Advertisment

Tahawwur Rana: ଭାରତ ଆସିବ ୨୬/୧୧ ମାଷ୍ଟର ମାଇଣ୍ଡ; ତହବୁରର ପ୍ରତ୍ୟର୍ପଣକୁ ନେଇ ତଦାରଖ କରିବେ ଡୋଭାଲ

ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ଅଭିଯୁକ୍ତ ତହବୁର ରାଣାକୁ ଭାରତ ଆଣିବ NIA ଟିମ୍ । ତହବୁରର ପ୍ରତ୍ୟର୍ପଣକୁ ନେଇ ତଦାରଖ କରିବେ ଅଜିତ୍ ଡୋଭାଲ ।

ଅଦ୍ୟତନ ହୋଇଛି
26/11 Mastermind Tahawwur Rana

26/11 Mastermind Tahawwur Rana

Advertisment

ଭାରତ ଆସିବ ୨୬/୧୧ ମାଷ୍ଟର ମାଇଣ୍ଡ ତହବୁର ରାଣା । ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ଅଭିଯୁକ୍ତ ତହବୁର ରାଣାକୁ ଭାରତ ଆଣିବ NIA ଟିମ୍ । ତହବୁରର ପ୍ରତ୍ୟର୍ପଣକୁ ନେଇ ତଦାରଖ କରିବେ ଅଜିତ୍ ଡୋଭାଲ । ତହବୁର ଭାରତ ଆସିଲେ ମୁମ୍ବାଇ କିମ୍ବା ଦିଲ୍ଲୀର ଜେଲରେ ରହିପାରେ । ଏନେଇ ସବୁ ପ୍ରସ୍ତୁତି ସରିଥିବା ଜଣାପଡିଛି । 

Advertisment

ପୂର୍ବରୁ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ସେ କରିଥିବା ଆବେଦନକୁ ଖାରଜ କରିଥିଲେ ଆମେରିକା ସୁପ୍ରିମକୋର୍ଟ। ଭାରତକୁ ପ୍ରତ୍ୟର୍ପଣରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଥିଲେ ଆମେରିକାର ସର୍ବୋଚ୍ଚ ଅଦାଲତ। ଏହା ପୂର୍ବରୁ ଫେବୃଆରୀରେ ତହବୁର ପକ୍ଷରୁ ଆମେରିକା ସୁପ୍ରିମକୋର୍ଟର ଆସୋସିଏଟ୍ ଜଷ୍ଟିସ୍ ଏଲିନା କଗନଙ୍କୁ ଆବେଦନ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ଦିଲ୍ଲୀ ମେଟ୍ରୋ ଭିତରେ ମଦ ପିଇଲେ ଯାତ୍ରୀ, ଜାଣନ୍ତୁ ଭାଇରାଲ ଭିଡିଓ ପଛର ସତ୍ୟତା

Advertisment

ତେବେ ସେ ଏହି ଆବେଦନ ଗ୍ରହଣ ନକରିବାରୁ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଜରୁରୀ ଆବେଦନ କରିଥିଲା ତହବୁର। କାନାଡ଼ାର ନାଗରିକ ଓ ପାକିସ୍ତାନୀ ମୂଳ ତହୱର ରାଣାକୁ ଆମେରିକାର ଲସ ଏଞ୍ଜେଲସ୍ ଡିଟେନସନ ସେଣ୍ଟରରେ ରଖାଯାଇଛି। ୬୪ ବର୍ଷୀୟ ରାଣା ୨୦୧୧ରେ ଆମେରିକାରେ ଦୋଷୀ ସାବ୍ୟସ୍ତ ହୋଇ ୧୩ ବର୍ଷ ସଜ୍ଜା କାଟୁଛି ।

ତେବେ ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇ ଆକ୍ରମଣ ଘଟଣାରେ ତହୱରର ସିଧାସଳଖ ସଂପୃକ୍ତି ରହିଛି ଏବଂ ସେ ପାକିସ୍ତାନୀ ଆତଙ୍କୀ ଡେଭିଡ୍ ହେଡଲି ସହ ମିଶି ଷଡ଼ଯନ୍ତ୍ରରେ ସାମିଲ ଥିଲା ବୋଲି ଭାରତ ଦାବି କରୁଛି । ଭାରତରେ ତାର ଜେରା ଓ ବିଚାର ପାଇଁ ପ୍ରତ୍ୟର୍ପଣ କରିବାକୁ ରାଜି ହୋଇଛି ଆମେରିକା ।

Advertisment

ଅଧିକ ପଢ଼ନ୍ତୁ: ଦିଲ୍ଲୀ ମେଟ୍ରୋରେ ସିଟ୍‌କୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ଚୁଟି ଝିଙ୍କାଝିଙ୍କି, ଭିଡିଓ ଭାଇରାଲ୍

Tahawwur Rana Mumbai Attack 26/11 Mumbai Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ