ବାୟୁସେନା ହେଲିକପ୍ଟରର ଜରୁରୀ ଅବତରଣ, ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ଥିଲା ସାମିଲ

ଆନ୍ଧ୍ର ଓ ତେଲେଙ୍ଗାନାରେ ବନ୍ୟାଞ୍ଚଳରେ ରିଲିଫ କାର୍ଯ୍ୟରେ ସାମିଲ ଥିଲା ହେଲିକପ୍ଟର । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ ।

IAF Helicopter Emergency Landing

ବାୟୁସେନା ହେଲିକପ୍ଟରର ଜରୁରୀ ଅବତରଣ । ଯାନ୍ତ୍ରିକ ତ୍ରୁଟି ଯୋଗୁ ହେଲିକପ୍ଟର ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି । ରିଲିଫ କାର୍ଯ୍ୟରେ ଯାଇଥିବା ବାୟୁସେନା ହେଲିକପ୍ଟର ଜରୁରୀ ଅବତରଣ କରିଛି। ଗତ ୪ ଦିନ ଧରି ଆନ୍ଧ୍ରପ୍ରଦେଶର ବିଜୟୱାଡା ଓ ଏହାର ନିକଟ ଅଞ୍ଚଳରେ ବନ୍ୟା ସମୟରେ ରିଲିଫ ସାମଗ୍ରୀ ସହ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଥିଲା ଏହି ହେଲିକପ୍ଟର ।

ଭାରତୀୟ ବାୟୁସେନାର ଏହି  ହେଲିକପ୍ଟର ନାଲଗୋଣ୍ଡା ଜିଲ୍ଲାର ଚୈତାଲା ସହର ଉପକଣ୍ଠରେ ଥିବା ଏକ ଚାଷ ଜମିରେ ଜରୁରୀକାଳୀନ ଅବତରଣ କରିଛି । ତିନିଜଣ ଅଧିକାରୀଙ୍କୁ ନେଇ ହେଲିକପ୍ଟର ବିଜୟୱାଡା ଠାରୁ ହାଇଦ୍ରାବାଦର ହାକିମପେଟ ବାୟୁସେନା ଷ୍ଟେସନ ଯାଉଥିଲା । ତେବେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି । ସୂଚନା ମିଳିବା ପରେ ଅନ୍ୟ ଏକ ହେଲିକପ୍ଟରେ ବୈଷୟିକ ଟିମ ପହଞ୍ଚି ଯାଂଚ କରୁଥିବା ସୂଚନା ମିଳିଛି ।