Advertisment

ନାମାଙ୍କନ ଭରି ପ୍ରଚାର ଚଳାଇଥିଲେ, ହଠାତ୍‌ ବଦଳାଇ ଦେଲେ ଦଳ

ନାମାଙ୍କନ ପ୍ରତ୍ୟାହାର ପରଠୁ ଅକ୍ଷୟ କାନ୍ତିଙ୍କ ଫୋନ୍ ଅଫ୍‌ ଥିଲା । ଅକ୍ଷୟ କାନ୍ତି ବିଜେପିରେ ସାମିଲ ହେବା ପଛରେ ବରିଷ୍ଠ ନେତା କୈଲାଶ ବିଜୟବର୍ଗିଙ୍କ ହାତ ଥିବା କୁହାଯାଉଛି ।

ଅଦ୍ୟତନ ହୋଇଛି
Indore Politics

Indore Politics

Advertisment

ମଧ୍ୟପ୍ରଦେଶ କଂଗ୍ରେସକୁ ଆଉ ଏକ ବଡ଼ ଝଟ୍‌କା । ଇନ୍ଦୋର ଲୋକସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଥିବା ଅକ୍ଷୟ କାନ୍ତି ବାମ ସୋମବାର ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି । ନାମାଙ୍କନ ପ୍ରତ୍ୟାହାର ସହ ବିଜେପିରେ ସାମିଲ ହୋଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ବିଜେପି ପ୍ରାର୍ଥୀ ଶଙ୍କର ଲାଲୱାନୀ MP ରମେଶ ମେନ୍ଦୋଲାଙ୍କ ଉପସ୍ଥିତିରେ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ଅକ୍ଷୟ କାନ୍ତି । ଏହି ସମୟରେ ବିଜେପି ନେତା ରମେଶ ମେନ୍ଦୋଲା ମଧ୍ୟ ତାଙ୍କ ସହ ଥିଲେ ।

Advertisment

ନାମାଙ୍କନ ପ୍ରତ୍ୟାହାର ପରଠୁ ଅକ୍ଷୟ କାନ୍ତିଙ୍କ ଫୋନ୍ ଅଫ୍‌ ଥିଲା । ଅକ୍ଷୟ କାନ୍ତି ବିଜେପିରେ ସାମିଲ ହେବା ପଛରେ ବରିଷ୍ଠ ନେତା କୈଲାଶ ବିଜୟବର୍ଗିଙ୍କ ହାତ ଥିବା କୁହାଯାଉଛି । ତେବେ କିଛି ଦିନ ହେବ କଂଗ୍ରେସରୁ ପ୍ରାର୍ଥୀ ହେବା ପରେ ସେ ଅକ୍ଷୟ ନିଜ ପାଇଁ ପ୍ରଚାର ବି କରୁଥିଲେ । ହେଲେ ହଠାତ୍‌ ଏମିତି ଦଳ ଛାଡ଼ି ବିଜେପିରେ ସାମିଲ ହେବା ସମସ୍ତଙ୍କୁ ଆଚମ୍ବିତ କରିଛି ।  

କ’ଣ କହିଥିଲେ କୈଲାଶ ?

ଇନ୍ଦୋରକୁ କୈଲାଶ ବିଜୟବର୍ଗିଙ୍କ ଗଡ଼ କୁହାଯାଏ । ବିଜୟବର୍ଗି ଇନ୍ଦୋର ୧ର ବିଧାୟକ ଅଛନ୍ତି । ଅକ୍ଷୟ କାନ୍ତି ବାମଙ୍କ ଏକ ଫଟୋ ପୋଷ୍ଟ କରି ସେ ଲେଖିନ୍ତି ବିଜେପିକୁ ସ୍ୱାଗତ । କଂଗ୍ରେସର ଇନ୍ଦୋର ଲୋକସଭା ପ୍ରାର୍ଥୀ ଅକ୍ଷୟଙ୍କୁ ମୋଦି –ଶାହ-ନଡ୍ଡାଙ୍କ ନେତୃତ୍ୱରେ ବିଜେପିକୁ ସ୍ୱାଗତ ।

Advertisment

୧୭ ବର୍ଷ ପୁରୁଣା ମାମଲାରେ ଅକ୍ଷୟ କାନ୍ତିଙ୍କ ସମସ୍ୟା ବଢ଼ିଲା

ଚାରି ଦିନ ପୂର୍ବରୁ, ଏପ୍ରିଲ୍ ୨୫ରେ ଅକ୍ଷୟ କାନ୍ତି ଏବଂ ତାଙ୍କର ଅନ୍ୟ କିଛି ବନ୍ଧୁଙ୍କ ନାଁରେ ଥିବା ୧୭ ବର୍ଷ ତଳର ଏକ ହତ୍ୟା ଉଦ୍ୟମ ମାମଲାକୁ କୋର୍ଟରେ ଶୁଣାଣି କରାଯାଇଥିଲା । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୦ ରେ ହେବ ।

ବିଜେପି ପ୍ରାର୍ଥୀଙ୍କ ପାଇଁ ଆଉ କୌଣସି ବାଧା ନାହିଁ

ଅକ୍ଷୟ କାନ୍ତି କଂଗ୍ରେସ ପ୍ରାର୍ଥୀ ଭାବରେ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି, ଅର୍ଥାତ ସେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ଅକ୍ଷୟଙ୍କ ନାମାଙ୍କନ ପ୍ରତ୍ୟାହାର ପରେ ବିଜେପି ସାଂସଦ ଶଙ୍କର ଲାଲୱାନୀଙ୍କ ଆଗରେ ଏବେ ଆଉ ସେମିତି କୌଣସି ବିଶେଷ ବାଧା ନାହିଁ । ଅନ୍ୟପଟେ ଏବେ କଂଗ୍ରେସର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ ।

Advertisment

ଅକ୍ଷୟଙ୍କ ନାମାଙ୍କନ ପ୍ରତ୍ୟାହାର ନେଇ କଂଗ୍ରେସର କହିଲା...

କଂଗ୍ରେସର ବରିଷ୍ଠ ନେତା ବିବେକ ତଂଖା ଅକ୍ଷୟ କାନ୍ତିଙ୍କ ଏଭଳି ପଦକ୍ଷେପକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଲେଖିଛନ୍ତି, 'ଇନ୍ଦୋର ଲୋକସଭାର କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର କରାଇ ବିଜେପି କ’ଣ ପ୍ରମାଣ କରିବାକୁ ଚାହୁଁଛି ? ସେ ଚାହୁଁଛନ୍ତି କି ଏହି ଦେଶ ବିରୋଧୀ ଶୂନ୍ୟ ହୋଇଯାଉ । ସେ ଚାହୁଁଛନ୍ତି କି ବିରୋଧୀ ମୁକ୍ତ ଭାରତ ? ସୁରତ ଏବଂ ଇନ୍ଦୋର ଭୋଟରଙ୍କ ସହ ଏଭଳି ଘଟଣା ଘୋର ଗଣତାନ୍ତ୍ରିକ ଅନ୍ୟାୟ ବୋଲି କହିଛନ୍ତି କଂଗ୍ରେସ ନେତା ।

BJP Congress Madhya Pradesh Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ