Advertisment

ମହଙ୍ଗା ପଡ଼ିଲା ‘KGF 2’ ନିଶା: ରକି ଭାଇଙ୍କ ସିଗାରେଟ୍‌ ଟାଣିବା ଷ୍ଟାଇଲ୍‌କୁ କପି କରି ହସ୍ପିଟାଲ୍‌ରେ ନାବାଳକ

ମହଙ୍ଗା ପଡ଼ିଲା ‘KGF 2’ ନିଶା। ୟଶ୍‌ ଓରଫ ରକି ଭାଇଙ୍କ ସିଗାରେଟ୍‌ ଟାଣିବା ଷ୍ଟାଇଲ୍‌କୁ କପି କରି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଜଣେ ନାବାଳକ।

Teenager recreates Rocky Bhai's iconic smoking scene

Teenager recreates Rocky Bhai's iconic smoking scene

Advertisment

ମହଙ୍ଗା ପଡ଼ିଲା ‘KGF 2’ ନିଶା। ୟଶ୍‌ ଓରଫ ରକି ଭାଇଙ୍କ ସିଗାରେଟ୍‌ ଟାଣିବା ଷ୍ଟାଇଲ୍‌କୁ କପି କରି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଜଣେ ନାବାଳକ। ପ୍ରଥମଥର ପାଇଁ ପୁରା ସିଗାରେଟ୍‌ ପ୍ୟାକେଟ୍‌ରୁ ସବୁ ସିଗାରେଟ୍‌ ଟାଣି ହାଇଦ୍ରାବାଦର ଜଣେ ନାବାଳକ ହସ୍ପିଟାଲ୍‌ରେ ଆଡମିଟ୍‌ ହୋଇଛନ୍ତି। ଜୋରରେ କାଶ ଓ ଗଳାରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ସୂଚନାଥାଉ କି, ହାଇଦ୍ରାବାଦ ରାଜେନ୍ଦ୍ରନଗରର ଜଣେ ୧୫ ବର୍ଷୀୟ ବାଳକ ପ୍ରଥମଥର ପାଇଁ ପୁରା ସିଗାରେଟ୍‌ ପ୍ୟାକେଟ୍‌ରୁ ସବୁ ସିଗାରେଟ୍‌ ଟାଣିଥିଲେ। ଏହାପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ନାବାଳକ ଜଣକ ଗଳାରେ ଯନ୍ତ୍ରଣା ଅନୁଭବ କରିବା ସହ ତାଙ୍କର ଜୋରରେ କାଶ ହୋଇଥିଲା। ଶନିବାର ଦିନ ତାଙ୍କୁ ସେଞ୍ଚୁରି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।  ଫିଲ୍ମ ‘KGF 2’ରେ ‘ରକି ଭାଇ’ଙ୍କ ସିଗାରେଟ୍‌ ଟାଣିବା ଷ୍ଟାଇଲ୍‌ରେ ଅନୁପ୍ରାଣିତ ହୋଇ ସେ ଏଭଳି କରିଥିବା ଜଣାପଡ଼ିଛି।  

ସବୁଠାରୁ ବଡ଼ କଥା, ୨ ଦିନରେ ‘KGF 2’କୁ ୩ ଥର ଦେଖିବା ପରେ ପୁରା ସିଗାରେଟ୍‌ ପ୍ୟାକେଟ୍‌ ସେ ଶେଷ କରିଥିଲେ। ‘KGF 2’ ରିଲିଜ୍ ହେବାର ଦ୍ୱିତୀୟ ସପ୍ତାହରେ ନାବାଳକ ଜଣକ ହଲ୍‌ରେ ଫିଲ୍ମ ଦେଖିଥିଲେ। ଏହାପରେ ଫିଲ୍ମର ମୁଖ୍ୟ ଚରିତ୍ର ‘ରକି ଭାଇ’ଙ୍କ ଷ୍ଟାଇଲରେ ସେ ବେଶ୍‌ ଅନୁପ୍ରାଣିତ ହୋଇଥିଲେ। ଫିଲ୍ମରେ ଯେଉଁଳଭି ଭାବରେ ରକି ଭାଇ ସିଗାରେଟ୍‌ ଟାଣୁଥିଲେ ଠିକ୍‌ ସେଭଳି ତାଙ୍କ ଷ୍ଟାଇଲ୍‌କୁ କପି କରି ସମ୍ପୃକ୍ତ ନାବାଳକ ପ୍ରଥମଥର ପାଇଁ ସିଗାରେଟ୍‌ ଟାଣିଥିଲେ।  ଏହାପରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। 

Advertisment

ସାଧାରଣତଃ ଫିଲ୍ମରେ ମୁଖ୍ୟ ଚରିତ୍ରର ଷ୍ଟାଇଲ୍‌ ହେଉ କି ଷ୍ଟଣ୍ଟ୍‌କୁ କପି କରି ସମାନ ଭଳି କରିବା ଆଜିକାଲିର ଯୁବପିଢ଼ିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି। ଏଥିପାଇଁ କେତେବେଳେ କାହାର ଜୀବନ ମରଣ ମୁହଁକୁ ଠେଲି ହୋଇଯାଉଛି ତ ଆଉ କିଏ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏସବୁରୁ ଯୁବପିଢ଼ି ନିବୃତ ରହିବାକୁ ପରାମର୍ଶ ଦିଆଯାଇଛି।    

Yash KGF 2 Rocky Bhai Smoking KGF 3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ