Women's Reservation Bill
ମହିଳା ସଂରକ୍ଷଣ ବିଲକୁ ରାଜ୍ୟସଭାର ମୋହର। କାଲି ଲୋକସଭା ପରେ ଆଜି ରାଜ୍ୟସଭାରେ ପାସ ହୋଇଛି‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଧେୟକ। ଏ ବିଲକୁ ନେଇ ଆଜି ସଂସଦର ଉଚ୍ଚ ସଦନରେ ଦିନ ତମାମ ଚର୍ଚ୍ଚା ହୋଇଥିଲା । ଶେଷରେ ଭୋଟିଂ ବେଳେ ବିଲ ସପକ୍ଷରେ ୨୧୫ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ କେହି ବି ଭୋଟ୍ ଦେଇନଥିଲେ ।
ରାଜ୍ୟସଭାରେ ଆଲୋଚନା ବେଳେ ଆଜି ବିଲକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେପି ଓ କଂଗ୍ରେସ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ବିରୋଧୀଙ୍କ ଦାବି ଥିଲା ଯେ, ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଥିବା ଏହି ବିଲରେ ଓବିସି ଓ ଏସସି-ଏସଟି ବର୍ଗଙ୍କୁ ବି ସାମିଲ କରାଯାଉ । ସେହିଭଳି ଏହି ବିଲ ଆଇନରେ ପରିଣତ ହେବା ପରେ ଏହାକୁ କେବେ ଲାଗୁ କରାଯିବ, ତାକୁ ନେଇ ବି ବିତର୍କ ହୋଇଥିଲା।
ଗତକାଲି ମଧ୍ୟ ଲମ୍ବା ବିତର୍କ ପରେ ଲୋକସଭାରେ ବିପୁଳ ଭୋଟରେ ପାରିତ ହୋଇଥିଲା ଐତିହାସିକ ମହିଳା ସଂରକ୍ଷଣ ବିଲ୍। ଲୋକସଭାରେ ବିଲ୍ ସପକ୍ଷରେ ୪୫୪ ଭୋଟ୍ ମିଳିଥିବା ବେଳେ ବିପକ୍ଷରେ ମାତ୍ର ୨ଟି ଭୋଟ୍ ପଡ଼ିଥିଲା । ଏହି ବିଲ ଆଇନରେ ପରିଣତ ହେଲେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଶ୍ଚିତ ହେବ। ସେପଟେ ସଂସଦର ଉଭୟ ଗୃହରେ ବିଲ ପାସ ହେବା ପରେ ମହିଳାଙ୍କ ଆତ୍ମବିଶ୍ବାସ ବଢ଼ାଇବାକୁ
ଏହି ବିଲ୍ ବାଟ କଢାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695357117.jpg)