Advertisment

ସାବଧାନ ! ତେଲ ଟାଙ୍କିରେ ଦେଉଛନ୍ତି କି ଡେବିଟ୍‌ କାର୍ଡ ? ଖାଲି ହୋଇଯାଇପାରେ ଆକାଉଣ୍ଟ...

ପିଓଏସ୍‌ ମେସିନ ଦ୍ୱାରା ତାଙ୍କ ଡେବିଟ କାର୍ଡର ତଥ୍ୟକୁ ହ୍ୟାକ କରି ସାଇବର ଲୁଟେରାମାନେ ତାଙ୍କୁ ଚୂନ ଲଗାଇଛନ୍ତି ।

ଅଦ୍ୟତନ ହୋଇଛି
Cyber Fraud In Petrol Pump

Cyber Fraud In Petrol Pump

Advertisment

ମାତ୍ର ୪ ଲିଟର ପେଟ୍ରୋଲ ପକାଇ ଦେଲେ ୧୬ ହଜାର ଟଙ୍କା । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କାରଣ ପେଟ୍ରୋଲ ରେଟ୍ ଏବେ ଏତେ ଯେ, ଏହାର ଦର ସମସ୍ତଙ୍କ ଜିଭ ଅଗରେ । ତେଣୁ ଆପଣ ଏବେ ମନେ ମନେ ହିସାବ କରିସାରିଥିବେ ଯେ, ୪ ଲିଟର ପେଟ୍ରୋଲ ଦର ପ୍ରାୟ ୪୧୫ ଟଙ୍କା ହେବ । କିନ୍ତୁ ୧୬ ହଜାର ଟଙ୍କା କାହିଁକି ଜଣେ ଦେବ । ଏ ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଆସୁଥିବ ।

Advertisment

ତେବେ ଏଭଳି ଏକ ଦୁଃସ୍ଥିତି ବା ଠକେଇର ସାମ୍ନା କରିଛନ୍ତି ଗୁଜରାଟ ଦେବଭୂମିର ଜଣେ ୩୪ ବର୍ଷୀୟ ଯୁବ ଚାଷୀ ବିଶାଲ ହିରପାରା । ସେ ୪ ଲିଟର ପେଟ୍ରୋଲ ପାଇଁ ଡେବିଟ କାର୍ଡ ବ୍ୟବହାର କରିଥିଲେ। ତାପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୬ ହଜାର ଟଙ୍କା କଟି ଯାଇଥିଲା । ପିଓଏସ୍‌ ମେସିନ ଦ୍ୱାରା ତାଙ୍କ ଡେଭିଟ କାର୍ଡର ତଥ୍ୟକୁ ହ୍ୟାକ କରି ସାଇବର ଲୁଟେରାମାନେ ତାଙ୍କୁ ଚୂନ ଲଗାଇଛନ୍ତି ।

ବିଶାଲ ୪ ଲିଟର ପେଟ୍ରୋଲ ପାଇଁ କାର୍ଡ ଦ୍ୱାରା ପେମେଣ୍ଟ କରିଥିଲେ। ହେଲେ ସେ ଡେବିଟ କାର୍ଡ ପିଓଏସ ପଏଣ୍ଟରେ ଲଗାଇବା କ୍ଷଣି ସାଇବର ଠକମାନେ ତାଙ୍କ ଆକାଉଣ୍ଟରେ ଥିବା ସମସ୍ତ ୧୬ ହଜାର ଟଙ୍କା ଲୁଟି ନେଇଛନ୍ତି । ଏକଥା ତାଙ୍କୁ ଆଚମ୍ବିତ କରିଛି । ସେ ହଠାତ୍‌ ବୁଝିପାରି ନଥିଲେ କେମିତି ଏମିତି ହେଲା ।

Advertisment

ଏକଥା ଜାଣିବା ପରେ ବିଶାଲ ତୁରନ୍ତ ସାଇବର କ୍ରାଇମ ହେଲପଲାଇନକୁ ଫୋନ କରି ଅଭିଯୋଗ ଦାଖଲ କରିଛନ୍ତି । ବିଶାଲଙ୍କ କହିବା କଥା ଯେ ସେ କେବେ ହେଲେ ତାଙ୍କ ଡେବିଟ କାର୍ଡର ତଥ୍ୟ କାହାକୁ ଦେଇ ନାହାନ୍ତି। ଅନଲାଇନ ବ୍ୟାଙ୍କିଂ ତଥ୍ୟ ତାଙ୍କ ଛଡ଼ା ଆଉ କାହାକୁ ଜଣାନଥିଲା। ତଥାପି ସେ ସାଇବର ଠକାମୀରେ ପଡ଼ିଥିବାରୁ ଆଶ୍ଚର୍ଯ୍ୟ ହୋଇଛନ୍ତି।

Cyber Crime Cyber Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ