Advertisment

’ପୋଲିସ୍ ଷ୍ଟେସନରେ ମାନବିକ ଅଧିକାର ସର୍ବାଧିକ ବିପଦପୂର୍ଣ୍ଣ, ଥାନାରେ ଏବେ ବି ନିର୍ଯାତନା ଜାରି’

ସାରା ଦେଶରେ ଥିବା ପୋଲିସ୍ ଷ୍ଟେସନରେ ମାନବିକ ଅଧିକାରର ଉଲ୍ଲଂଘନ ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରି ଏନ. ଭି. ରମନ୍ନା । ପୋଲିସ୍ ନିର୍ଯାତନା ସମେତ ହେପାଜରେ ନିର୍ଯାତନା ସମାଜରେ ପ୍ରଚଳିତ ପ୍ରଥା ପରି ରହିଛି

ଅଦ୍ୟତନ ହୋଇଛି
’ପୋଲିସ୍ ଷ୍ଟେସନରେ ମାନବିକ ଅଧିକାର ସର୍ବାଧିକ ବିପଦପୂର୍ଣ୍ଣ, ଥାନାରେ ଏବେ ବି ନିର୍ଯାତନା ଜାରି’

threat-to-human-right

Advertisment

ଥାନାରେ 'ମାନବିକ ଅଧିକାର ଏବଂ ମାନବିକ ସମ୍ମାନକୁ ସବୁଠାରୁ ବଡ ବିପଦ।' ଜାତୀୟ ଆଇନ ସେବା ପ୍ରାଧିକରଣର ମୋବାଇଲ୍ ଆପ୍ ଉନ୍ମୋଚନ ପାଇଁ ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ. ଭି. ରମନ୍ନ‌ା ଏପରି କହିଛନ୍ତି । ପୋଲିସ ଷ୍ଟେସନରେ ହିଁ ମାନବିକ ଅଧିକାରର ଉଲ୍ଲଂଘନ ହେଉଥିବା ବେଳେ ଶାରୀରିକ ନିର୍ଯାତନା ଦିଆଯାଉଛି । ଗିରଫ କିମ୍ବା ଅଟକ ଥିବା ବ୍ୟକ୍ତିଙ୍କୁ ଆବଶ୍ୟକ ସ୍ଥଳେ ଆଇନଗତ ସହାୟତା ମିଳୁନାହିଁ ।

Advertisment

ସାରା ଦେଶରେ ଥିବା ପୋଲିସ୍ ଷ୍ଟେସନରେ ମାନବିକ ଅଧିକାରର ଉଲ୍ଲଂଘନ ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରି ଏନ. ଭି. ରମନ୍ନା । ପୋଲିସ୍ ନିର୍ଯାତନା ସମେତ ହେପାଜତରେ ନିର୍ଯାତନା ସମାଜରେ ପ୍ରଚଳିତ ପ୍ରଥା ପରି ରହି ଆସିଛି । ସାମ୍ବିଧାନିକ ଘୋଷଣା ଏବଂ ଗ୍ୟାରେଣ୍ଟି ସତ୍ତ୍ୱେ ଗିରଫ କିମ୍ବା ବନ୍ଦୀ ହୋଇଥିବା ବ୍ୟକ୍ତିଙ୍କୁ ଆଇନଗତ ସହାୟତା ଦିଆଯାଉନାହିଁ, ଯାହା ସେମାନଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ।

ଦେଶର ଏପରି ବର୍ଗ ନ୍ୟାୟ ବ୍ୟବସ୍ଥାର ବାହାରେ। ନ୍ୟାୟପାଳିକା ଯଦି ଗରିବ ଏବଂ ଦଳିତଙ୍କ ବିଶ୍ୱାସ ଜିତିବାକୁ ଚାହୁଁଛି, ତେବେ ସହଜରେ ଏପରି କିଛି ବ୍ୟବସ୍ଥା ଉପଲବ୍ଧ କରିବାକୁ ପଡ଼ିବ । ଯଦ୍ୱାରା ହେପାଜତରେ ମଧ୍ୟ ସେମାନଙ୍କୁ ନିଜର ଅଧିକାର ମିଳିପାରିବ । ପୋଲିସର ନିର୍ଯାତନା ରୋକିବା ପାଇଁ ଆଇନଗତ ସହାୟତାର ସାମ୍ବିଧାନିକ ଅଧିକାର ସେବା ଉପଲବ୍ଧତା ବିଷୟରେ ଲୋକଙ୍କୁ ଅବଗତ କରାଇବା ଆବଶ୍ୟକ ।

Advertisment

ହେପାଜତରେ ହେଉଥିବା ନିର୍ଯାତନା ରୋକିବା ପାଇଁ ପ୍ରତ୍ୟେକ ପୋଲିସ ଷ୍ଟେସନରେ ଡିସପ୍ଲେ ବୋର୍ଡ ଏବଂ ହୋର୍ଡିଂ ଲଗାଇବା ଆବଶ୍ୟକ । ଦେଶର ପୋଲିସ ଅଧିକାରୀଙ୍କୁ ସମ୍ବେଦନଶୀଳ କରିବା ପାଇଁ ନାଲସା ପଦକ୍ଷେପ ନେବା ଉଚିତ। ସମାଜର ଦୁର୍ବଳ ବର୍ଗଙ୍କୁ ମାଗଣା ଆଇନ ସେବା ଯୋଗାଇବା ଏବଂ ବିବାଦର ସମାଧାନ ଦିଗରେ ଲୋକ ଅଦାଲତମାନଙ୍କୁ ସଂଗଠିତ କରିବା ପାଇଁ ଆଇନ ସେବା ପ୍ରାଧିକରଣ ଅଧିନିୟମ, 1987 ଅନୁଯାୟୀ ନାଲସା ଗଠନ କରାଯାଇଥିଲା । ଏହାସହ ଆଇନଜୀବୀ, ବିଶେଷକରି ବରିଷ୍ଠ ଆଇନଜୀବୀଙ୍କୁ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ କହିଛନ୍ତି ମୁଖ୍ୟ ବିଚାରପତି । ଅନ୍ୟପଟେ ଏହି "ସେବାର ସନ୍ଦେଶକୁ ବିସ୍ତାର କରିବାକୁ ଗଣମାଧ୍ୟମକୁ ଅନୁରୋଧ ମଧ୍ୟ କରିଥିଲେ ।

Advertisment
Custodial Torture Chief Justice Human Rights
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ