ଡିତ ହତ୍ୟା ଘଟଣାରେ ସାମିଲ ଥିଲା ବୋଲି କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି।

Advertisment

ସୂଚନା ଅନୁସାରେ, ଜାମ୍ମୁରେ ଅଗଷ୍ଟ ୧୩ରେ ବିଜେପି ନେତାଙ୍କୁ ଆକ୍ରମଣ ହୋଇଥିଲା। ରଜୌରୀ ଜିଲ୍ଲାର ବିଜେପି ନେତା ଜସବୀର ସିଂହଙ୍କ ଘରେ ଗ୍ରେନେଡ଼୍‌ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୫ ଜଣ ଆହତ ମଧ୍ୟ ହୋଇଥିଲେ। ତେବେ ଏହି ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ହାତ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଥିଲା। ଆଉ ଆକ୍ରମଣ ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳକୁ ତତ୍‌କ୍ଷଣାତ୍‌ ପୋଲିସ ନାକାବନ୍ଦୀ କରିଦେଇଥିଲା। ଘଟଣାସ୍ଥଳରେ ପୋଲିସ୍‌ ଏଡ଼ିଜି ବି ପହଞ୍ଚିଥିଲେ। ଆକ୍ରମଣ କେମିତି ହେଲା ଓ କିଏ କଲା ତାହାର ତଦନ୍ତ ଚାଲିଥିଲା। ଆଉ ଆଜି ଏନେଇ ପୋଲିସକୁ ବଡ଼ ପ୍ରମାଣ ମିଳିଥିବା ନେଇ ସୂଚନା ମିଳିଛି।

Advertisment

ଏହାପୂର୍ବରୁ ସୀମା ସୁରକ୍ଷାବଳୟ ଉପରେ ଗତ ଅଗଷ୍ଟ ୧୨ ତାରିଖରେ ପୁଣି ଥରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ଆତଙ୍କବାଦୀ ସଂଗଠନ। କମ୍ବିଂ ଅପରେସନ୍‌ କରୁଥିବାବେଳେ ଅଚାନକ୍‌ ବିଏସଏଫଙ୍କ ଉପରେ ଆକ୍ରମଣ କରିଥିଲେ ଆତଙ୍କୀ। ଆଉ ଆକ୍ରମଣର କଡ଼ା ଜବାବ ଦେବାକୁ ଯାଇ ଆତଙ୍କୀ ଉପରେ ପ୍ରବଳ ଗୁଳିବର୍ଷା କରିଥିଲେ ଭାରତୀୟ ଯୱାନ। ସେହ

India JammuKashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ