Astrospeak
  • Live TV
  • Read In English

ପ୍ରେମ ବିବାହ ପାଇଁ ଭୟଙ୍କର ଦଣ୍ଡ : ପେପର କଟରରେ ଝିଅର ବେକ କାଟିବାକୁ ବାପାର ଉଦ୍ୟମ

କାଳ ସାଜିଲା ପ୍ରେମ ବିବାହ । ବଇରୀ ସାଜିଲା ବାପା । ଝିଅକୁ ଜୀବନରୁ ମାରିଦେବାକୁ ଉଦ୍ୟମ । ଭଲ ପାଇ ବିବାହ କରିଥିବାରୁ ତାମିଲନାଡୁ ତିରୁପୁରରେ ଜଣେ ବାପା ନିଜ ଝିଅର ବେକ୍ କାଟି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ହେଲେ ସୌଭାଗ୍ୟବଶତଃ ଝିଅଟି ବଞ୍ଚିଯାଇଛି । ପାଳିପୋଷି ବଡ଼ କରିଥିଲି, ପ୍ରତିବଦଳରେ ସମାଜରେ ବଦନାମ କଲା କହି ହିତାହିତ ହରାଇଥିଲେ ଅଭିଯୁକ୍ତ ବାପା

thiruppur
ଅଭିଯୁକ୍ତ ବାପା

News Summary

ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ୍

ଗିରଫ ହେବା ପରେ ଅଭିଯୁକ୍ତ କହିଲା, ମୁଁ ପ୍ରେମ ବିବାହକୁ ଘୃଣା କରେ

ତିରୁପୁର : କାଳ ସାଜିଲା ପ୍ରେମ ବିବାହ । ବଇରୀ ସାଜିଲା ବାପା । ଝିଅକୁ ଜୀବନରୁ ମାରିଦେବାକୁ ଉଦ୍ୟମ । ଭଲ ପାଇ ବିବାହ କରିଥିବାରୁ ତାମିଲନାଡୁ ତିରୁପୁରରେ ଜଣେ ବାପା ନିଜ ଝିଅର ବେକ୍ କାଟି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ହେଲେ ସୌଭାଗ୍ୟବଶତଃ ଝିଅଟି ବଞ୍ଚିଯାଇଛି । ପାଳିପୋଷି ବଡ଼ କରିଥିଲି, ପ୍ରତିବଦଳରେ ସମାଜରେ ବଦନାମ କଲା କହି ହିତାହିତ ହରାଇଥିଲେ ଅଭିଯୁକ୍ତ ବାପା । ପେପର କଟର ବ୍ୟବହାର କରି ଝିଅକୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ ।

ଅଭିଯୁକ୍ତ ବାପା ପୂରାଜା ଚିତ୍ରକର ଭାବରେ କାମ କରନ୍ତି । ତାଙ୍କର ୧୯ ବର୍ଷୀୟ ସାନ ଝିଅ ପ୍ରିୟଙ୍କା ୨୫ ବର୍ଷୀୟ ମହମ୍ମଦ ୟାସିନଙ୍କ ପ୍ରେମରେ ପଡିଥିଲେ । ପୋଷାକ କାରଖାନାରେ ଉଭୟଙ୍କ ଦେଖାସାକ୍ଷାତ ହୋଇଥିଲା । ଏକାଠି କାମ କରୁ କରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିଥିଲା, ଆଉ ବନ୍ଧୁତା ପରେ ପ୍ରେମରେ ପରିଣତ ହେଲା । ଉଭୟ ଗତ ଚାରି ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ । ଉଭୟଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ରାଗିଯାଇଥିଲେ ପୂରାଜା । ପ୍ରିୟଙ୍କାଙ୍କୁ ଚେତାବନୀ ଦେଇ ବଡ଼ ଭଉଣୀ ଘରେ ଛାଡି ଦେଇ ଆସିଥିଲେ । ହେଲେ ସବୁ ବାଧାକୁ ଆଡ଼େଇ ପ୍ରିୟଙ୍କା ଏବଂ ୟାସିନ୍ ୧୬ ଜୁଲାଇରେ ଘରୁ ପଳାଇ ବିବାହ କରିଥିଲେ । ଏହା ପରେ ପ୍ରିୟଙ୍କା ୟାସିନଙ୍କ ପରିବାର ସହିତ ରହୁଥିଲେ ।

ଘଟଣା ଦିନ ପ୍ରିୟଙ୍କା ଏକୁଟିଆ ଥିଲେ, ପରିବାର ଲୋକ ସମସ୍ତେ କାମ ପାଇଁ ବାହାରକୁ ଯାଉଥିଲେ । ଏହାର ସୁଯୋଗ ନେଇ ବାପା ପୂରାଜା ମଦ ପିଇ ଝିଅ ଘର ଭିତରକୁ ପଶି ଆସିଥିଲେ । ମୋ ଇଚ୍ଛା ବିରୁଦ୍ଧରେ ବିବାହ କରିଥିବା କହି ପ୍ରିୟଙ୍କାଙ୍କ ଉପରେ ଆକ୍ରମଣ କରିଥିଲେ । ସାଙ୍ଗରେ ନେଇ ଆସିଥିବା ଏକ ପେପର୍ କଟରରେ ଝିଅର ବେକ କାଟିବାକୁ ଉଦ୍ୟମ କରିଥିଲେ । ଫଳରେ ଯନ୍ତ୍ରଣାରେ ଚିତ୍କାର କରିଥିଲେ ପ୍ରିୟଙ୍କା ।

ପ୍ରିୟଙ୍କାଙ୍କ ପାଟି ଶୁଣି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ ପଡୋଶୀ । ଆଉ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅଭିଯୋଗ ପରେ ପୋଲିସ ପୂଜାରାଙ୍କୁ ଗିରଫ କରିଛି । ​​ତେବେ ଗିରଫ ହେବା ପରେ ବି ତାଙ୍କ ମନରେ ଝିଅକୁ ଆକ୍ରମଣ କରିଥିବାର କୌଣସି ଅବଶୋଷ ନାହିଁ । ମୁଁ ପ୍ରେମ ବିବାହକୁ ଘୃଣା କରେ, ଏଥିପାଇଁ ଝିଅକୁ ମାରିବାକୁ ଚେଷ୍ଟା କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ ।