Rajya Sabha
ଆଜି ରାଜ୍ୟସଭାରେ ଆଗତ ହେବ ୩ ସଂଶୋଧିତ ନୂଆ ଆଇନ ବିଲ୍ । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା, ଭାରତୀୟ ସାକ୍ଷ୍ୟ ଆଇନ । ଗତକାଲି ଲୋକସଭାରେ ପାରିତ ହେବା ପରେ ଆଜି ରାଜ୍ୟସଭାରେ ଏହାକୁ ଉପସ୍ଥାପନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ରାଜ୍ୟସଭାରେ ପାରିତ ହେଲେ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯିବ । ତା ପରେ ଏହା ଆଇନରେ ପରିଣତ ହେବ । ଏଥିସହ ବ୍ରିଟିଶ୍ ଅମଳର ଇଣ୍ଡିଆନ୍ ପେନାଲ୍ କୋଡ୍-IPC, କୋଡ୍ ଅଫ୍ କ୍ରିମିନାଲ୍ ପ୍ରସିଜ୍ୟୋର-CRPC ଏବଂ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟରେ ବିରାମ ଲାଗିବ ।
ଗତକାଲି ଏହି ବିଲ୍ ଲୋକସଭାରେ ପାସ୍ ହେବା ଅବସରରେ ନାଗରିକଙ୍କ ସୁରକ୍ଷା, ଗୁରୁତ୍ବ ଏବଂ ରାଷ୍ଟ୍ରହିତ କଥା କହିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । ନୂଆ ଆଇନ ଲୋକଙ୍କ ହିତ ପାଇଁ, ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ବୋଲି ଗୃହରେ ଉଲ୍ଲେଖ କରିଛନ୍ତି ଶାହ । ଯେପରି ଧାରା ୩୭୦ ହଟାଇବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ଆଉ ତାକୁ ହଟାଗଲା, ସେହିପରି ବ୍ରିଟିଶ୍ ଆଇନକୁ ବି ହଟାଯାଇଛି ବୋଲି ସେ ଦୋହରାଇଛନ୍ତି ।
ନୂତନ ବ୍ୟବସ୍ଥା ଅନୁଯାୟୀ, ଲିଖିତ ଏତଲା ଦେବାର ତିନି ଦିନ ମଧ୍ୟରେ FIR ପଞ୍ଜିକୃତ ହେବ । ନୂଆ ଆଇନ ବିଲ, ଥାନା ଓ କୋର୍ଟକୁ ଦୌଡ଼ି ଦୌଡ଼ ନୟାନ୍ତ ହେଉଥିବା ତଥା ଗରିବ ଲୋକଙ୍କ ପାଇଁ ବିଶେଷ ଫଳପ୍ରଦ ହେବ । ପ୍ରାଥମିକ ଅନୁସନ୍ଧାନ ରିପୋର୍ଟ ୧୪ ଦିନ ମଧ୍ୟରେ ଶେଷ ହେବ । ତଦନ୍ତ ରିପୋର୍ଟ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟଙ୍କ ନିକଟରେ ଦାଖଲ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703125787.jpg)