Advertisment

ରାକ୍ଷୀ ପୁନେଇଁ ଦିନ ଭାଇକୁ ଛଡ଼ାଇ ନେଲା ବିଧାତା,ଶବ ହାତରେ ରାକ୍ଷୀ ବାନ୍ଧି ଶେଷ ବିଦାୟ ଦେଲା ଭଉଣୀ

ସେ ଭଉଣୀର ଯନ୍ତ୍ରଣା କେହି ହୁଏତ ଅନୁଭବ କରିପାରିବେ ନାହିଁ, ଯିଏ ରାକ୍ଷୀ ପୂର୍ଣ୍ଣିମା ଦିନ ହିଁ ନିଜ ଭାଇକୁ ହରାଇଛି

ଅଦ୍ୟତନ ହୋଇଛି
tragic story

tragic story

Advertisment

ରାକ୍ଷୀ ଆସିଲେ ଭଉଣୀର ଖୁସି କହିଲେ ନସରେ। କେମିତି ରାତି ପାହିବ ଆଉ ସେ ତା’ ଭାଇ ହାତରେ ରାକ୍ଷୀ ବାନ୍ଧିବ। ଏଇ ଦିନଟିକୁ ଯେମିତି ସବୁ ଭଉଣୀଙ୍କର ଅପେକ୍ଷା ଥାଏ। ଆମେ ଆଜି ଏମିତି ଜଣେ ଭଉଣୀଙ୍କ କଥା କହିବୁ ଯାହାଙ୍କ ରାକ୍ଷୀ କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ନିଶ୍ଚୟ ଲୁହ ଆସିଯିବ।

Advertisment

ଘଟଣାଟି ହେଉଛି ତେଲେଙ୍ଗାନାର। ଏଇଠି ରୁହନ୍ତି ଚୌଧୁରୀ କନ୍‌କାୟ। ଠିକ୍ ରାକ୍ଷୀ ପୂର୍ବ ଦିନ ତାଙ୍କର ଏକମାତ୍ର ଭଉଣୀ ଗୌରମା ଆସି ପହଞ୍ଚିଯାଇଥିଲେ। ଏଇଟା ତାଙ୍କ ପାଇଁ ପ୍ରତି ବର୍ଷର ଏକ ଧାରାବାହିକ କାମ। ନିଜ ହାତରେ ଭାଇକୁ ରାକ୍ଷୀ ପିନ୍ଧେଇବାରେ ଯେମିତି ତାଙ୍କର ଅପାର ଆନନ୍ଦ। ସମୟ ଯେତିକି ପାଖେଇ ଆସୁଥାଏ ଗୌରମାଙ୍କ ଖୁସି ମଧ୍ୟ ସେତିକି ବଢୁଥାଏ। ଖାଲି ଅପେକ୍ଷା କେତେବେଳେ ରାତି ପାହିବ।

ଠିକ୍ ଏଇ ଖୁସିର ମହୂର୍ତ୍ତରେ ତାଙ୍କ ଭାଇ ଛାତିରେ ଯନ୍ତ୍ରଣା ଅନୁଭବ କଲେ। ଘର ଲୋକେ ବ୍ୟସ୍ତ ହୋଇ ତାଙ୍କୁ ଡାକ୍ତରଖାନା ନେବାର ବ୍ୟବସ୍ଥା କଲେ। କିନ୍ତୁ ବିଧିର ବିଡ଼ମ୍ବନା। ଡାକ୍ତରଖାନା ନେବା ବାଟରେ ଚୌଧୁରୀ କନ୍‌କାୟଙ୍କ ଜୀବନ ଚାଲିଗଲା। ଚାହୁଁ ଚାହୁଁ ରାକ୍ଷୀ ବାନ୍ଧିବାର ସବୁ ଖୁସି କୁଆଡ଼େ ମିଳେଇଗଲା। ଘରେ କାନ୍ଦ ବୋବାଳି ପଡ଼ିଲା। ଆଉ ତା’ ଭିତରେ ଆରମ୍ଭ ହେଲା ପ୍ରସ୍ତୁତି । ଶବ ସଂସ୍କାର ହେବ।

Advertisment

ଭଉଣୀର ମନ ସେତେବେଳକୁ କ’ଣ ହେଉଥିବ ଆଉ କହିବା ଲୋଡ଼ା ନାହିଁ। ସିଆଡ଼େ କୋକେଇ ସଜଡ଼ା ଚାଲିଥିବା ବେଳେ ଭଉଣୀ ଏପଟେ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ପୂଜା ଥାଳି ସଜାଡୁଥାଏ। ତା’ର ଗୋଟିଏ ଜିଦ୍ ତା’ ଭାଇ ହାତରେ ଯେମିତି ହେଲେ ରାକ୍ଷୀ ବାନ୍ଧିବ। ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା। ପୂଜାଥାଳି ସଜାଡ଼ି ଭାଇର ଶବ ହାତରେ ଭଉଣୀ ବାନ୍ଧିଲା ରାକ୍ଷୀ ଆଉ ତାକୁ ଶେଷ ବିଦାୟ ଜଣାଇଲା  । ସତରେ ଏଇ ହିଁ ଭାଇ-ଭଉଣୀର ପବିତ୍ର ବନ୍ଧନ।

Tragic Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ