Advertisment

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଦେହାନ୍ତ

ତାଙ୍କର ପରଲୋକ ହୋଇଥିବା ବେଳେ, ଆସନ୍ତାକାଲି ତାଙ୍କ ପାର୍ଥିବଶରୀରକୁ ପାଟନା ରାଜେନ୍ଦ୍ରନଗର ସ୍ଥିତ ବାସଭବନକୁ ଅଣାଯିବ ବୋଲି ସୂଚନା ମିଳିଛି ।

Bihar Politics

Bihar Politics

Advertisment

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ଦେହାନ୍ତ। ୭୨ ବର୍ଷ ବୟସରେ ଆଖି ବୁଜିଛନ୍ତି ବରିଷ୍ଠ ବିଜେପି ନେତା ସୁଶୀଲ ମୋଦି। ସେ ୬ ମାସ ଧରି କ୍ୟାନସରରେ ପୀଡ଼ିତ ଥିଲେ ଏବଂ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତ ଏପ୍ରିଲରେ ସେ କର୍କଟ ଆକ୍ରାନ୍ତ ଥିବା ସ୍ପଷ୍ଟ କରିବା ସହିତ ଏଥିପାଇଁ ୨୪ ନିର୍ବାଚନ ଲଢ଼ିବେନି ବୋଲି ସୂଚନା ଦେଇଥିଲେ।

Advertisment

ବିହାର ରାଜନୀତିରେ ବିଜେପିର ଜଣେ ଟାଣୁଆ ନେତା ସୁଶୀଲ, ୨୦୦୪ରେ ଲୋକସଭା ଓ ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୫ରୁ ୨୦୧୩ ଏବଂ ୨୦୧୭ରୁ ୨୦୨୦ ଯାଏଁ ବିହାରର ଉପମୁଖ୍ୟମନ୍ତ୍ରୀ ଥିଲେ ସୁଶୀଲ। ଆଜି ତାଙ୍କର ପରଲୋକ ହୋଇଥିବା ବେଳେ, ଆସନ୍ତାକାଲି ତାଙ୍କ ପାର୍ଥିବଶରୀରକୁ ପାଟନା ରାଜେନ୍ଦ୍ରନଗର ସ୍ଥିତ ବାସଭବନକୁ ଅଣାଯିବ ବୋଲି ସୂଚନା ମିଳିଛି ।

ଏପ୍ରିଲ ୩ ତାରିଖରେ ସେ ଏକ୍ସରେ ଗୋଟିଏ ପୋଷ୍ଟ କରି ୬ ମାସ ହେବ କର୍କଟ ରୋଗରେ ପୀଡ଼ିତ ଥିବା ସମସ୍ତଙ୍କୁ ଜଣାଇଥିଲେ। ସେ କହିଥିଲେ ଯେ ”ଗତ ୬ ମାସ ହେବ କ୍ୟାନସର ସହ ସଂଘର୍ଷ କରୁଛି। କିନ୍ତୁ ଏବେ ଲାଗୁଛି ଯେ ଏକଥା ଲୋକଙ୍କୁ ଜଣାଇବାର ସମୟ ଆସିଯାଇଛି। ତେଣୁ ଲୋକସଭା ନିର୍ବାଚନ ମୁଁ କିଛି କରିପାରିବି ନାହିଁ। ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଜଣାଇ ଦେଇଛି। ଦେଶ, ବିହାର ଓ ବିଜେପି ପାଇଁ ସବୁବେଳେ ମୁଁ ସମର୍ପିତ ରହିବି।'

Advertisment

୩୩ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ସେ ରାଜ୍ୟସଭା, ବିଧାନସଭା ଏବଂ ବିଧାନ ପରିଷଦ ସମେତ ସମସ୍ତ ୪ଟି ଗୃହର ସଦସ୍ୟ ରହି ସାରିଛନ୍ତି। ୫ ବର୍ଷ ଧରି ବିଧାନ ପରିଷଦର ସଦସ୍ୟ ମଧ୍ୟ ରହିଆସିଛନ୍ତି।

ସୁଶୀଲ ମୋଦିଙ୍କ ପାର୍ଥିବ ଶରୀର ଆସନ୍ତାକାଲି ବିହାରର ରାଜେନ୍ଦ୍ର ନଗର ସ୍ଥିତ ବାସଭବନକୁ ଅଣାଯିବ। ସେଠାରେ ତାଙ୍କର ଶେଷ ଦର୍ଶନ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହାପରେ ଆସନ୍ତାକାଲି ଅପରାହ୍ନରେ ବିହାରରେ ଶେଷକୃତ୍ୟ ଶେଷ ହେବ। 

Advertisment

ଆଜି ତାଙ୍କ ମୃତ୍ୟୁରେ ଅନେକ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। 

Bihar Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ