Advertisment

Big Breaking: ଛତିଶଗଡ଼ରେ ବଡ଼ଧରଣର ନକ୍ସଲ ଆକ୍ରମଣ: ୧୧ ଯବାନ ସହିଦ

ଛତିଶଗଡ଼ ଦନ୍ତେୱାଡାରେ ବଡ଼ଧରଣର ନକ୍ସଲ ଆକ୍ରମଣ ।

ଅଦ୍ୟତନ ହୋଇଛି
Dantewada Naxal Attack

Dantewada Naxal Attack

Advertisment

ଛତିଶଗଡ଼ ଦନ୍ତେୱାଡାରେ ବଡ଼ଧରଣର ନକ୍ସଲ ଆକ୍ରମଣ । ଆକ୍ରମଣରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୦ ପୋଲିସ ଅଧିକାରୀ, ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ କରି ଯବାନଙ୍କ ଗାଡ଼ି ଉଡ଼ାଇଲେ ନକ୍ସଲ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍‌ ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଅପରେସନରେ ଯାଉଥିବା ଯବାନଙ୍କୁ ଆମ୍ବୁସ ଲଗାଇ ଆକ୍ରମଣ ହୋଇଛି ।

Advertisment

ଡିଆରଜି ଯବାନଙ୍କ ନକ୍ସଲ ବିରୋଧୀ ଅପରେସନ ବେଳେ ଏହି ହମଲା ହୋଇଛି । ଆକ୍ରମଣରେ କିଛି ଯବାନ ଆହତ ହୋଇଥିବା ନେଇ ସୂଚନା ଦିଆଯାଇଛି । ପୋଲିସର କହିବାନୁଯାୟୀ, ଗୁଇନ୍ଦା ରିପୋର୍ଟ ମିଳିବା ପରେ ଆରମ୍ଭ ହୋଇଥିବା ମାଓ ବିରୋଧୀ ଅପରେସନ ଶେଷ କରି ଡିଆରଜି ଫୋର୍ସର ଯବାନମ‌ାନେ ଫେରୁଥିବା ବେଳେ ଏହି ଘଟଣା ଗଟିଛି ।

Advertisment

ଏହି ଆକ୍ରମଣକୁ ନେଇ ଶୋକ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି ଯେ, ମାଓବାଦୀମାନେ ଏଭଳି ଆକ୍ରମଣ କରି ବଞ୍ଚିଯାଇ ପାରିବେ ନାହିଁ । ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ । ମାଓବାଦୀମାନଙ୍କ ବିରୋଧରେ ଆମର ସଂଗ୍ରାମ ଶେଷ ପର୍ଯ୍ୟାୟରେ ଅଛି । ଯୋଜନାବଦ୍ଧ ଢ଼ଙ୍ଗରେ ମାଓବାଦୀମାନଙ୍କ ମୂଳପୋଛ କରାଯିବ ।

Advertisment

କୁହାଯାଉଛି ଯେ, ଏହି ଆକ୍ରମଣ ପରେ ଏବେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ୨ଟି ଆମ୍ବୁଲାନ୍ସ ସେଠାରେ ପହଞ୍ଚିଛି । ଏହାସହ ମାଓବାଦୀଙ୍କ ସହ ମୁକାବିଲା କରିବା ପାଇଁ ଡିଆରଜି ଫୋର୍ସର ଯବାନ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି ।

ସେହିପରି ନକ୍ସଲ ହମଲା ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ସହ ଫୋନ ଯୋଗେ ମଧ୍ୟ କଥା ହୋଇଛନ୍ତି। ସେ ସ୍ଥିତିର ସମୀକ୍ଷା କରିବା ସହ କେନ୍ଦ୍ର ପକ୍ଷରୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଘଟଣାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ଛତିଶଗଡ଼ରେ ନକ୍ସଲ ହମଲା ପରେ ଓଡ଼ିଶାରେ ହାଇ ଆଲର୍ଟ ଜାରି ହୋଇଛି । ଛତିଶଗଡ଼ ସୀମାକୁ ଲାଗିଥିବା ୩ ଜିଲ୍ଲା ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରକୁ ଆଲର୍ଟ କରାଯାଇଛି । କମ୍ବିଂ ଅପରେସନ ଜୋରଦାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସୀମା ଅଞ୍ଚଳରେ ଚେକିଂ, ବ୍ଲକିଂ ଜୋରଦାର କରିବାକୁ ନିର୍ଦ୍ଦେଶ ହୋଇଛି । ଏନେଇ ରାଜ୍ୟ ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡାଙ୍କ ସୂଚନା ଦେଇଛନ୍ତି । 

Naxal Attack Naxal Attack In Chhattisgarh Maoist Attack In Chhattisgarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ