Advertisment

ଦିଲ୍ଲୀରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ଭେଟିଲେ ଦ୍ରୌପଦୀ

କାଲି ନାମାଙ୍କନ ଭରିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ପ୍ରସ୍ତାବକ ହେଲେ ବିଜେଡିର ଦୁଇ ମନ୍ତ୍ରୀ। ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ପ୍ରସ୍ତାବକ।

undefined

The President Canditate Draupadi Murmu in Delhi

Advertisment

ଦିଲ୍ଲୀରେ ପହଞ୍ଚିଛନ୍ତି ଏନ୍‌ଡିଏ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ସାକ୍ଷାତ କରିଛନ୍ତି ବରିଷ୍ଠ ନେତାଙ୍କୁ। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ଡାଙ୍କୁ ଭେଟିଛନ୍ତି।

Advertisment

ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ଆଜି ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ଦ୍ରୌପଦୀ ମୁର୍ମୁ। ତେବେ ଦିଲ୍ଲୀରେ ଆଜି ସେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା। ବିଜେପିର ବହୁ ବରିଷ୍ଠ ନେତାମାନେ ତାଙ୍କୁ ସ୍ୱାଗତ କରିଥିଲେ। ଓଡ଼ିଶା ଭବନରେ କେନ୍ଦ୍ରମନ୍ତ୍ରୀ ଜି.କିଷାନ ରେଡ୍ଡୀ, ସାଂସଦ ଜୁଏଲ ଓରାମଙ୍କ ସହ ବିଜେଡି ସାଂସଦ ସସ୍ମିତ ପାତ୍ର, ଓଡ଼ିଶାର ଦୁଇ କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ମଧ୍ୟ ତାଙ୍କୁ ସ୍ୱାଗତ ଜଣାଇଥିଲେ।

ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୋଦିଙ୍କୁ ଭେଟିବା ପରେ ଟ୍ୱିଟ୍ କରି ଦ୍ରୌପଦୀ କହିଛନ୍ତି ଯେ “ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେଲା। ମୁଁ ଆଗକୁ ସମ୍ବିଧାନର ବିଧି ବ୍ୟବସ୍ଥା ଅନୁସାରେ ଦେଶର ସେବା କରିବି। ଓଡ଼ିଶାର ଆଦିବାସୀ ଏବଂ ସାନ୍ତାଳୀ ଭାଇଭଉଣୀଙ୍କର ବିକାଶ ଉପରେ ବି ଆଲୋଚନା ହେଲା।”

Advertisment

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି କହିଛନ୍ତି ଯେ “ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱକୁ ସମାଜର ସବୁ ବର୍ଗ ପ୍ରଶଂସା କରୁଛନ୍ତି। ଦ୍ରୌପଦୀଙ୍କର ତୃଣମୂଳ ସ୍ତରରେ ଥିବା ସମସ୍ୟାକୁ ନେଇ ଧାରଣା ସହ ଭାରତର ବିକାଶକୁ ନେଇ ବେଶ ଭଲ ଦୃଷ୍ଟୀଭଙ୍ଗୀ ରହିଛି।

ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ। ନାମାଙ୍କନ ପତ୍ର ଦାଖଲ ସମୟରେ ରାଜ୍ୟ ବିଜେପିର ୧୦ ବିଧାୟକ ଉପସ୍ଥିତ ରହିବେ। ଏଥିପାଇଁ ସେମାନେ ଦିଲ୍ଲୀ ଯାତ୍ରା କରିଛନ୍ତି। ସେପଟେ ବିଜେଡି ସରକାରଙ୍କ ଦୁଇ କ୍ୟାବିନେଟ୍‌ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଦ୍ରୌପଦୀ ମୁର୍ମୁଙ୍କ ପ୍ରସ୍ତାବକ ରହିଛନ୍ତି।

Advertisment

ତେବେ ଆଜି ସକାଳୁ ଭୁବନେଶ୍ୱରସ୍ଥିତ ଏମ୍‌ସିଏଲ୍‌ ଗେଷ୍ଟ୍‌ ହାଉସ୍‌ରେ ଦ୍ରୌପଦୀଙ୍କୁ ଭେଟିବା ଲାଗି ଶୁଭେଛୁଙ୍କ ଭିଡ ଲାଗିଥିଲା। କିଏ ପିଲାଦିନର ସାଙ୍ଗ ତ କିଏ ସ୍କୁଲ୍‌ ବେଳର। ହାତରେ ଥିଲା ଫୁଲତୋଡା ସୁସ୍ୱାଦୁ ଜଳଖିଆ ଧରି ପହଞ୍ଚିଥିଲେ ପ୍ରଜାପିତା ବ୍ରହ୍ମକୁମାରୀର ସଦସ୍ୟମାନେ। ସମସ୍ତଙ୍କୁ ଭେଟିବା ପରେ କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦର ଅଭିମୁଖେ ବାହାରିଥିଲେ ଦ୍ରୌପଦୀ ମୁର୍ମୁ। ଏୟାରପୋର୍ଟରେ ଅପେକ୍ଷା କରିଥିଲେ ବିଜେପି ନେତା ଓ କର୍ମୀ ସହ ଅନେକ ଲୋକ।

ଦ୍ରୌପଦୀ ଏୟାରପୋର୍ଟରେ ପହଞ୍ଚିଲା ବେଳକୁ ପାରମ୍ପରିକ ଆଦିବାସୀ ନୃତ୍ୟ ଓ ବାଜାରେ କମ୍ପୁଥିଲା ପରିବେଶ। ଭିଡ ଏଡାଇବା ପାଇଁ ଏୟାର୍‌ପୋର୍ଟ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଏୟାରପୋର୍ଟରେ ଭବ୍ୟ ସମ୍ବର୍ଦ୍ଧନା ପରେ ୯ଟା ୪୦ରେ ବିମାନ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ ଦ୍ରୌପଦୀ ମୁର୍ମୁ।

ତେବେ NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବନି କଂଗ୍ରେସ। ଏହା ସ୍ପଷ୍ଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି, ଦ୍ରୌପଦୀ ମୁର୍ମୁ ଜଣେ ଭଲ ମଣିଷ, ଭଲ ବିଧାୟିକା। ତାଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣନ୍ତି ଆଉ ସମ୍ପର୍କ ବି ଭଲ କିନ୍ତୁ ସେ ବିଜେପି ନୀତି ଆଦର୍ଶରେ ବିଶ୍ୱାସ କରୁଥିବାରୁ ସମର୍ଥନ ଦେବୁନି ବୋଲି କହିଛନ୍ତି ନରସିଂହ। ତାଙ୍କ ପ୍ରାର୍ଥିତ୍ୱ ଘୋଷଣା ପୂର୍ବରୁ ବିରୋଧୀ ଦଳ ପ୍ରାର୍ଥୀ ଘୋଷଣା କରିଛି। ତେଣୁ ଜଣକୁ ପ୍ରାର୍ଥୀ କରି ଅନ୍ୟ ଜଣକୁ ସମର୍ଥନ କରିବା ବେଇମାନୀ ହେବ ବୋଲି ନରସିଂହ କହିଛନ୍ତି। ତେବେ ଏନେଇ ବିଜେପିର ପ୍ରତିକ୍ରିୟା ମିଳିପାରି ନାହିଁ।

Draupadi Murmu President Canditate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ