ଏଣିକି ଘରେ ବସି ଅର୍ଡର କରି ପାରିବେ ମଦ ! ଏହି ସବୁ ରାଜ୍ୟ କରୁଛନ୍ତି ବଡ଼ ପ୍ଲାନ୍‌...

ଘରେ ମଦ ଡେଲିଭରି ଆରମ୍ଭ ହେବାକୁ ଯାଉଛି ! ଏନେଇ ଚାଲିଛି ପାଇଲଟ୍ ପ୍ରୋଜେକ୍ଟ । ସ୍ବିଗି, ବିଗ୍ ବାସ୍କେଟ୍, ଜୋମାଟୋ ଓ ବ୍ଲିଙ୍କିଟ୍‌ରେ ମଦ ଡେଲିଭରି ହେବ । 

home delivery of liquor

ଏଣିକି ଲୋକମାନେ ଘରେ ବସି ଅର୍ଡର କରି ପାରିବେ ମଦ । କାରଣ ଘରେ ମଦ ଡେଲିଭରି ଆରମ୍ଭ ହେବାକୁ ଯାଉଛି। ଏନେଇ ଚାଲିଛି ପାଇଲଟ୍ ପ୍ରୋଜେକ୍ଟ । ବର୍ତ୍ତମାନ ଦିଲ୍ଲୀ, ପଞ୍ଜାବ, ହରିୟାଣା, କେରଳ, କର୍ଣ୍ଣାଟକ, ଗୋଆ, ତାମିଲନାଡୁରେ ପାଇଲଟ୍ ପ୍ରକଳ୍ପ ଚାଲିଛି । କିଙ୍ଗଫିସର୍‌ ଓ ଏବି ଇନ୍‌ବେଭ ସମେତ ଅନେକ ମଦ କମ୍ପାନି ଏହି ଦିଗରେ ଉଦ୍ୟମ କରୁଛନ୍ତି । 

ମଦ କମ୍ପାନିଗୁଡିକ ଏହି ରାଜ୍ୟଗୁଡିକରେ ଘରୋଇ ମଦ ବିତରଣକୁ ମଧ୍ୟ ସମର୍ଥନ କରିଛନ୍ତି, କିନ୍ତୁ ଆରମ୍ଭରେ ବିୟର-ୱାଇନ ଓ କମ୍ ଆଲ୍‌କୋହଲ ଥିବା ମଦ ଡେଲିଭରି ବିଷୟରେ ଆଲୋଚନା ହେଉଛି । ଏଥିପାଇଁ କମ୍ପାନୀଗୁଡିକ ସ୍ବିଗି, ବିଗ୍ ବାସ୍କେଟ୍, ଜୋମାଟୋ ଓ ବ୍ଲିଙ୍କିଟ୍‌ରେ ମଦ ଡେଲିଭରି କରିବାକୁ ଯୋଜନା କରୁଛନ୍ତି । ଯଦି ପରୀକ୍ଷା ସଫଳ ହୁଏ ତେବେ ସାରା ଦେଶରେ ଅନଲାଇନ୍ ଅର୍ଡର ଦ୍ବାରା ମଦ ଡେଲିଭରି ଆରମ୍ଭ ହେବ। 

ତେବେ କରୋନା ମହାମାରୀ ସମୟରେ ଅନଲାଇନ୍ ମଦ ବିତରଣ ଆରମ୍ଭ ହୋଇଥିଲା । କରୋନା ମହାମାରୀ ବନ୍ଦକୁ ଦୃଷ୍ଟିରେ ରଖି ୪ ଟି ରାଜ୍ୟରେ ଘରେ ମଦ ଡେଲିଭରି ପାଇଁ ସରକାର ଅନୁମତି ଦେଇଥିଲେ। ସେଥିମଧ୍ୟରେ ମହାରାଷ୍ଟ୍ର, ଝାଡଖଣ୍ଡ, ଛତିଶଗଡ, ଆସାମ ରହିଥିଲା । କରୋନା ଅବଧି ଶେଷ ହେବା ମାତ୍ରେ ଏହି ରାଜ୍ୟଗୁଡିକରେ ଘରେ ମଦ ଡେଲିଭରି ସୁବିଧା ମଧ୍ୟ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ଦେଖାଯାଇଛି, ପଶ୍ଚିମବଙ୍ଗରେ ଘରେ ମଦ ଡେଲିଭରି ଦ୍ବାରା ଅନେକ ସୁବିଧା ହେଉଛି ।

ଏହି ରାଜ୍ୟରେ ରାଜସ୍ବ ୨୦ ରୁ ୩୦ପ୍ରତିଶତ ବୃଦ୍ଧି ପାଇଛି । ମଦ କମ୍ପାନି ଅନଲାଇନ୍ ବିତରଣ କମ୍ପାନୀ, ଏଜେଣ୍ଟ, ବିକ୍ରେତା ସମସ୍ତେ ଖୁସି । କାରଣ ଏହା ଦ୍ବାରା ଭଲ ଲାଭ ହେଉଛି । ପଶ୍ଚିମବଙ୍ଗରେ ରାଜସ୍ୱ ବୃଦ୍ଧି ଦେଖି ଅନ୍ୟ ରାଜ୍ୟ ମଧ୍ୟ ମଦ ବିତରଣ କରିବାକୁ ବିଚାର କରୁଛନ୍ତି।