ସୁରକ୍ଷାକର୍ମୀଙ୍କ ଗୁଳିରେ କୁଲଗାମ ବ୍ୟାଙ୍କ ମ୍ୟାନେଜର ହତ୍ୟାକାରୀ ମୃତ

ଜମ୍ମୁ କଶ୍ମୀରରେ ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ବ୍ୟାଙ୍କ ମ୍ୟାନେଜରକୁ ହତ୍ୟା କରିଥିବା ଆତଙ୍କବାଦୀକୁ ଗୁଳି କରିଛନ୍ତି ସୁରକ୍ଷାକର୍ମୀ ।

J&K: Terrorist killed in overnight encounter in Pulwama

ଜୁନ୍ ୨ ତାରିଖରେ ଜମ୍ମୁ ଓ କାଶ୍ମୀରର କୁଲଗାମ୍ ମୋହନପୋରାରେ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ମୃତ । ଗତ ରାତିରେ ସୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ୨ ଜଣ ଲସ୍କର ଇ ତଏବା ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ହତ୍ୟାକାରୀ ରହିଛି । ତା ନାଁ ଜାନ୍ ମହମ୍ମଦ ଲୋନ୍ ବୋଲି ଜମ୍ମୁ ଓ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୋପିଆନ୍‌ରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିବା ପରେ ଜମ୍ମୁ ଓ କାଶ୍ମୀର ପୋଲିସ ଏବଂ ସୁରକ୍ଷାକର୍ମୀ ମିଳିତ ଭାବେ ଅପରେସନ କରିଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ତେବେ ସୁରକ୍ଷାକର୍ମୀଙ୍କ ପ୍ରତି ଜବାବରେ ୨ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ଏନେଇ ଜମ୍ମୁ ଓ କାଶ୍ମୀର ପୋଲିସର ସୂଚନା ଅନୁସାରେ, ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ କୁଲଗାମ୍ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟାରେ ସଂପୃକ୍ତ ଥିଲା ।

କିଛିଦିନ ତଳେ ଆତଙ୍କବାଦୀ ମାନେ କଶ୍ମୀର ଉପତ୍ୟାକାରେ ରକ୍ତର ହୋଲି ଖେଳୁଥିଲେ । ଲଗାତାର ୩ ଦିନ ଧରି ସାଧାରଣ ନାଗରିକଙ୍କୁ ଟାର୍ଗେଟ୍‌ କରି ହତ୍ୟା କରାଯାଇଥିଲା । କୁଲଗାମରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ । ମୃତ ବ୍ୟାଙ୍କ ମ୍ୟାନେଜର ଜଣକ ହେଲେ ରାଜସ୍ଥାନ ହନୁମାନଗଡ଼ର ବାସିନ୍ଦା ବିଜୟ କୁମାର । ସେ କିଛି ବର୍ଷ ହେଲା ମୋହନପୋରାରେ ଥିବା ଇଲାକୁଆଇ ଦେହାତି ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ ।