Advertisment

ତଜିନ୍ଦର ପାଲ୍ ସିଂହ ବଗାଙ୍କୁ ମିଳିଲା ଆଶ୍ୱସ୍ତି, ମଧ୍ୟରାତ୍ରିରେ ହାଇକୋର୍ଟଙ୍କ ଶୁଣାଣି

ଦିଲ୍ଲୀ ବିଜେପି ନେତା ତଜିନ୍ଦର ପାଲ୍ ସିଂହ ବଗାଙ୍କୁ ପଞ୍ଜାବ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଗାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟରାତ୍ରିରେ ଶୁଣାଣି କରି ପଞ୍ଜାବ ସରକାରଙ୍କୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

Tajinder Pal Singh Baga

Tajinder Pal Singh Baga

Advertisment

ଚଣ୍ଡିଗଡ଼: ବିଜେପି ନେତା ତଜିନ୍ଦର ବଗାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ପଞ୍ଜାବ ଓ ହରିଆଣା ହାଇକୋର୍ଟ ରାତି ଅଧରେ ଶୁଣାଣି କରି ତାଙ୍କୁ ମେ’ ୧୦ ତାରିଖ ପର୍ଯ୍ୟନ୍ତ ଗିରଫ କରାଯାଇପାରିବ ନାହିଁ ବୋଲି କହିଛନ୍ତି।

Advertisment

ସୂଚନା ଅନୁସାରେ ଦିଲ୍ଲୀର ବିଜେପି ନେତା ତଜିନ୍ଦର ପାଲ୍ ସିଂହ ବଗାଙ୍କ ବିରୋଧରେ ମୋହାଲି କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ପରେ ଏହାକୁ ପଞ୍ଜାବ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତେବେ ତଜିନ୍ଦର ପାଲ୍ ସିଂହ ବଗା ମଧ୍ୟରାତ୍ରିରେ ହାଇକୋର୍ଟ ଏହାର ଶୁଣାଣି କରି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ ମୋହାଲି କୋର୍ଟ ଦ୍ୱାରା ଜାରି ଜାମିନବିହୀନ ଗିରଫ ପରୱାନାକୁ ଖାରଜ କରିବା ପାଇଁ ଅନୁରୋଧ କରି ତଜିନ୍ଦର ବଗା ହାଇକୋର୍ଟରେ ଯେଉଁ ଆବେଦନ କରିଥିଲେ, ସେଥିରେ ଉଲ୍ଲେଖ କରିଥିଲେ ଯେ ଏହା ପଛରେ ଏକମାତ୍ର ଉଦ୍ଦେଶ୍ୟ ହେଉଛି ତାଙ୍କୁ ଗିରଫ କରିବା ଓ ତାଙ୍କ ସ୍ୱାଧୀନତାକୁ ସଙ୍କୁଚିତ କରିବା । ଏହା ସହିତ ନିଜ ରାଜନୀତିକ ମୁଖ୍ୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କୁ ଗିରଫ କରିବା ପାଇଁ ପ୍ରୟାସ କରାଯାଉଛି।

Advertisment

ଏହି ମାମଲା ଏପ୍ରିଲ୍ ୧ ତାରିଖରେ ରୁଜୁ ହୋଇଥିଲା। ମାର୍ଚ୍ଚ ୩୦ ତାରିଖରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ବଗା ମଧ୍ୟ ସାମିଲ ହୋଇଥିଲେ। ଆଉ ତା’ପରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା।

ସୂଚନା ଅନୁସାରେ ଗତ ଶୁକ୍ରବାର ପଞ୍ଜାବ ପୁଲିସ୍ ତଜିନ୍ଦର ବଗାଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଥିଲା। ତାଙ୍କୁ ପଞ୍ଜାବ ନିଆଯାଉଥିବା ବେଳେ ହରିଆଣା ପୁଲିସ୍ ଅଟକାଇଥିଲା। ପରେ ଦିଲ୍ଲୀ ପୁଲିସ୍ ଆସି ବଗାଙ୍କୁ ନେଇଯାଇଥିଲା। ଏହା ପରେ ଗତକାଲି ମୋହାଲି କୋର୍ଟ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ।

Advertisment
Tajinder Pal Singh Baga
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ