ED ଓ CBI ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବଢାଇଲେ କେନ୍ଦ୍ର ସରକାର

ED ଓ CBI ନିର୍ଦ୍ଦେଶକଙ୍କ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢାଇଛନ୍ତି କେନ୍ଦ୍ର ସରକାର

CBI AND ED

News Summary

ED ଓ CBI ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବଢିଛି


୫ ବର୍ଷ ଯାଏଁ ବଢିଲା କାର୍ଯ୍ୟକାଳ

ଭୁବନେଶ୍ୱର: ବଢିଲା ED ଓ CBI ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି ନେଇ ଆଜି ଅଧ୍ୟାଦେଶ ଆଣିଛନ୍ତି କେନ୍ଦ୍ର ସରକାର । ଅଧ୍ୟାଦେଶରେ ଉଭୟଙ୍କ କାର୍ଯ୍ୟକାଳ ୫ ବର୍ଷ ଯାଏଁ ବୃଦ୍ଧି କରାଯାଇଛି । ପୂର୍ବରୁ ED ଓ CBI ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୨ ବର୍ଷ ଥିବା ବେଳେ ଏବେ ଏହା ୫ ବର୍ଷ ଯାଏଁ ବୃଦ୍ଧି କରାଯାଇଛି। ଉଭୟ ED ଓ CBI ପାଇଁ ଦୁଇଟି ପୃଥକ ପୃଥକ ଅଧ୍ୟାଦେଶ ଅଣାଯାଇଛି।

 

ପ୍ରଥମ ଦୁଇ ବର୍ଷ ସରିବା ପରେ ଆଉ ବର୍ଷକ ପାଇଁ ଅବଧି ବୃଦ୍ଧି କରାଯାଇପାରିବ। ତେବେ ଏଥିପାଇଁ ସିଲେକ୍ସନ କମିଟିର ଅନୁମୋଦନ ଆବଶ୍ୟକ ରହିଛି। ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ଅର୍ଡିନାନ୍ସ-୨୦୨୧ ନାଁରେ ଏହି ଅଧ୍ୟାଦେଶକୁ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଅଣାଯାଇଥିଲା । ରାଷ୍ଟ୍ରପତି ଏହି ଅଧ୍ୟାଦେଶକୁ ଅନୁମୋଦନ ଦେଇସାରିଛନ୍ତି ।