Advertisment

ଜାମ୍ମୁ-କାଶ୍ମୀରରେ BSF ଯୱାନଙ୍କ ଉପରକୁ ଆକ୍ରମଣ କଲେ ଆତଙ୍କବାଦୀ, ଘଟଣାସ୍ଥଳରେ ପହଞ୍ଚିଲେ ବରିଷ୍ଠ ପୋଲିସ ଅଧିକାରୀ

ସୂଚନା ଅନୁସାରେ ଆତଙ୍କୀଙ୍କ ବିରୋଧରେ ଯୱାନମାନେ ଅପରେସନ୍‌ ଚାଲୁରଖିଥିବା ସମୟରେ ଆତଙ୍କୀମାନେ ହଠାତ୍ ଯୱାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। କାଶ୍ମୀରର ଦକ୍ଷିଣ ଅଞ୍ଚଳ କୁଲଗ୍ରାମରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଆକ୍ରମଣରେ କୌଣସି ଭାରତୀୟ ଯୱାନ ଆହତ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ। ଆକ୍ରମଣ ପରେ ସୁରକ୍ଷାବଳୟ ପୂରା ଆତଙ୍କବାଦୀଙ୍କୁ ଘେରି ରହିଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
ଜାମ୍ମୁ-କାଶ୍ମୀରରେ BSF ଯୱାନଙ୍କ ଉପରକୁ ଆକ୍ରମଣ କଲେ ଆତଙ୍କବାଦୀ, ଘଟଣାସ୍ଥଳରେ ପହଞ୍ଚିଲେ ବରିଷ୍ଠ ପୋଲିସ ଅଧିକାରୀ

Kashmir Attack

Advertisment

ଶ୍ରୀନଗର: ସୀମା ସୁରକ୍ଷାବଳୟ ଉପରେ ପୁଣି ଥରେ ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି ଆତଙ୍କବାଦୀ। କମ୍ବିଂ ଅପରେସନ୍‌ କରୁଥିବାବେଳେ ଅଚାନକ୍‌ ବିଏସଏଫଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କୀ। ଆଉ ଆକ୍ରମଣର କଡ଼ା ଜବାବ ଦେବାକୁ ଯାଇ ଆତଙ୍କୀ ଉପରେ ପ୍ରବଳ ଗୁଳିବର୍ଷା କରିଛନ୍ତି ଭାରତୀୟ ଯୱାନ। କୁହଯାଉଛି ଯୱାନଙ୍କ ଆକ୍ରମଣର ସାମ୍ନା ନକରି ପାରି ଆତଙ୍କୀମାନେ ଛତ୍ରଭଙ୍ଗ ଦେଇଥିଲେ ସୁଦ୍ଧା ଏବେ ବି ୩ ଆତଙ୍କୀ ଫସିରହିଛନ୍ତି।

Advertisment

ସୂଚନା ଅନୁସାରେ ଆତଙ୍କୀଙ୍କ ବିରୋଧରେ ଯୱାନମାନେ ଅପରେସନ୍‌ ଚାଲୁରଖିଥିବା ସମୟରେ ଆତଙ୍କୀମାନେ ହଠାତ୍ ଯୱାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। କାଶ୍ମୀରର ଦକ୍ଷିଣ ଅଞ୍ଚଳ କୁଲଗ୍ରାମରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଆକ୍ରମଣରେ କୌଣସି ଭାରତୀୟ ଯୱାନ ଆହତ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ। ଆକ୍ରମଣ ପରେ ସୁରକ୍ଷାବଳୟ ପୂରା ଆତଙ୍କବାଦୀଙ୍କୁ ଘେରି ରହିଥିବା ଜଣାପଡ଼ିଛି। ବର୍ତ୍ତମାନସୁଦ୍ଧା ମିଳିଥିବା ସୂଚନା ଅନୁସାରେ ୩ ଆତଙ୍କୀ ଫସି ରହିଛନ୍ତି। କାଶ୍ମୀର ଆଇଜିପି ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସୁରକ୍ଷାବଳୟ ଉପରେ ଆତଙ୍କୀମାନେ ଅଚାନକ୍‌ ଅନ୍ଧାଧୁନ୍‌ ଫାୟାରିଂ କରିଥିଲେ ଆଉ ତାହାର ମୁକାବିଲା ଲାଗି ଯୱାନମାନେ ମଧ୍ୟ ଗୁଳି ଚଳାଇଛନ୍ତି।

Advertisment

ଆକ୍ରମଣର ଖବର ପାଇ ସିଆରପିଏଫ୍‌, ସେନା ଓ ସ୍ଥାନୀୟ ପୋଲିସ ପହଞ୍ଚିବା ସହ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଏହାପୂର୍ବରୁ ୧୦ ଅଗଷ୍ଟରେ CRPF ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଜଣେ ଯୱାନ ମଧ୍ୟ ଆହତ ହୋଇଥିଲେ।

ସେପଟେ,  ଭାରତକୁ ଆତଙ୍କୀଙ୍କୁ ଅନୁପ୍ରବେଶ ଉଦ୍ୟମ ଚଳାଇଛି ପାକିସ୍ତାନ । ସୁଧୁରୁନି ଶତ୍ରୁ ଦେଶ, ଲଗାତାର ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ରହୁଛି । ଅଗଷ୍ଟ ୧୫ ପୂର୍ବରୁ ଜମ୍ମୁ କାଶ୍ମୀରରେ ପାକିସ୍ତାନର ଏକ ବଡ ଆତଙ୍କବାଦୀ ଷଡଯନ୍ତ୍ରର ଖୁଲାସା । ଭାରତ-ପାକିସ୍ଥାନ ସୀମାରେ ପାକିସ୍ତାନ ନିଜର ଲଞ୍ଚ ପ୍ୟାଡକୁ ପୁଣି ଥରେ ସକ୍ରିୟ କରିଛି ବୋଲି ଜାମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଛି । ଲଞ୍ଚିଂ ପ୍ୟାଡରେ ପ୍ରାୟ ଦୁଇ ଶହ ପଚାଶ ଆତଙ୍କବାଦୀ ଜାମ୍ମୁ କାଶ୍ମୀରକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି ବୋଲି ଜଣାପଡ଼ିଛି।

Advertisment

ଜମ୍ମୁ କାଶ୍ମୀର ପୋଲିସର ସୂଚନା ଅନୁସାରେ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହଯୋଗରେ ଆଇଏସଆଇ ଦ୍ୱାରା ଏହି ଲଞ୍ଚ ପ୍ୟାଡ ସକ୍ରିୟ କରାଯାଇଛି । ଦେଶରେ ରକ୍ତପାତକୁ କରିବାକୁ ତଥା ଅରାଜକତା ସୃଷ୍ଟି ପାଇଁ ଗଜବାତ ନାମକ ଏକ ସଂଗଠନ ଗଠନ କରିଛି ପାକିସ୍ତାନ । ଦୀର୍ଘ ଦିନ ଧରି ପାକିସ୍ତାନ ଭାରତରେ ଡ୍ରୋନ୍ ଆକ୍ରମଣ ଘଟାଇବାକୁ ଷଡଯନ୍ତ୍ର ଜାରି ରଖିଛି । ପ୍ରତିଦିନ ପଞ୍ଜାବ ଓ ଜମ୍ମୁ କାଶ୍ମୀର ସୀମାରେ ସନ୍ଧିଗ୍ଧ ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳୁଛି ।

India BSF JammuKashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ