Advertisment

ବାଲାଟ ପେପର ଟାମ୍ପରିଂ କରିଥିଲେ, ସୁପ୍ରିମକୋର୍ଟରେ ହାଜର ହେଲେ

ଚଣ୍ଡିଗଡ଼ ମେୟର ନିର୍ବାଚନ ବେଳେ ବାଲାଟ ପେପର ଟାମ୍ପରିଂ କରିଥିବା ରିଟର୍ଣ୍ଣିଂ ଅଫିସର ଦଣ୍ଡିତ ହେବା ଉଚିତ କହିଲେ ସୁପ୍ରିମକୋର୍ଟ । ଆଜି ମେୟର ନିର୍ବାଚନ ସଂପର୍କିତ ମାମଲାର ଶୁଣାଣି ବେଳେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ ।

ଅଦ୍ୟତନ ହୋଇଛି
Mayor Chandigarh

Mayor Chandigarh

Advertisment

ଚଣ୍ଡିଗଡ଼ ମେୟର ନିର୍ବାଚନ ବେଳେ ବାଲାଟ ପେପର ଟାମ୍ପରିଂ କରିଥିବା ରିଟର୍ଣ୍ଣିଂ ଅଫିସର ଦଣ୍ଡିତ ହେବା ଉଚିତ କହିଲେ ସୁପ୍ରିମକୋର୍ଟ । ଆଜି ମେୟର ନିର୍ବାଚନ ସଂପର୍କିତ ମାମଲାର ଶୁଣାଣି ବେଳେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ । ମେୟର ନିର୍ବାଚନ ବେଳେ ଅନିୟମିତତା ନେଇ ଶୁଣାଣି ବେଳେ ରିଟର୍ଣ୍ଣିଂ ଅଫିସର ଅନୀଲ ମାସିଙ୍କୁ ଏନେଇ ପ୍ରଶ୍ନ କରିଥିଲେ କୋର୍ଟ ।

Advertisment

ଏହାଛଡ଼ା ୩ ଜଣ ଆପ୍ କାଉନସିଲର ବିଜେପିରେ ଯୋଗଦେବା ଘଟଣାକୁ ଘୋଡ଼ାବେପାର କହିବା ସହ ଏହାକୁ ଗୁରୁତର ଘଟଣା ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଟାମ୍ପରିଂ ହୋଇଥିବା ବାଲାଟ ପେପର କୋର୍ଟରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଆଉଥରେ ନିର୍ବାଚନ କରିବା ପୂର୍ବରୁ ପୁଣି ଥରେ ସେହି ଭୋଟ ଗଣତି ହେବ କି ନାହିଁ ତାହା ଟାମ୍ପରିଂ ବାଲାଟ ଦେଖିବା ପରେ ନିର୍ଦ୍ଦେଶ ଦିଆଯିବ ବୋଲି କୋର୍ଟ କହିଛନ୍ତି ।

Advertisment

ଗତ ଜାନୁଆରୀ ୩୦ରେ ଚଣ୍ଡିଗଡ଼ ମେୟର ନିର୍ବାଚନ ଭୋଟ ଗଣତି ବେଳେ ବାଲାଟ ଟାମ୍ପରିଂ କରାଯାଇଥିବା ଅଭିଯୋଗ ହୋଇଥିଲା । ଖୋଦ ରିଟର୍ଣ୍ଣିଂ ଅଫିସର ନିଜେ ଏଭଳି ଟାମ୍ପରିଂ କରିଥିବା ଅଭିଯୋଗ ନେଇ ସୁପ୍ରିମକୋର୍ଟରେ ମାମଲା ହୋଇଥିଲା ।

Supreme Court Vote
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ