Advertisment

ଦୀର୍ଘଦିନ ହେବ UPI ପେମେଣ୍ଟ ନ କରୁଥିଲେ, ନୂଆବର୍ଷରୁ ବନ୍ଦ ହୋଇଯିବ ଆକାଉଣ୍ଟ

ଯଦି ଆମେ କହିବା କି ଏଣିକି UPI ଆଉ କାମ ଦେବନି । ତେବେ ବିଶ୍ୱର ଅଧାରୁ ଅଧିକ ଲୋକଙ୍କୁ ଝଟକା ଲାଗିବ । ତେବେ ୟୁପିଆଇ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ନାହିଁ ।

ଅଦ୍ୟତନ ହୋଇଛି
UPI Payment

UPI Payment

Advertisment

ନୂଆବର୍ଷରେ ନୂଆ ନିୟମ । ଏଣିକି ନୂଆବର୍ଷରୁ କାମ ଦେବନି UPI ଆଇଡି । ଯେଉଁମାନେ ଦୀର୍ଘ ଦିନ ହେବ ନିଜ UPI ବ୍ୟବହାର କରୁନାହାନ୍ତି । ତେବେ ତାଙ୍କ ଆକାଉଣ୍ଟକୁ ବନ୍ଦ କରିଦିଆଯିବ । ନ୍ୟାସନାଲ୍‌ ପେମେଣ୍ଟ କର୍ପୋରେସନ୍‌ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ବର୍ତ୍ତମାନ ସମୟରେ ଲୋକେ ୟୁପିଆଇ ସହ ଏତେ ଜଡ଼ିତ ରହିଛନ୍ତି ଯେ, ପକେଟ୍‌ରେ ଟଙ୍କା ହିଁ ରଖୁନାହାନ୍ତି । ତେବେ ଯଦି ଆମେ କହିବା କି ଏଣିକି UPI ଆଉ କାମ ଦେବନି । ତେବେ ବିଶ୍ୱର ଅଧାରୁ ଅଧିକ ଲୋକଙ୍କୁ ଝଟକା ଲାଗିବ । ତେବେ ୟୁପିଆଇ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ନାହିଁ । କେବଳ ଯେଉଁମାନେ ବର୍ଷେରୁ ଅଧିକ ସମୟ ହେବ ନିଜ UPI କୁ ବ୍ୟବହାର କରିନାହାନ୍ତି । ସେମାନଙ୍କ ଆକାଉଣ୍ଟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ । ଜାନୁଆରୀ ୧ରୁ ଏହି ଆକାଉଣ୍ଟଗୁଡ଼ିକୁ ବନ୍ଦ କରିଦିଆଯିବ ବୋଲି ନ୍ୟାସନାଲ୍‌ ପେମେଣ୍ଟ କର୍ପୋରେସନ୍‌(NCPI) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାଛଡ଼ା ନୂଆବର୍ଷରୁ ସିମ୍‌କାର୍ଡ କିଣିବା ପାଇଁ କାଗଜ ଫର୍ମ KYC ପୂରଣ କରିବାକୁ ପଡ଼ିବ ନାହିଁ । ଏହି ପ୍ରକ୍ରିୟାର ବଦଳାଇ ପେପର୍‌ ଲେସ୍‌ KYC ପ୍ରଣାଳୀ ଆରମ୍ଭ ହେବ । ନୂତନ ସିମ୍ କାର୍ଡ ପାଇଁ ଆଧାର କାର୍ଡ ଲିଙ୍କ୍‌ ତଥା ଡିଜିଟାଲ୍ KYC ପ୍ରକ୍ରିୟା ଏଣିକି ଆବଶ୍ୟକ ।

Advertisment

ଯଦି ଆପଣ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ (ITR) ଦାଖଲ କରିନାହାଁନ୍ତି, ତେବେ ଏହା କରିବାର ଅନ୍ତିମ ତାରିଖ ହେଉଛି ଡିସେମ୍ବର ୩୧ । ଯଦି ଆପଣ ବିଳମ୍ବ କରୁଛନ୍ତି, ତେବେ ଆପଣଙ୍କୁ ୫ ହଜାର ଟଙ୍କା ଫାଇନ୍‌ ଦେବାକୁ ପଡ଼ିବ ।

NCPI UPI Payment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ