Advertisment

ଏୟାର ଇଣ୍ଡିଆର ନୂଆ ମାଲିକ ଟାଟା ସନ୍ସ !

ଯେଉଁ ଏୟାରଲାଇନସ ସଂସ୍ଥା ଟାଟା ସ୍ଥାପନ କରିଥିଲା, ଦୀର୍ଘ ୬୮ ବର୍ଷ ପରେ ପୁଣି ସେହି ସଂସ୍ଥାର ପୁଣି ତାହାର ମାଲିକ ହେବାକୁ ଯାଉଛନ୍ତି ଟାଟା ସନ୍ସ। ୧୯୩୨ ମସିହାରେ ଟାଟା ପକ୍ଷରୁ ଟାଟା ଏୟାରଲାଇନ ସ୍ଥାପନ କରାଯାଇଥିଲା। ୧୯୪୬ରେ ଏହାର ନାମ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଥିଲା । ୧୯୫୩ ମସିହାରେ ଏୟାର ଇଣ୍ଡିଆର ମାଲିକାନା ସରକାରଙ୍କ ନିୟନ୍ତ୍ରଣକୁ ଆସିଥିଲା।

ଅଦ୍ୟତନ ହୋଇଛି
undefined

Air India

Advertisment

ନୂଆଦିଲ୍ଲୀ: ଯେଉଁ ଏୟାରଲାଇନସ ସଂସ୍ଥା ଟାଟା ସ୍ଥାପନ କରିଥିଲା, ଦୀର୍ଘ ୬୮ ବର୍ଷ ପରେ ପୁଣି ସେହି ସଂସ୍ଥାର ପୁଣି ତାହାର ମାଲିକ ହେବାକୁ ଯାଉଛନ୍ତି ଟାଟା ସନ୍ସ। ୧୯୩୨ ମସିହାରେ ଟାଟା ପକ୍ଷରୁ ଟାଟା ଏୟାରଲାଇନ ସ୍ଥାପନ କରାଯାଇଥିଲା। ୧୯୪୬ରେ ଏହାର ନାମ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଥିଲା । ୧୯୫୩ ମସିହାରେ ଏୟାର ଇଣ୍ଡିଆର ମାଲିକାନା ସରକାରଙ୍କ ନିୟନ୍ତ୍ରଣକୁ ଆସିଥିଲା। ତେବେ କମ୍ପାନୀ ପରିଚଳନା ଦାୟିତ୍ୱ ଜେ.ଆର.ଡି ଟାଟାଙ୍କ ପାଖରେ ରହିଥିଲା। ୧୯୭୭ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇଥିଲେ। ପରେ ଟାଟା ଗ୍ରୁପ ଦୀର୍ଘ ଦିନ ଧରି ବିମାନ ଚଳାଚଳ ବ୍ୟବସାୟଠାରୁ ଦୂରେଇ ରହିଥିଲା। ୧୯୯୫ରେ ପୁଣି ଥରେ ଟାଟା ଗ୍ରୁପ୍ ନୂଆ ବିମାନ କମ୍ପାନୀ ଆରମ୍ଭ କରିବା ଲାଗି ସରକାରଙ୍କ ଅନୁମତି ଲୋଡିଥିଲା, କିନ୍ତୁ ବିଫଳ ହୋଇଥିଲା। ତେବେ ଏବେ ପୁଣି ଥରେ ଏୟାର ଇଣ୍ଡିଆ ଟାଟା ନେଉଥିବା ନେଇ ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ ୨୦୦୭ରେ ସରକାର ଏୟାର ଇଣ୍ଡିଆ ଏବଂ ଇଣ୍ଡିଆନ ଏୟାରଲାଇନ୍ସକୁ ମିଶ୍ରଣ କରିଥିଲେ। ମିଶ୍ରଣ ପଛରେ ସରକାର ଇନ୍ଧନ ମୂଲ୍ୟ ବୃଦ୍ଧି, ଘରୋଇ ବିମାନ କମ୍ପାନୀଗୁଡିକର ପ୍ରତିଯୋଗିତା ଏହାର କାରଣ ବୋଲି ଦର୍ଶାଇଥିଲେ। ଯଦିଓ ଏୟାର ଇଣ୍ଡିଆ ୨୦୦୦ ରୁ ୨୦୦୬ ପର୍ଯ୍ୟନ୍ତ ଲାଭବାନ ହେଉଥିଲା, କିନ୍ତୁ ମିଶ୍ରଣ ପରେ ସମସ୍ୟା ବଢିଗଲା । କମ୍ପାନୀ ଉପରେ ଲଗାତାର କରଜ ବୃଦ୍ଧି ପାଇବାରେ ଲାଗିଛି। ୩୧ ମାର୍ଚ୍ଚ ୨୦୧୯ ସୁଦ୍ଧା କମ୍ପାନୀର ୬୦ ହଜାର କୋଟିରୁ ଅଧିକ ଋଣ ଥିଲା। ୨୧-୨୨ ଆର୍ଥିକ ବର୍ଷରେ ବିମାନରେ ୯ ହଜାର କୋଟିର କ୍ଷତି ହେବା ନେଇ ଆକଳନ ମଧ୍ୟ ହୋଇଥିଲା। ତେଣୁ ଟାଟାକୁ ଏୟାର ଇଣ୍ଡିଆର ମାଲିକାନା ହସ୍ତାନ୍ତର କରାଯାଇଥିବା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି।

Advertisment
India Air India Tata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ