‘ପିଲାଙ୍କୁ ଭଲ ଉଦ୍ଦେଶ୍ୟରେ ଦଣ୍ଡ ଦେବା ଭୁଲ୍ ନୁହେଁ’

ଏଣିକି ଭୁଲ କଲେ ପିଲାଙ୍କୁ ମିଳିବ ଦଣ୍ଡ । ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କୁ ଶାସନ କରିବା ସହ ଦଣ୍ଡ ଦେଇପାରିବେ ।

Teacher punishing student for discipline not offence: Court

ଏଣିକି ଭୁଲ କଲେ ପିଲାଙ୍କୁ ମିଳିବ ଦଣ୍ଡ । ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କୁ ଶାସନ କରିବା ସହ ଦଣ୍ଡ ଦେଇପାରିବେ । ବିଦ୍ୟାଳୟରେ ଅନୁଶାସନ ବଜାୟ ରଖିବାକୁ ପିଲାମାନଙ୍କୁ ଶିକ୍ଷକ ମାନେ ଶାସନ କରିପାରିବେ ବୋଲି କୁହାଯାଇଛି । ଏକ ମାମଲାର ବିଚାର କରି ବମ୍ବେ ହାଇକୋର୍ଟ ଏହି ରାୟ ପ୍ରକାଶ କରିଥିବା ବେଳେ ଏହା କୌଣସି ଅପରାଧ ନୁହେଁ ବୋଲି କହିଛନ୍ତି । ଏହି ରାୟରେ କୁହାଯାଇଛିଯେ, ଭଲ ଉଦ୍ଦେଶ୍ୟରେ ପିଲାଙ୍କୁ ଦଣ୍ଡ ଦେବା ଅପରାଧ ନୁହେଁ।

ଉଚ୍ଚ ନ୍ୟାୟାଳୟର ବିଚାରପତି ଭରତ ଦେଶପାଣ୍ଡେ ଏହି ମାମଲାର ଶୁଣାଣି କରିଛନ୍ତି । ଏହି ରାୟରେ ଜଷ୍ଟିସ୍ ଭରତ କହିଛନ୍ତି, ପ୍ରାଥମିକ ବଦ୍ୟାଳୟର ଏହି ମାମଲା ଅତି ସାମାନ୍ୟ କଥା । ଛାତ୍ରଛାତ୍ରୀଙ୍କୁ ଅନୁଶାସନ ଭିତରେ ରଖିବା ଓ ପିଲାଙ୍କୁ ଭଲ ବାଟରେ ନେବାକୁ ହେଲେ ବେଳେବେଳେ ଶିକ୍ଷକ ମାନେ କଠୋର ହେବା ଆବଶ୍ୟକ ରହିଛି ।

ବିଦ୍ୟାଳୟକୁ ପିଲାମାନଙ୍କୁ ଶିକ୍ଷାଲାଭ କରିବାକୁ ପଠାଯାଏ । ଶିକ୍ଷା ସହ ଅନୁଶାସନ ବ୍ୟବସ୍ଥା ବିଦ୍ୟାଳୟରେ ରହିଛି । ସ୍କୁଲରେ କେବଳ ପିଲାମାନଙ୍କୁ ବିଷୟ ବସ୍ତୁ ଉପରେ ପାଠପଢ଼ାଯାଏ ନାହିଁ । କ’ଣ ଠିକ୍ କ’ଣ ଭୁଲ ତାହା ମଧ୍ୟ ଶିକ୍ଷା ଦିଆଯାଇଥାଏ । ଯାହାକି ଭବିଷ୍ୟତରେ ପିଲାମାନଙ୍କୁ ଉତ୍ତମ ମାର୍ଗରେ ପହଞ୍ଚାଇଥାଏ ବୋଲି ବମ୍ବେ ହାଇକୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି ।

ସୂଚନା ମୁତାବକ ୨୦୧୪ରେ ଜଣେ ଶିକ୍ଷକଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଶିକ୍ଷକ ଜଣକ ଦୁଇଜଣ ଛାତ୍ରୀଙ୍କୁ ମାଡ଼ ମାରିଥିଲେ । ଜଣେ ୫ବର୍ଷ ଓ ଜଣେ ୮ ବର୍ଷର ବାଳିକାଙ୍କୁ ବେତରେ ଶିକ୍ଷକ ଜଣକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

ଅଭିଯୋଗ ଅନୁସାରେ ଦୁଇଜଣ ଛାତ୍ର ସଂପର୍କରେ ଦୁଇ ଭଉଣୀ ଥିଲେ । ସାନ ଭଉଣୀ ବୋତଲରୁ ପାଣି ସରିଯାଇଥିବାରୁ ଅନ୍ୟ ଜଣେ ଛାତ୍ରର ବୋତଲରୁ ସେ ପାଣି ପିଇଥିଲା। ଫଳରେ ଶିକ୍ଷକ ଜଣଙ୍କ ତାକୁ ମାଡ଼ ମାରିଥିଲେ। ଏହି ଘଟଣା ଜାଣିବା ପରେ ବଡ଼ ଭଉଣୀ କ୍ଲାସରୁ ବାହାରି ସାନ ଭଉଣୀ ପାଖକୁ ଯାଇଥିଲେ । ଫଳରେ ଶିକ୍ଷକ ବଡ଼ ଭଉଣୀଙ୍କୁ ମଧ୍ୟ ମାଡ଼ ମାରିଥିଲେ ।