Advertisment

ମାଡି ଆସୁଛି ବିପଦ ! ଖୁବଶୀଘ୍ର ସମୁଦ୍ରରେ ବୁଡ଼ିପାରେ ଏଇ ସବୁ ସହର...

ଭାରତ, ଚୀନ, ବାଙ୍ଗଲାଦେଶ ଓ ନେଦରଲ୍ୟାଣ୍ଡକୁ ଭୟଙ୍କର ବିପଦର ସାମ୍ନା କରିବାକୁ ପଡିପାରେ । ପରିବେଶ ସନ୍ତୁଳନ ହରାଇବା ପରେ ଯେମିତି ଋତୁଚକ୍ରରେ ପରିବର୍ତ୍ତନ ହେଉଛି ଖୁବ କମ୍‌ ଦିନ ମଧ୍ୟରେ ଦେଶର ଉପକୂଳବର୍ତ୍ତୀ ସହର ସମୁଦ୍ରରେ ମିଶିବା ନେଇ ଆକଳନ କରୁଛନ୍ତି ବିଶେଷଜ୍ଞ।

ଅଦ୍ୟତନ ହୋଇଛି
submerge underwater

submerge underwater

Advertisment

ସମୁଦ୍ର ପାଣିରେ ବୁଡିଯିବ ଉପକୂଳିଆ ସହର। ଏଇ କଥା ଶୁଣିବା ମାତ୍ରେ ସମସ୍ତଙ୍କ ମନରେ ଛନକା ପଶିଲାଣି। ସମୁଦ୍ର ପାଣିରେ କେଉଁ କେଉଁ ସହର ବୁଡିବ? କେବେ ବୁଡିବ? କାହିଁକି ବୁଡିବ? ସେନେଇ ଉଠିଲାଣି ଅନେକ ପ୍ରଶ୍ନ।

Advertisment

ଧୀରେ ଧୀରେ ବଢିବାରେ ଲାଗିଛି ସମୁଦ୍ରର ଜଳସ୍ତର । ଖୁବଶୀଘ୍ର ସମୁଦ୍ରର ଲୁଣି ପାଣିରେ ବୁଡିଯିବ ବିଶ୍ୱର ବଡ ବଡ ଉପକୂଳବର୍ତ୍ତୀ ସହର । ବିଶ୍ୱ ପାଣିପାଗ ବିଜ୍ଞାନ ସଂଙ୍ଗଠନର ବୈଜ୍ଞାନିକମାନେ ଯେଉଁ ରିପୋର୍ଟ ଦେଇଛନ୍ତି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା। ‘World Meteorological Organization’ ଦ୍ୱାରା ମଙ୍ଗଳବାର ଜାରି ହୋଇଛି ଏଇ ରିପୋର୍ଟ । ଯେଉଁଥିରେ ସାରା ବିଶ୍ୱକୁ ଦିଆଯାଇଛି ସତର୍କ ସୂଚନା ।

ରିପୋର୍ଟ ଅନୁସାରେ, ଭାରତ, ଚୀନ, ବାଙ୍ଗଲାଦେଶ ଓ ନେଦରଲ୍ୟାଣ୍ଡକୁ ଭୟଙ୍କର ବିପଦର ସାମ୍ନା କରିବାକୁ ପଡିପାରେ । ପରିବେଶ ସନ୍ତୁଳନ ହରାଇବା ପରେ ଯେମିତି ଋତୁଚକ୍ରରେ ପରିବର୍ତ୍ତନ ହେଉଛି ଖୁବ କମ୍‌ ଦିନ ମଧ୍ୟରେ ଦେଶର ଉପକୂଳବର୍ତ୍ତୀ ସହର ସମୁଦ୍ରରେ ମିଶିବା ନେଇ ଆକଳନ କରୁଛନ୍ତି ବିଶେଷଜ୍ଞ।

Advertisment

ବିପଦ ମୁହଁରେ ଥିବା ମୁଖ୍ୟ ସହର ମଧ୍ୟରେ ସାଂଘାଇ, କୋପେନହାଗେନ୍, ନ୍ୟୁୟର୍କ ଲସ୍ ଏଞ୍ଜେଲ୍ସ, ବ୍ୟାଙ୍ଗକକ୍, ଜାକର୍ତ୍ତା, ମୁମ୍ବାଇ, ମାପୁଟୋ, ଢାକା, , ଲାଗୋସ୍, କାହିରା, ଲଣ୍ଡନ୍ ପରି ବଡ ବଡ ସହର ରହିଛି । ତେବେ ବିଶ୍ୱ ତାପନ ଯୋଗୁଁ ଗ୍ଲାସିଅର ତରଳିବା ଏହାର ମୁଖ୍ୟ କାରଣ ବୋଲି କହିଛନ୍ତି ବିଶେଷଜ୍ଞ । ଖାଲି ଏତିକି ନୁହେଁ ସମୁଦ୍ର କେତେବେଳେ ବି ଉପକୂଳ ଆଡକୁ ମାଡିଆସିବ ସେନେଇ କିଛି କହିହେବ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।

ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ବିଶ୍ୱ। ଆଉ ତାହାରି ମଧ୍ୟରେ ବିଶ୍ୱ ପାଣିପାଗ ବିଜ୍ଞାନ ସଙ୍ଗଠନର ବୈଜ୍ଞାନିକମାନେ ଯେଉଁ ରିପୋର୍ଟ ଦେଇଛନ୍ତି ତାହା ସମସ୍ତଙ୍କୁ ଆତଙ୍କିତ କରିଛି।

Advertisment
India America
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ