Advertisment

ସଫ୍ଟୱେର ଇଞ୍ଜିନିୟରଙ୍କ ବିଚିତ୍ର ବିଜ୍ଞାପନ...‘ଜୁନିଅର ୱାଇଫ୍‌ ଆବଶ୍ୟକ’

ସଫ୍ଟୱେୟାର ଇଞ୍ଜିନିୟର ଜିତେନ୍ଦ୍ର ସିଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଲିଙ୍କ୍‌ଡିନ୍‌ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ଲେଖାଯାଇଛି କି, ତୁରନ୍ତ ନିଯୁକ୍ତି, ମୁଁ ମୋ ଜୀବନରେ ସାମିଲ ହେବା ପାଇଁ ଏକ ‘ଜୁନିଅର ୱାଇଫ୍‌’ ଖୋଜୁଛି ।

ଅଦ୍ୟତନ ହୋଇଛି
Junior Wife

Junior Wife

Advertisment

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଲିଙ୍କ୍‌ଡିନ୍‌ ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ । ବିଜିନେସ୍‌ କମ୍ୟୁନିଟି ପାଇଁ ଏହା ଏକ ପ୍ରଫେସନାଲ ନେଟୱାର୍କିଂ ସାଇଟ୍‌ । ଏହି ପ୍ଲାଟଫର୍ମ ସାହାଯ୍ୟରେ ଲୋକମାନେ ଚାକିରି ଖୋଜନ୍ତି ଏବଂ କମ୍ପାନୀଗୁଡିକ ଚାକିରି ପାଇଁ ନିଯୁକ୍ତି କରନ୍ତି । କିନ୍ତୁ ସମ୍ପ୍ରତି ଏକ ସଫ୍ଟୱେୟାର୍ ଇଞ୍ଜିନିୟର ଏମିତି କିଛି ପୋଷ୍ଟ କରିଛନ୍ତି ଯାହା ଏବେ ଚର୍ଚ୍ଚାରେ ରହିଛି । ବାସ୍ତବରେ ଜଣେ ୟୁଜର୍ସ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଲେଖା ଅଛି, ଜୁନିଅର ୱାଇଫ୍‌ ପାଇଁ ନିଯୁକ୍ତି । ମଜାରେ କରାଯାଇଥିବା ଏହି ପୋଷ୍ଟ ଏବେ ବିବାଦ ସୃଷ୍ଟି କରିଛି ।

Advertisment

ସଫ୍ଟୱେୟାର ଇଞ୍ଜିନିୟର ଜିତେନ୍ଦ୍ର ସିଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଲିଙ୍କ୍‌ଡିନ୍‌ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ଲେଖାଯାଇଛି କି, ତୁରନ୍ତ ନିଯୁକ୍ତି, ମୁଁ ମୋ ଜୀବନରେ ସାମିଲ ହେବା ପାଇଁ ଏକ ‘ଜୁନିଅର ୱାଇଫ୍‌’ ଖୋଜୁଛି । ଏହା ସହ ସେ ଆହୁରି ଲେଖିଛନ୍ତି କି ଦୟାକରି ଅଭିଜ୍ଞ ପ୍ରାର୍ଥୀମାନେ ଆବେଦନ କରନ୍ତୁ ନାହିଁ । ଅଭିଜ୍ଞ ପ୍ରାର୍ଥୀଙ୍କ ପାଇଁ ମୁଁ ପୃଥକ ନିଯୁକ୍ତି କରିବି।

ତେବେ ଏହି ନିଯୁକ୍ତ ପାଇଁ କ’ଣ ଯୋଗ୍ୟତା ତାହା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଯେମିତି କି....

Advertisment

ଚାକିରି ପ୍ରକାର: ଅବଶିଷ୍ଟ ଜୀବନ

କ୍ୟାରିୟର ଲେବୁଲ୍‌: ଏଣ୍ଟ୍ରି ଲେବୁଲ୍‌ (କେବଳ ଜିରୋ ଅଭିଜ୍ଞତାକୁ ପ୍ରାଥମିକତା ଦିଆଯିବ)

ଦରମା: ଗୋପନୀୟ

୩ ରାଉଣ୍ଡ ସାକ୍ଷାତକାର ହେବ। ଅନ୍ତିମ ରାଉଣ୍ଡ ସାକ୍ଷାତକାର ଫେସ୍‌ ଟୁ ଫେସ୍‌ ହେବ।

ଆବଶ୍ୟକତା:

- ରୋଷେଇରେ ଅତି କମ୍‌ରେ ୨ ବର୍ଷର ଅଭିଜ୍ଞତା

- ରାତିରେ ଜାଗ୍ରତ ରହି ମୋ ପାଇଁ ମସଲାଯୁକ୍ତ ବିରିୟାନି ତିଆରି କରିବାର କ୍ଷମତା ରଖୁଥିବେ

Advertisment

- ଭଲ କମ୍ୟୁନିକେସନ୍‌ ଦକ୍ଷତା ଥିବ

- ସମ୍ମାନଜନକ ଏବଂ ସଭ୍ୟ

- ଆଜ୍ଞାକାରୀ ଏବଂ ସ୍ନେହୀ

- ଗୋଲ୍‌ ଓରିଏଣ୍ଟେଡ୍ (ମୁଁ ସମସ୍ତ କାର୍ଯ୍ୟ କରିବି, କିନ୍ତୁ ମୁଁ କ’ଣ କରୁଛି ତାହା ତାଙ୍କୁ ବୁଝିବାକୁ ପଡିବ)

ଆଗ୍ରହୀ ପ୍ରାର୍ଥୀମାନେ ସେମାନଙ୍କର CV ଇନବକ୍ସରେ ପଠାଇ ପାରିବେ।

ଏହି ପୋଷ୍ଟ ସହିତ, ବ୍ୟକ୍ତି ଜଣକ ଏକ ଡିସ୍‌କ୍ଲେମର ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଏହା ଲେଖା ହୋଇଛି ଯେ ଏହି ପୋଷ୍ଟ ଥଟ୍ଟା ଉଦ୍ଦେଶ୍ୟରେ ପୋଷ୍ଟ କରାଯାଇଛି । ଏହି ପୋଷ୍ଟଟି କେବଳ ଏକ ମଜାଦାର ପୋଷ୍ଟ, ଲୋକଙ୍କୁ ହସାଇବା ପାଇଁ ଏହା ଲେଖାଯାଇଛି । ତେବେ ଏହି ପୋଷ୍ଟ ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ​। ତେବେ ଲିଙ୍କ୍‌ଡିନ୍‌ରେ ଏଭଳି ମଜାକ ପାଇଁ ଅନେକ ଲୋକ ତାଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି ।

LinkedIn
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ