Advertisment

‘ମୋ ପୁଅର ଗୋଡ଼ ବଦଳରେ ପ୍ରାଇଭେଟ୍‌ ପାର୍ଟ ସର୍ଜରୀ କରିଛନ୍ତି ଡାକ୍ତର’

ଗୋଡ଼ ସର୍ଜରୀ ବଦଳରେ ୯ ବର୍ଷ ବାଳକର ପ୍ରାଇଭେଟ୍‌ ପାର୍ଟର ସର୍ଜରୀ କରିଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ।

Operation

Operation

Advertisment

ଡାକ୍ତରଙ୍କ ମସ୍ତବଡ଼ ଭୁଲ୍‌। ଗୋଡ଼ ସର୍ଜରୀ ବଦଳରେ ୯ ବର୍ଷ ବାଳକର ପ୍ରାଇଭେଟ୍‌ ପାର୍ଟର ସର୍ଜରୀ କରିଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏନେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି। ମୁମ୍ବାଇର ଥାଣେ ସହରର ଶାହପୁର ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ଉଭୟ ଡାକ୍ତର ଓ ହସ୍ପିଟାଲ ନାଁରେ ମାମଲା ରୁଜୁ କରିଛନ୍ତି।

Advertisment

ଡାକ୍ତରଙ୍କ କହିବାନୁଯାୟୀ ସେ ରୋଗୀଙ୍କ ସଠିକ୍‌ ଚିକିତ୍ସା କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଭିତ୍ତିହୀନ। ତେଣୁ ଏନେଇ ତଦନ୍ତ କରାଯାଉ। ଅଭିଯୋଗ କରିଥିବା ପରିବାର ଶାହପୁର ଅଞ୍ଚଳର ସରଭାଲି ଗ୍ରାମରେ ରୁହନ୍ତି। ରୋଗୀଙ୍କ ପିତା ଦିନ ମଜୁରିଆ ଭାବେ କାମ କରନ୍ତି। ସୂଚନା ମୁତାବକ ଗତମାସରେ ପିଲାଟି ଖେଳିବା ସମୟରେ ତାର ଗୋଡ଼ରେ ଆଘାତ ଲାଗିଥିଲା। ସେ ତୁରନ୍ତ ଡାକ୍ତରଖାନାକୁ ଚିକିତ୍ସା ମଧ୍ୟ କରାଇଥିଲେ। କିଛିଦିନ ପରେ ଆଘାତ ସ୍ଥାନରେ ଇନଫେକ୍ସନ କାରଣରୁ ଏନେଇ ସର୍ଜରୀ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ।

ଜୁନ ୧୫ରେ ପରିବାର ଲୋକ ପିଲାଟିକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସ୍ୱପ୍ନିଲ ନାମକ ଜଣେ ଡାକ୍ତର ତାଙ୍କର ସର୍ଜରୀ କରିଛନ୍ତି ବୋଲି ପରିବାର ଲୋକ କହିଛନ୍ତି। ମାଆଙ୍କ କହିବାନୁଯାୟୀ ଅପରେସନ୍‌ ସରିବା ପରେ ପୁଅ କହିଥିଲା କି ଡାକ୍ତର ଗୋଡ଼ ବଦଳରେ ପ୍ରାଇଭେଟ୍‌ ପାର୍ଟର ସର୍ଜରୀ କରିଛନ୍ତି। ଏନେଇ ପରିବାର ଲୋକ ଡାକ୍ତରଙ୍କୁ ପଚରାଉଚରା କରିଥିଲେ। ଡାକ୍ତର କହିଥିଲେ ସେମିତି କିଛି ବି ହୋଇନାହିଁ। ପିଲାଟି ସୁସ୍ଥ ଅଛି। ଡାକ୍ତର କହିଥିଲେ କି ପିଲାଟିର ଗୋଡ଼ ବ୍ୟତିତ ପ୍ରାଇଭେଟ ପାର୍ଟରେ ମଧ୍ୟ ଅସୁବିଧା ଥିଲା। ତେବେ ତାହାର ମଧ୍ୟ ସର୍ଜରୀ କରିଛନ୍ତି।

Advertisment

ହସ୍ପିଟାଲକ କହିବାନୁଯାୟୀ ପରିବାର ଲୋକଙ୍କୁ ଏନେଇ ବାରମ୍ବାର କୁହାଯାଇଛି। ହେଲେ ପରିବାର ଲୋକ ବୁଝିବାରେ କିଛି ଅସୁବିଧା ହୋଇଛି। ଯଦି ପରିବାର ଲୋକ ଏନେଇ ମାମଲା ରୁଜୁ କରିଛନ୍ତି। ତେବେ ଏନେଇ ତଦନ୍ତ କରାଯିବ ଓ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ।

Operation Theatre
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ