Advertisment

କାଶ୍ମୀରକୁ ନେଇ ବିବାଦୀୟ ବୟାନ୍‌ ଦେଲେ ତାଲିବାନ୍‌ ମୁଖ୍ୟ

ଭାରତ ଓ ପାକିସ୍ତାନ ସହ ଉତ୍ତମ ସଂପର୍କ ବଜାୟ ରଖିବାକୁ ତାଲିବାନ ନେତୃତ୍ୱ କହିବାର ଦିନକ ପରେ ଆଉ ଏକ ବିସ୍ଫୋରକ କଥା ସାମନାକୁ ଆସିଛି। କାଶ୍ମୀର ପ୍ରସଙ୍ଗରେ ତାଲିବାନ ମୁଖପାତ୍ର ଆଜି ବିବାଦୀୟ ବୟାନ ରଖିଛନ୍ତି।

Taliban

Taliban

Advertisment

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ସହ ଉତ୍ତମ ସଂପର୍କ ବଜାୟ ରଖିବାକୁ ତାଲିବାନ ନେତୃତ୍ୱ କହିବାର ଦିନକ ପରେ ଆଉ ଏକ ବିସ୍ଫୋରକ କଥା ସାମନାକୁ ଆସିଛି। କାଶ୍ମୀର ପ୍ରସଙ୍ଗରେ ତାଲିବାନ ମୁଖପାତ୍ର ଆଜି ବିବାଦୀୟ ବୟାନ ରଖିଛନ୍ତି। ମୁଖପାତ୍ର ସୁହେଲ୍ ସାହିନ କହିଛନ୍ତି ଯେ, କାଶ୍ମୀରର ମୁସଲିମଙ୍କ ସ୍ୱାର୍ଥ ଲାଗି ମୁସଲମାନ ଭାବେ ସ୍ୱର ଉତ୍ତୋଳନ କରିବାର ସମସ୍ତ ଅଧିକାର ତାଲିବାନର ରହିଛି ବୋଲି ସୁହେଲ୍ କହିଛନ୍ତି।

Advertisment

ମୁସଲମାନ ଭାବେ ସାରା ବିଶ୍ୱରେ ମୁସଲମାନଙ୍କ ସ୍ୱାର୍ଥ ଓ ସେମାନଙ୍କୁ ସମାନତାର ଅଧିକାର ଦେବା ଲାଗି ତାଲିବାନ ସବୁବେଳେ ପଦକ୍ଷେପ ନେବ ବୋଲି ସାହିନ କହିଛନ୍ତି। ଦେଶର ଆଇନ ଅନୁସାରେ ମୁସଲମାନ ସମସ୍ତ ଅଧିକାର ପାଇବେ। ଏଥିରେ ଖିଲାପ ହେଲେ ତାଲିବାନ ସ୍ୱରଉତ୍ତୋଳନ କରିବେ ବୋଲି ସେ କହିଛନ୍ତି। ଗତକାଲି ତାଲିବାନର ବରିଷ୍ଠ ନେତା ଅନସ ହକାନୀ କହିଥିଲେ ଯେ, କାଶ୍ମୀର ପ୍ରସଙ୍ଗରେ ସେମାନେ ହସ୍ତକ୍ଷେପ କରିବେ ନାହିଁ।

Advertisment

ସେପଟେ ପୂର୍ବରୁ କାଶ୍ମୀରକୁ ନେଇ ଦିବା ସ୍ୱପ୍ନ ଦେଖିବା ଆରମ୍ଭ କରିଛି ପାକିସ୍ତାନ। ବାରମ୍ବାର ଚେଷ୍ଟା ପରେ କାଶ୍ମୀରକୁ ନେଇପାରିନଥିବା ପାକିସ୍ତାନ ପୁଣି ଥରେ କାଶ୍ମୀର ମୋହରେ ହେଲାଣି ପାଗଳ। ଆଫଗାନିସ୍ତାନରେ ତାଲିବାନ ଶକ୍ତିକୁ ବୃଦ୍ଧି କରିବାରେ ପାକିସ୍ତାନର ସହଯୋଗ କାହାକୁ ଅଛପା ନାହିଁ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ତାଲିବାନ କାବୁଲକୁ ଦଖଲ ଉତ୍ସବ ପାଳନ କରୁଥିବା କହିବା ସହ ପୁଣି ଥରେ କାଶ୍ମୀର ପ୍ରସଙ୍ଗରେ ୨୪ ଅଗଷ୍ଟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ଆମେ କାଶ୍ମୀରକୁ ଖୁବ୍‌ଶୀଘ୍ର ନିଜ ଦେଶ ସହ ମିଶାଇବୁ।

ଏହାସହ ତାଲିବାନ ପାକିସ୍ତାନ ସହ ଅଛି ବୋଲି ପାକିସ୍ତାନୀ ନେତା ନୀଲମ ଇରଶାଦ ଶେଖ କହିଥିଲେ। ତାଲିବାନ କାଶ୍ମୀର ଲଢେଇରେ ବିଜୟ ହେବ ଏବଂ ଏହାକୁ ପାକିସ୍ତାନକୁ ହସ୍ତାନ୍ତର କରିବା ସହ ପାକିସ୍ତାନର ଏକ ଘରୋଇ ଟିଭିର ବିତର୍କରେ ନୀଲମ ଇରଶାଦ ଏହି ବିବାଦୀୟ ବିବୃତ୍ତି ଦେଇ ଚର୍ଚ୍ଚାକୁ ଆସିଥିଲେ। ଦୀର୍ଘ ଦିନ ଧରି ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ସହିତ ତାଲିବାନର ଘନିଷ୍ଠ ସମ୍ପର୍କ ଥିବା ପୂର୍ବରୁ ଜଣାପଡିଛି।

Advertisment

Kashmir Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ