Advertisment

ଜାମ୍ମୁ ଓ କାଶ୍ମୀରରେ ଘନଘନ ଆତଙ୍କୀ ଆକ୍ରମଣ; ୨ ଶିକ୍ଷକ ମୃତ

ପୁଣି କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ତ। ମଙ୍ଗଳବାର ଆତଙ୍କବାଦୀଙ୍କ ଆଖିମୁଜା ଗୁଳିମାଡରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଜାମ୍ମୁ କାଶ୍ମୀରରେ ଆତଙ୍କ ଖେଳିଯାଇଛି। ଆତଙ୍କବାଦୀ ମାନେ ଗୋଟିଏ ଦିନରେ କାଶ୍ମୀରର ବିଭିନ୍ନ ସ୍ଥାନରେ ଗୁଳି ଚାଳନା କରିଥିଲେ। ଏହି ଘଟଣା ଉପରେ ଭାରତୀୟ ସେନାର ସର୍ଚ ଅପରେସନ୍ ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
jammu-and-kashmir-terrorists-active-again-two-teachers-shot-dead-in-srinagar

jammu-and-kashmir-terrorists-active-again-two-teachers-shot-dead-in-srinagar

Advertisment

ଶ୍ରୀନଗର: ପୁଣି ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ସାଧାରଣ ନାଗରିକ । ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ପୁଣି ଏକ ବଡ଼ ଧରଣର ଆତଙ୍କୀ ହମଲା । ଆକ୍ରମଣରରେ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଗୁରୁତର ହୋଇଥିବା ଏହି ଦୁଇ ଜଣ ଶିକ୍ଷକ ହୋଇଥିବା ବେଳେ ଉଭୟ ଶିକ୍ଷକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକମାନେ ଶ୍ରୀନଗର ଇଦଗାହ ସଙ୍ଗମ ଅଞ୍ଚଳର ଏକ ସରକାରୀ ଉଚ୍ଛ ବିଦ୍ୟାଳୟରେ ଅଧ୍ୟାପନା କରୁଥିବାର ଜଣାପଡିଛି ।

Advertisment

ସୂଚନା ଅନୁଯାୟୀ, ଜାମ୍ମୁକାଶ୍ମୀର ଶ୍ରୀନଗର ଇଦଗାହ୍ ଅଞ୍ଚଳର ଥିବା ଏକ ସ୍କୁଲକୁ ଟାର୍ଗେଟ କରି ଏହି ଆାକ୍ରମଣ କରାଯାଇଛି । ଆତଙ୍କୀ ହମଲାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଜାମ୍ମୁ କାଶ୍ମୀର ଇଡଗାହ୍‌ର ଅଞ୍ଚଳର ଏକ ସ୍କୁଲର ପ୍ରଧାନଶିକ୍ଷକ ସୁଖବିନ୍ଦର କୌର ହୋଇଥିବାବେଳେ ଅନ୍ୟ ଜଣ ଶିକ୍ଷକଙ୍କ ନାମ ଦୀପକ ବୋଲି ସୂଚନା ମିଳିଛି । ସ୍କୁଲରେ ଏକ ବୈଠକ ଚାଲିଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ଘଟଣାରେ ସାଧାରଣ ନାଗରିକ ମାନେ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି । ସ୍କୁଲରେ ଅଜ୍ଞାତ  ଆକ୍ରମଣକାରୀ ମାନେ ଆଖିବୁଜା ଗୁଳି ଚାଳନା କରିଥିଲେ । ଏହି ଗୁଳି ଚାଳନାରେ ଦୁଇ ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଅଜ୍ଞାତ ଆକ୍ରମଣକାରୀମାନେ ଆତଙ୍କବାଦୀ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।

Advertisment

ମଙ୍ଗଳବାର ଦିନ ମଧ୍ୟ ଆତଙ୍କବାଦୀଙ୍କ ବର୍ବରତା କାଣ୍ତ ଦେଖିବାକୁ ମିଳିଥିଲା । ଯେଉଁଥିରେ ଆତଙ୍କବାଦୀଙ୍କ ଆଖିମୁଜା ଗୁଳିମାଡରେ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା । ଏନେଇ ଜାମ୍ମୁ କାଶ୍ମୀରରେ ଆତଙ୍କ ଖେଳିଯାଇଥିଲା । ଘଟଣାରେ ଆତଙ୍କବାଦୀ ମାନେ ଗୋଟିଏ ଦିନରେ କାଶ୍ମୀରର ବିଭିନ୍ନ ସ୍ଥାନରେ ଗୁଳି ଚାଳନା କରିଥିଲେ । ଏହାସହ ଆତଙ୍କବାଦୀମାନେ କାଶ୍ମୀର ପଣ୍ତିତ ସମ୍ପ୍ରଦାୟର ଜଣେ ବ୍ୟକ୍ତି ତଥା ବିନ୍ଦ୍ରୋମେଡିକେଟର ମାଲିକ ମଖାନ ଲାଲ ବିନ୍ଦ୍ରୋଙ୍କ ଉପରକୁ ଗୁଳି ଚଳାଇ ହତ୍ୟା କରିଥିଲେ। ଶ୍ରୀନଗର ଉପକଣ୍ଠରେ ଥିବା ହାୱାଲର ମଦିନ ସାହେବ ନିକଟରେ ଆଉ ଏକ ଘଟଣା ଘଟିଥିଲା, ଯେଉଁଥିରେ ଆତଙ୍କବାଦୀମାନେ ଏକ ରାସ୍ତାକଡ ଦୋକାନୀକୁ ଗୁଳି କରି ହତ୍ୟା କରିଥିଲେ। ତୃତୀୟ ଘଟଣାଟି ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ହାଜିନ୍ ଅଞ୍ଚଳରେ ଘଟିଛି, ଯେଉଁଠି ଆତଙ୍କବାଦୀମାନଙ୍କ ଆଖିମୁଜା ଗୁଳିମାଡ କରି ମହମ୍ମଦ ଶଫିଙ୍କୁ ହତ୍ୟା କରିଥିଲେ।

Terror Attack In Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ