Astrospeak
  • Live TV
  • Read In English

ଦେଶରେ ଟେସଲାର ନୂଆ ଫ୍ୟାକ୍ଟ୍ରି ପ୍ରତିଷ୍ଠା ନେଇ ମୋଦିଙ୍କ ସହ କରିବେ ଆଲୋଚନା

ଭାରତକୁ ବିଶ୍ୱସ୍ତରର ଇଭି ମାନୁଫାକ୍ଚରିଂ ହବ୍ କରିବା ପାଇଁ ଗତ ମାର୍ଚ୍ଚରେ ଇଭି ପଲିସି ଆଣିଛନ୍ତି କେନ୍ଦ୍ର ସରକାର। ଏପ୍ରିଲ ୨୨ ଆଡ଼କୁ ନୂଆଦିଲ୍ଲୀରେ ମୋଦି-ମସ୍କ ବୈଠକ ହୋଇପାରେ ।

Elon Musk
Elon Musk

ଚଳିତ ମାସ ଶେଷ ଆଡ଼କୁ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିପାରନ୍ତି ଟେସଲା ଓ ସ୍ପେଶ ଏକ୍ସ ମୁଖ୍ୟ ଏଲନ୍ ମସ୍କ। ଦେଶରେ ଟେସଲାର ନୂଆ ଫ୍ୟାକ୍ଟ୍ରି ପ୍ରତିଷ୍ଠା ଓ ପୁଞ୍ଜିନିବେଶ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରହିଛି ଆଲୋଚନା କାର୍ଯ୍ୟକ୍ରମ । ଖୁବଶୀଘ୍ର ଭାରତୀୟ ବଜାରରେ ଚର୍ଚ୍ଚିତ ବିଦ୍ୟୁତ ଚାଳିତ ଗାଡ଼ି ଟେସଲାର ପ୍ରବେଶ ହୋଇପାରେ ବୋଲି ଆକଳନ କରାଯାଉଛି। ଦେଶରେ ୨ ଶହ କୋଟିରୁ ୩ଶହ କୋଟି ଡଲାର୍ ନିବେଶ କରିପାରନ୍ତି ମସ୍କ । ଏହି ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା କରିପାରନ୍ତି ମସ୍କ। 

ସୂଚନା ଯୋଗ୍ୟ ଯେ, ଭାରତକୁ ବିଶ୍ୱସ୍ତରର ଇଭି ମାନୁଫାକ୍ଚରିଂ ହବ୍ କରିବା ପାଇଁ ଗତ ମାର୍ଚ୍ଚରେ ଇଭି ପଲିସି ଆଣିଛନ୍ତି କେନ୍ଦ୍ର ସରକାର। ଏପ୍ରିଲ ୨୨ ଆଡ଼କୁ ନୂଆଦିଲ୍ଲୀରେ ମୋଦି-ମସ୍କ ବୈଠକ ହୋଇପାରେ ।