ଲୋକଙ୍କୁ ସଚେତନ କରିବାକୁ ନିଆରା ପ୍ରୟାସ, ଭୋଟ୍ ପାଇଁ ଦେହରେ ଟାଟୁ

ଭୋଟ୍ ପାଇଁ ସ୍ପେଶାଲ୍ ଟାଟୁ । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ସଚେତନା ସୃଷ୍ଟି ଏହାର ଲକ୍ଷ୍ୟ । ହେଲେ ଉପାୟ ବେଶ୍ ନିଆରା ।

Tattoo craze

ଭୋଟ୍ ପାଇଁ ସ୍ପେଶାଲ୍ ଟାଟୁ । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ସଚେତନା ସୃଷ୍ଟି ଏହାର ଲକ୍ଷ୍ୟ । ହେଲେ ଉପାୟ ବେଶ୍ ନିଆରା । ଗୁଜରାଟରେ କିଛି ଯୁବକଯୁବତୀ ଶରୀରରେ ଟାଟୁ କରି ସଚେତନତା ସୃଷ୍ଟି ପାଇଁ କରିଥିବା ପ୍ରୟାସ ଏବେ ଦେଶର ଦୃଷ୍ଟି ଆକର୍ଷଣ କରିଛି । ଆଜିକାଲି ଟାଟୁର କ୍ରେଜ୍ ପ୍ରବଳ ମାତ୍ରାରେ ରହିଛି।

ଯୁବପିଢି ଟାଟୁ ପାଇଁ ଏକରକମ ପାଗଳ । କିଏ ହାତରେ କରୁଛି ତ କିଏ କାନ୍ଧରେ । ଟାଟୁ ପାଇଁ ଆମ ଯୁବବର୍ଗ ଏତେ ପାଗଳ ଯେ ଦେହର ଯେକୌଣସି ଅଙ୍ଗରେ ନିଜ ମନମୁତାବକ ଟାଟୁ କରୁଛନ୍ତି । ବିଦେଶରେ ଏହି ଟାଟୁ ମାନିଆ ମାତ୍ରାଧିକ ପ୍ରଚଳନ ହେଉଥିବା ବେଳେ ଆମ ଭାରତୀୟ ଯୁବପିଢି ଏବେ ଟାଟୁ ପାଇଁ ପାଗଳ । ଏବେ ଟାଟୁରେ ବିଭିନ୍ନ ସଚେତନ ବାର୍ତ୍ତା ମଧ୍ୟ ଦିଆଯାଉଛି ।

ଅଧିକ ପଢ଼ନ୍ତୁ: ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ, 'ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ପରି ନୁହେଁ ...'

ବର୍ତ୍ତମାନ ଟାଟୁ ମାଧ୍ୟମରେ ସଚେତନ କରାଯାଉଛି । ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚନ ହେଉଛି ଏକ ମହାନ ପର୍ବ । ଆଉ ଏହି ପର୍ବରେ ସାମିଲ୍ ହେବା ପାଇଁ ଯୁବପିଢିଙ୍କୁ ସଚେତନ ତଥା ଉତ୍ସାହିତ କରିବା ପାଇଁ ଏଠି ସମସ୍ତେ ଟାଟୁର ସାହାଯ୍ୟ ନେଇଛନ୍ତି । ଗୁଜରାଟ ଭଦୋଦରାର ଏକ ଟାଟୁ ସେଣ୍ଟରରେ ସ୍ଥାନୀୟ  ଅଞ୍ଚଳର ଯୁବପିଢି ଟାଟୁ କରିବାକୁ ଆସୁଛନ୍ତି ।

ଆଉ ଏ ଟାଟୁରେ କିଛି ନୂଆ କଥା ରହିଛି । ଏଠି କେହି ନିଜ ନାଁ, କି ନିଜ ପସନ୍ଦର ଷ୍ଟାଇଲ୍ ବାଲା ଟାଟୁ କରୁନାହାନ୍ତି, ଏଠି ଭୋଟ୍, ମତଦାନ, ନିର୍ବାଚନ ଏ ସବୁ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ନିଜ ହାତ ଓ କାନ୍ଧରେ ଟାଟୁ କରୁଛନ୍ତି । କେହି କେହି ଏହି ଟାଟୁକୁ ସ୍ଥାୟୀ ଭାବରେ ସବୁଦିନ ପାଇଁ କରୁଛନ୍ତି ତ ଆଉ କିଏ ଅସ୍ଥାୟୀ ଭାବରେ କେବଳ ଏହି ନିର୍ବାଚନକୁ ଦୃଷ୍ଟିରେ ରଖି ଟାଟୁ କରୁଛନ୍ତି ।

ସାଧାରଣତଃ ଟାଟୁକରିବାକୁ କେହି କେହି ପସନ୍ଦ କରି ନଥାଆନ୍ତି । ଟାଟୁ କରୁଥିବା ବ୍ୟକ୍ତିଙ୍କୁ ଅନେକ୍ ଉଗ୍ର ଆଧୁନିକତା ବୋଲି କହୁଥିବା ବେଳେ କେହି କେହି  ଏହା ଶରୀର ପ୍ରତି ହାନିକାରକ ବୋଲି ମଧ୍ୟ ଭାବି ଥାଆନ୍ତି । କିନ୍ତୁ ଗଣତନ୍ତ୍ରର ଏ ମହାନ ପର୍ବ ପାଇଁ ଯୁବପିଢ଼ିଙ୍କ ଏ ନିଆରା ପଦକ୍ଷେପ ଅନେକଙ୍କୁ ଆକର୍ଷିତ କରିବାର  ଯଥେଷ୍ଟ ସମ୍ଭାବନା ବହନ କରୁଛି ।