Advertisment

7th Pay Commission: ଏହି ରାଜ୍ୟ ସରକାର ବଢ଼େଇଲେ କର୍ମଚାରୀଙ୍କ ଦରମା

ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଧାରୀଙ୍କ ପାଇଁ ଖୁସି ଖବର। ପଶ୍ଚିମବଙ୍ଗ ସରକାର ମହଙ୍ଗା ଭତ୍ତା(DA) ଓ ମହଙ୍ଗା ରିଲିଫ୍(DR) ବୃଦ୍ଧି କରିଛନ୍ତି।

This state government announced 6 percent hike in DA for employees

This state government announced 6 percent hike in DA for employees

Advertisment

ପଶ୍ଚିମବଙ୍ଗ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଧାରୀଙ୍କ ପାଇଁ ଖୁସି ଖବର। ପଶ୍ଚିମବଙ୍ଗ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା(DA) ଓ ପେନ୍‌ସନ୍‌ଧାରୀଙ୍କ ମହଙ୍ଗା ରିଲିଫ୍(DR) ବୃଦ୍ଧି କରିଛନ୍ତି। ମହଙ୍ଗା ଭତ୍ତା ବେସିକ୍‌ ପେ’ର ୬ ପ୍ରତିଶତ ବୃଦ୍ଧି କରାଯାଇ ଥିବାବେଳେ ମାର୍ଚ୍ଚ ୧ରୁ ଏହା ଲାଗୁ ହେବ। ସପ୍ତମ ବେତନ କମିଶନ(7th Pay Commission) ଆଧାରରେ ଏହି ଘୋଷଣା ହୋଇଛି। 

Advertisment

ସଂଶୋଧିତ ବେସିକ୍‌ ପେ’ ଓ ଅଣ-ଭତ୍ତା ଉପରେ ଆଧାର କରାଯାଇ ମହଙ୍ଗା ଭତ୍ତାର ହିସାବ କରାଯିବ। ଯଦି କୌଣସି ଅନ୍ୟ ଭତ୍ତା ନାହିଁ, ତା’ହେଲେ କେବଳ ବେସିକ୍‌ ପେ’ ଓ ମହଙ୍ଗା ଭତ୍ତା ହିଁ ହିସାବ ହେବ। ତେବେ ବର୍ଦ୍ଧିତ ମହଙ୍ଗା ଭତ୍ତା ଶିକ୍ଷକ ଓ ଅନ୍ୟ ସରକାରୀ ଅନୁଷ୍ଠାନ କର୍ମଚାରୀଙ୍କ ପାଇଁ ଲାଗୁ କରାଯିବ। ସେହିପରି ସଂଶୋଧିତ ପେନ୍‌ସନ୍‌ ଉପରେ ମହଙ୍ଗା ରିଲିଫ୍‌ ହିସାବ ହେବ।

ସେପଟେ ହୋଲି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା(DA) ବୃଦ୍ଧି ନେଇ ଆଶା କରାଯାଉଛି। ବର୍ଷକୁ ୨ଥର ମହଙ୍ଗା ଭତ୍ତା ବୃଦ୍ଧି ହୋଇଥାଏ। ହୋଲି ଓ ଦୀପାବଳିର ଠିକ୍‌ ପୂର୍ବରୁ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା ହୋଇଥାଏ। ପ୍ରଥମ ମହଙ୍ଗା ଭତ୍ତା ବୃଦ୍ଧି ଜାନୁଆରୀ ୧ରୁ ଲାଗୁ ହୋଇ ଥିବାବେଳେ ଦ୍ୱିତୀୟ ମହଙ୍ଗା ଭତ୍ତା ବୃଦ୍ଧି ଜୁଲାଇ ୧ରେ ଲାଗୁ କରାଯାଇଥାଏ। 

Advertisment

ତେବେ ଆସନ୍ତା ମାର୍ଚ୍ଚ ୮ରେ ହୋଲି ପାଳନ ହେବ। ତେଣୁ ଏହା ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି। ଯଦି ମହଙ୍ଗା ଭତ୍ତା ବୃଦ୍ଧି ହୁଏ, ତା’ହେଲେ ଏହାଦ୍ୱାରା କୋଟି କୋଟି ସରକାରୀ କର୍ମଚାରୀ ଉପକୃତ ହେବେ। 

DA Hike 7th Pay Commission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ