Advertisment

ସେନା କ୍ୟାମ୍ପ ଉପରେ ଆତଙ୍କବାଦୀଙ୍କ ଆତ୍ମଘାତୀ ହମ୍‌ଲା: ୩ ଯବାନ ସହିଦ, ୨ ଆତଙ୍କବାଦୀ ନିପାତ

ଜାମ୍ମୁ ଓ କାଶ୍ମୀରରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଆତ୍ମଘାତୀ ହମ୍‌ଲା କରିଛନ୍ତି। ଏଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ସେନାର ପାଲଟା ଜବାବରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

Terror Attack In J&K Army Camp

Terror Attack In J&K; Army Camp

Advertisment

ଜାମ୍ମୁ ଓ କାଶ୍ମୀରରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଆତ୍ମଘାତୀ ହମ୍‌ଲା କରିଛନ୍ତି। ଆଜି ଭୋରରେ ରଜୌରୀରୁ ୨୫ କି.ମି. ଦୂରରେ ଥିବା ଏକ ସେନା କ୍ୟାମ୍ପ ଉପରେ ଏହି ଆତ୍ମଘାତୀ ହମ୍‌ଲା ହୋଇଛି। ଆତଙ୍କବାଦୀମାନେ ସେନା ଶିବିର ଉପରକୁ ପ୍ରବେଶ କରିବାକୁ ଉଦ୍ୟମ ବେଳେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ସେନାର ପାଲଟା ଜବାବରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। 

Advertisment

ଆତଙ୍କବାଦୀମାନେ ସେନା କ୍ୟାମ୍ପକୁ ପଶି ଆସି ବଡ଼ଧରଣ ଅଘଟଣ ଘଟାଇବାକୁ ଉଦ୍ୟମ କରିଥିଲେ। ତେବେ ସେନା ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଇ ଚକ୍ରାନ୍ତ ପଣ୍ଡ କରିବା ସହ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଏହି ହମ୍‌ଲା ପଛରେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ହାତ ଥିବା ପୋଲିସ୍‌ କହିଛି। 

ଗତ ୪ ବର୍ଷ ମଧ୍ୟରେ ସେ3ନା କ୍ୟାମ୍ପ ଉପରକୁ ଏହା ହେଉଛି ପ୍ରଥମ ଆତଙ୍କବାଦୀ ଆକ୍ରମଣ। ଏହା ପୂର୍ବରୁ ୨୦୧୮ ମସିହା ଫେବୃଆରୀରେ Sunjwan ସ୍ଥିତ ସେନା କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସେହିପରି ୨୦୧୬ ମସିହାରେ ଆତଙ୍କବାଦୀମାନେ ଉରିରେ ବଡ଼ ଧରଣର ହମ୍‌ଲା କରିଥିଲେ। ଏଥିରେ ୧୮ ଜଣ ଯବାନ ସହିଦ ହୋଇଥିଲେ। 

Advertisment
Terror Attack Terror Attack In Jammu And Kashmir Terror Attack In Army Camp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ