Advertisment

‘ମୁଁ ମୋନିକା କହୁଛି... ହୋଟେଲକୁ ଆସ’, ବାସ୍‌ ୟା ପରେ ଆରମ୍ଭ ହେଉଥିଲା ରେକର୍ଡିଂ...

ପରିଚୟ ବଦଳାଇ ଯୁବତୀଙ୍କ ସହ କଥା ହୋଇ ବନ୍ଧୁତା ସ୍ଥାପନ କରୁଥିଲେ। ପରେ ସେମାନଙ୍କୁ ହୋଟେଲ ଡକାଇ ଭେଟିବା ସହ ଆଇଟି ସେକ୍ଟରରେ ଚାକିରି ଦେବାର ଲୋଭ ଦେଖାଇ ମହିଳାଙ୍କୁ ଯୌନ ଶୋଷଣ କରୁଥିଲେ।

ଅଦ୍ୟତନ ହୋଇଛି
Techie poses as woman online, traps woman in sex-for-job scam

Techie poses as woman online, traps woman in sex-for-job scam

Advertisment

କେତେବେଳେ ‘ମୋନିକା’ ତ ଆଉ କେତେବେଳେ ‘ମ୍ୟାନେଜର’... ଏମିତି ପରିଚୟ ବଦଳାଇ ଯୁବତୀଙ୍କ ସହ କଥା ହୋଇ ବନ୍ଧୁତା ସ୍ଥାପନ କରୁଥିଲେ। ପରେ ସେମାନଙ୍କୁ ହୋଟେଲ ଡକାଇ ଭେଟିବା ସହ ଆଇଟି ସେକ୍ଟରରେ ଚାକିରି ଦେବାର ଲୋଭ ଦେଖାଇ ମହିଳାଙ୍କୁ ଯୌନ ଶୋଷଣ କରୁଥିଲେ। ଜଣେ ନୁହେଁ କି ୨ ଜଣ ନୁହେଁ ଏହି ମାୟା ଜାଲରେ ୧୩ ଜଣ ଯୁବତୀ ଫସିଥିଲେ। ଶେଷରେ ଜଣାପଡ଼ିଥିଲା ଅନ୍‌ଲାଇନ୍‌ରେ ନିଜକୁ ‘ମୋନିକା’, ‘ମ୍ୟାନେଜର’ର ପରିଚୟ ଦେଇ କଥା ହେଉଥିବା ଲୋକ ଜଣକ ମହିଳା ନୁହନ୍ତି ବରଂ ଜଣେ ଯୁବକ। ତାଙ୍କ ନାଁ ଦିଲ୍ଲୀପ ପ୍ରସାଦ(୨୮)। ତାଙ୍କ କଳା କାରନାମା ସମ୍ପର୍କରେ ଜଣାପଡ଼ିବା ପରେ ପୋଲିସ୍‌ ତାଙ୍କୁ ଗିରଫ କରିଛି। 

Advertisment

ସୂଚନା ଅନୁସାରେ,ଦିଲ୍ଲୀପ ଜଣେ ଇଞ୍ଜିନିୟର। ଆନ୍ଧ୍ରପ୍ରଦେଶରେ ତାଙ୍କ ଘର। ଏକ ପପୁଲାର୍‌ ପିକ୍‌ଚର୍‌ ଶେୟାରିଂ ମୋବାଇଲ୍‌ ଆପ୍ଲିକେସନ୍‌ ମାଧ୍ୟମରେ ସେ ମହିଳାଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲେ। ଅସୁରକ୍ଷିତ, ବେକାର ଯୁବତୀ ଓ ଚାକିରୀ ଖୋଜୁଥିବା ଯୁବତୀଙ୍କୁ ସେ ଟାର୍ଗେଟ କରୁଥିଲେ। ଏଥିପାଇଁ ସେ ନିଜକୁ କେତେବେଳେ ‘ମୋନିକା’ ତ ଆଉ କେତେବେଳେ ‘ମ୍ୟାନେଜର’ର ପରିଚୟ ଦେଉଥିଲେ। ଆଉ ମହିଳାମାନେ ମଧ୍ୟ ଚାକିରି ପାଇବା ଆଶାରେ ତାଙ୍କ ମାୟା ଜାଲରେ ଫସି ତାଙ୍କୁ ଭେଟିବାକୁ ଯାଉଥିଲେ। 

ନିଜର ଭଲ ଦରମା ଓ ଅଧିକ କାର୍ଯ୍ୟ ଦକ୍ଷତା ଦର୍ଶାଇ ଦିଲ୍ଲୀପ ମହିଳାମାନଙ୍କୁ ତାଙ୍କ ମାୟା ଜାଲରେ ଫସାଇ ହୋଟେଲ୍‌ ଡାକୁଥିଲେ। ଏହାପରେ ଚାକିରି ଦେବାର ଲୋଭ ଦେଖାଇ ମହିଳାଙ୍କୁ ଯୌନ ଶୋଷଣ କରୁଥିଲେ। ଏଥିପାଇଁ ସେ ହିଡେନ୍‌ କ୍ୟାମେରା ବ୍ୟବହାର କରି ଭିଡିଓ ଶୁଟିଂ ମଧ୍ୟ କରୁଥିଲେ। ମହିଳାମାନେ ଯେପରି ପୁଣିଥରେ ତାଙ୍କ ସହ ଭେଟ ହେବେ ଏନେଇ ସେ ବ୍ଲାକ୍‌ମେଲିଂ ମଧ୍ୟ କରୁଥିଲେ। ଦିଲ୍ଲୀପ ଭଲ ରୋଜଗାର କରୁଥିଲେ। କିନ୍ତୁ ଏସବୁ ସେ ଟଙ୍କା ପାଇଁ କରୁ ନଥିଲେ ବରଂ ଏସବୁ କାର୍ଯ୍ୟରେ ସେ ଅଭ୍ୟସ୍ତ ହୋଇଯାଇଥିଲେ। 

Advertisment

ବ୍ଲାକ୍‌ମେଲିଂର ଶିକାର ହୋଇଥିବା ମହିଳାଙ୍କ ମଧ୍ୟରୁ ଜଣେ ଜାନୁଆରୀ ୨୬ରେ ଦିଲ୍ଲୀପଙ୍କ ବିରୋଧରେ ପୋଲିସ୍‌ରେ ଅଭିଯୋଗ କରିବା ପରେ ପୁରା କାରନାମା ସାମ୍ନାକୁ ଆସିଥିଲା। କୋଭିଡ୍‌ ଲକ୍‌ଡାଉନ୍‌ ସମୟରୁ ସେ ଚାକିରି ନାଁରେ ମହିଳାଙ୍କ ସହ ଦୁଷ୍କର୍ମ କରୁଥିବା ତଦନ୍ତ ବେଳେ ଜଣାପଡ଼ିଥିଲା। ହେଲେ ଏସବୁ ସେ କଲେଜ ସମୟରୁ କରୁଥିବା ପୋଲିସ୍‌ ସନ୍ଦେହ କରୁଛି। ଏନେଇ ପୋଲିସ୍‌ ତଦନ୍ତ ଚଳାଇଛି। 

Blackmailing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ