ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ନେଇ ହଟୁନି ସସ୍ପେନ୍ସ । ବିଜେପି ହାତକୁ ଆସିଥିବା ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କିଏ ମୁଖ୍ୟମନ୍ତ୍ରୀ ହେବ, ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ ।
ଆସନ୍ତାକାଲି ମଧ୍ୟପ୍ରଦେଶ ଓ ୧୧ ତାରିଖରେ ଛତିଶଗଡ଼ରେ ବସିବ ବିଜେପି ବିଧାୟକ ଦଳ ବୈଠକ । ସେଥିରେ ନିଜର ନେତା ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କୁ ବାଛିପାରନ୍ତି ଏହି ଦୁଇ ରାଜ୍ୟର ବିଧାୟକମାନେ । ତେବେ ରାଜସ୍ଥାନ ଅଙ୍କ ଏବେ ବି ଅବୁଝା ହୋଇ ରହିଛି ।
ଏସବୁ ଭିତରେ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ରାଜସ୍ଥାନର ତିଜାରା ବିଧାୟକ ମହନ୍ତ ବାଲକନାଥ ଭେଟିଛନ୍ତି । ସେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ବଡ଼ ଦାବିଦାର ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ପର୍ଯ୍ୟବେକ୍ଷକମାନେ ନିର୍ବାଚିତ ଦଳୀୟ ବିଧାୟକ ଓ ରାଜ୍ୟର ତୁଙ୍ଗ ନେତାଙ୍କ ସହ ବିଶଦ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆଲୋଚନା ପର୍ଯ୍ୟାଲୋଚନା ପରେ କିଏ ହେବେ ମୁଖ୍ୟମନ୍ତ୍ରୀ ଏନେଇ ସ୍ଥିର କରାଯିବ।