Astrospeak
  • Live TV
  • Read In English

ତାଲିବାନୀ ଆତଙ୍କବାଦୀଙ୍କ ବର୍ବରତା : ଟାଇଟ୍ ପୋଷାକ୍ ପିନ୍ଧିବାରୁ ଗୁଳିମାରି ଯୁବତୀଙ୍କୁ ହତ୍ୟା

ସାମାନ୍ୟ ପୋଷାକ ପାଇଁ ଜୀବନ ନେଇଗଲେ ଆତଙ୍କୀ । ପୋଷାକ ପିନ୍ଧା ଶୈଳୀକୁ ନେଇ ଜଣେ ଯୁବତୀଙ୍କୁ ହତ୍ୟା କରିଛନ୍ତି ତାଲିବାନୀ । ଆଫଗାନିସ୍ତାନରେ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ପୁଣି ଥରେ ଆତଙ୍କବାଦୀଙ୍କ ଆତଙ୍କ ବଢ଼ିଯାଇଛି । ଦିନକୁ ଦିନ ସେମାନଙ୍କର ଅତ୍ୟାଚାର ସୀମା ବଢ଼ି ବଢ଼ି ଚାଲିଛି

taliban terrorist
taliban terrorist

News Summary

ସାମାନ୍ୟ ପୋଷାକ ପାଇଁ ଜୀବନ ନେଇଗଲେ ଆତଙ୍କୀ

ଗୁଳି ମାରିଲେ, ଘଟଣା ସ୍ଥଳରେ ଟଳି ପଡ଼ିଲେ ଯୁବତୀ

ଆଫଗାନିସ୍ତାନରେ ଆତଙ୍କୀଙ୍କ ବର୍ବରତା ସୀମା ଟପିଲା । ସାମାନ୍ୟ ପୋଷାକ ପାଇଁ ଜୀବନ ନେଇଗଲେ ଆତଙ୍କୀ । ପୋଷାକ ପିନ୍ଧା ଶୈଳୀକୁ ନେଇ ଜଣେ ଯୁବତୀଙ୍କୁ ହତ୍ୟା କରିଛନ୍ତି ତାଲିବାନୀ । ଆଫଗାନିସ୍ତାନରେ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ପୁଣି ଥରେ ଆତଙ୍କବାଦୀଙ୍କ ଆତଙ୍କ ବଢ଼ିଯାଇଛି । ଦିନକୁ ଦିନ ସେମାନଙ୍କର ଅତ୍ୟାଚାର ସୀମା ବଢ଼ି ବଢ଼ି ଚାଲିଛି । ମନ ଇଚ୍ଛା ଦେଶରେ ଦମନଲୀଳା ଚଳାଇଛନ୍ତି । ତାଲିବାନୀ ଆତଙ୍କବାନୀ ଜଣେ ଯୁବତୀଙ୍କୁ ଟାଇଟ ପୋଷାକ ପିନ୍ଧିଥିବା ବେଳେ ତାଙ୍କ ସହ କେହି ପୁରୁଷ ବନ୍ଧୁ ନଥିବାରୁ ଯୁବତୀଙ୍କୁ ହତ୍ୟା କରିଛନ୍ତି ।

ଉତ୍ତରୀ ବଲ୍ଖ ଅଞ୍ଚଳର ସମର କାନ୍ଦିୟାନର ଏକ ଗାଁରେ ଏପରି ବର୍ବର ତଥା ହୃଦୟହୀନ ଘଟଣା ଘଟିଛି । ସେଠାରେ ଚାଲେ ତାଲିବାନୀ ଶାସନ । ପୂରା ଗାଁକୁ କବଜା କରି ନେଇଛନ୍ତି ତାଲିବାନୀ ଆତଙ୍କବାଦୀ । ଟାଇଟ୍ ପୋଷାକ ପିନ୍ଧିଥିବାରୁ ୨୧ବର୍ଷୀୟ ଯୁବତୀ ନାଜିନଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାନୀ । ଯୁବତୀ ଜଣକ ନିଜ ଘରୁ ବଲ୍ଖର ରାଜଧାନୀ ମଜାର-ଏ-ସରିଫକୁ ଯାଉଥିଲେ । ସେ ଘରୁ ବାହାରି ନିଜ ଗାଡ଼ିରେ ବସିବା ସମୟରେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପୋଲିସ ସୂଚନା ଅନୁସାରେ ଝିଅଟି ବୁର୍ଖା ପିନ୍ଧିଥିଲା । ତେବେ ତାଲିବାନ ଆତଙ୍କବାଦୀ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।

ଆଫଗାନିସ୍ତାନରେ ତାଲିବାନର ଦଖଲ ବଢ଼ିବା ସଙ୍ଗେ ସଙ୍ଗେ ଯୁବତୀ ଓ ମହିଳାଙ୍କ ଉପରେ ଅତ୍ୟାଚାର ମଧ୍ୟ ବଢ଼ିବାରେ ଲାଗିଛି । ତାଲିବାନ ଯୁବତୀ ଓ ମହିଳାଙ୍କୁ ଅପହରଣ କରି ବଳପୂର୍ବକ ବିବାହ କରୁଛନ୍ତି ଆତଙ୍କବାନୀ । ତାଲିବାନ ଆତଙ୍କବାଦୀ ମାନେ ଏକ ନୂତନ ଅଞ୍ଚଳ କିମ୍ବା ସହରକୁ ଦଖଲ କରିବା ମାତ୍ରେ ପୋଲିସ୍ ଏବଂ ସରକାରୀ କର୍ମଚାରୀଙ୍କ ପତ୍ନୀ ଏବଂ ବିଧବାମାନଙ୍କୁ ପ୍ରଥମେ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି ।

ତାଲିବାନୀ ଆତଙ୍କବାନୀଙ୍କ ଭୟରେ ନିଜ ଘରର ମହିଳା ଓ ଝିଙ୍କୁ କାବୁଲର ଏକ ସୁରକ୍ଷିତ ସ୍ଥାନକୁ ପଠାଉଛନ୍ତି ପରିବାର ଲୋକ । ଯେଉଁଠାରେ ସେମାନେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇପାରିବେ । ଆଫଗାନିସ୍ତାନର ତଖାର ଏବଂ ବାଦାଖଶାନ ଅଞ୍ଚଳରେ ମହିଳାଙ୍କୁ ବାଧ୍ୟତାମୂଳକ ବିବାହ କରିବା ମାମଲା ସାମ୍ନାକୁ ଆସିଛି ।