Advertisment

କଂଗ୍ରେସ କନ୍ଦଳ ପାଇଁ ରାହୁଲ ଗାନ୍ଧୀ ଦାୟୀ

ପଞ୍ଜାବ କଂଗ୍ରେସର ଘମାସାନ ଥମିବା ବଦଳରେ ଆହୁରି ଉଗ୍ରତର ହେଉଥିବା ବେଳେ, ଏପଟେ ଦଳର ସଭାପତି ନିର୍ବାଚନ ଓ ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ପୁଣି ତୀବ୍ର ହୋଇଛି ଅସ୍ଥିରତା। ଦଳର ଏହି କନ୍ଦଳ ପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ନଟବର ସିଂହ। ଶ୍ରୀଯୁକ୍ତ ସିଂ ସୋନିଆ ଗାନ୍ଧୀକୁ ଏହି ପ୍ରସଙ୍ଗରେ ସମାଲୋଚନା ମଧ୍ୟ କରିଛନ୍ତି।

Natwar Singh

Natwar Singh

Advertisment

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ଘମାସାନ ଥମିବା ବଦଳରେ ଆହୁରି ଉଗ୍ରତର ହେଉଥିବା ବେଳେ, ଏପଟେ ଦଳର ସଭାପତି ନିର୍ବାଚନ ଓ ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ପୁଣି ତୀବ୍ର ହୋଇଛି ଅସ୍ଥିରତା। ଦଳର ସାଂଗଠନିକ ପରିବର୍ତ୍ତନ ଓ ତୁରନ୍ତ ସ୍ଥାୟୀ ସଭାପତି ବାଛିବା ଦାବିରେ ସୋନିଆଙ୍କୁ ଗତବର୍ଷ ଚିଠି ଲେଖିଥିଲେ ୨୩ ନେତା। ଦଳର ଏହି କନ୍ଦଳ ପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ନଟବର ସିଂହ। ଶ୍ରୀଯୁକ୍ତ ସିଂ ସୋନିଆ ଗାନ୍ଧୀକୁ ଏହି ପ୍ରସଙ୍ଗରେ ସମାଲୋଚନା ମଧ୍ୟ କରିଛନ୍ତି।

Advertisment

ନଟବର ସିଂହଙ୍କ ଅନୁଯାୟୀ ପଞ୍ଜାବ କଂଗ୍ରେସ କନ୍ଦଳ ପାଇଁ ତିନୋଟି ଲୋକ ଦାୟୀ। ଏଥି ମଧ୍ୟରେ ରାହୁଲ ଗାନ୍ଧୀ ସାମିଲ ଥିବା କଥା ସେ କହିଛନ୍ତି। ଏହି ତିନି ଜଣ କୌଣସି ପଦବୀରେ ନ ଥାଇ ମଧ୍ୟ ସମସ୍ତ ପ୍ରକାର ନିଷ୍ପତ୍ତି ନେଉଛନ୍ତି। କ୍ୟାପ୍ଟେନ୍ ଅମରିନ୍ଦରଙ୍କ ଇସ୍ତଫା ପଛରେ ମଧ୍ୟ ଏମାନେ ଦାୟୀ। କଂଗ୍ରେସର ଏଭଳି ପରିସ୍ଥିତିରେ ଦଳ ତରଫରୁ କୌଣସି କାର୍ଯ୍ୟକାରୀ ବୈଠକର ଆୟୋଜନ କରାଯାଇନାହିଁ। ସେ କହିଛନ୍ତି ଯେ, ଅମରିନ୍ଦର କଂଗ୍ରେସର ଜଣେ ବରିଷ୍ଠ ନେତା ଏବଂ ଦୀର୍ଘ ୫୨ ବର୍ଷ ପାଇଁ ରାଜନୀତି କରିଆସିଛନ୍ତି।

Advertisment

ଗତକାଲି କଂଗ୍ରେସ ଦଳର ନେତୃତ୍ୱ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା କପିଲ୍ ସିବଲ୍। ଆଜି ପୁଣି ସେହି ପୁରୁଣା ପ୍ରସଙ୍ଗ ଅର୍ଥାତ୍ ସାଂଗଠନିକ ପରିବର୍ତ୍ତନ ପ୍ରସଙ୍ଗ ଉଠାଇବା ସହ, ବିଭିନ୍ନ ରାଜ୍ୟର ବହୁ ବଡ଼ ବଡ଼ ନେତା କାହିଁକି କଂଗ୍ରେସ ଛାଡ଼ୁଛନ୍ତି, ତାହା ଦଳ ମଧ୍ୟ ନିଜ ଆଡ଼ୁ ଚିନ୍ତା କରିବା ଦରକାର ବୋଲି କହିଛନ୍ତି। ସେ କଟାକ୍ଷ କରି କହିଛନ୍ତି, ଯେଉଁମାନେ ଏମାନଙ୍କ ଖାସ୍ ଥିଲେ ସେମାନେ ଛାଡ଼ିଗଲେ, ଆଉ ଯେଉଁମାନଙ୍କୁ ଏମାନେ ଖାସ୍ ଭାବୁନଥିଲେ, ସେମାନେ ଏବେବି ଦଳରେ ଅଛନ୍ତି। ସେ ବେଶ ଦୁଃଖର ସହ କହିଛନ୍ତି ଯେ ଆମ ଲୋକ ଆମକୁ ଛାଡି ଚାଲି ଯାଉଛନ୍ତି। କଂଗ୍ରେସକୁ ଏଭଳି ଦୁଃର୍ବଳ ଅବସ୍ଥାରେ ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି। ଏଥି ସହ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଦଳର କାର୍ଯ୍ୟକାରୀ ବୈଠକ ଡାକିବ ପାଇଁ ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି।

Rahul Gandhi Congress Crisis Natwar Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ