Advertisment

ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍‌ ନା ଭୁଲ ? ଆଜି ହେବ ସୁପ୍ରିମ ଶୁଣାଣି . . .

ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ କରିବେ ଶୁଣାଣି

ଅଦ୍ୟତନ ହୋଇଛି
Supreme Court On Demonetisation

Supreme Court

Advertisment

ବିମୁଦ୍ରୀକରଣ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ରେ ହେବ ଶୁଣାଣି । ୨୦୧୬ରେ ୫ ବର୍ଷ ପୂର୍ବରୁ ମୋଦି ସରକାର ଘୋଷଣା କରିଥିବା ବିମୁଦ୍ରୀକରଣ ପ୍ରସଙ୍ଗରେ ହୋଇଥିବା ଆବେଦନ ଗୁଡିକ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ । ସୁପ୍ରିମକୋର୍ଟଙ୍କ ୫ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନ ଗୁଡିକର ଶୁଣାଣି କରିବେ ।

Advertisment

ଜଷ୍ଟିସ ଅବଦୁଲ ନଜିରଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ପାଞ୍ଚ ଦିନ ବିତର୍କ ପରେ ଡିସେମ୍ବର ୭ ରେ ଏହି ରାୟ ସଂରକ୍ଷିତ ରଖିଥିଲେ । ଜଷ୍ଟିସ ନଜିର ଅବସର ଗ୍ରହଣର ଦୁଇ ଦିନ ପୂର୍ବରୁ ବିମୁଦ୍ରୀକରଣ ଉପରେ ଏହି ରାୟର ଶୁଣାଣି କରିବେ। ଜଷ୍ଟିସ ଅବଦୁଲ ନଜିର, ଜଷ୍ଟିସ ବି.ଆର ଗବଇ, ଜଷ୍ଟିସ ଏ.ଏସ୍‌ ବୋପାନ୍ନା, ଜଷ୍ଟିସ୍ ବି ରାମାସୁବ୍ରମଣ୍ୟନ୍ ଏବଂ ଜଷ୍ଟିସ୍ ବି.ଭି. ନାଗରତ୍ନା ଖଣ୍ଡପୀଠରେ ସାମିଲ ଅଛନ୍ତି ।

ବିମୁଦ୍ରୀକରଣ ପ୍ରସଙ୍ଗକୁ ନେଇ ମୋଟ ୫୮ଟି ଆବେଦନ ହୋଇଥିଲା । ସରକାର ଘୋଷଣା କରିଥିବା ବିମୁଦ୍ରୀକରଣକୁ ବେଆଇନ ଦର୍ଶାଇ ଏହି ସବୁ ମାମଲା ଗୁଡିକ ହୋଇଥିଲା । ଗତ ଡିସେମ୍ବର ୭ରେ ସୁପ୍ରିମକୋର୍ଟଙ୍କ ସମ୍ବିଧାନ ପୀଠରେ ମାମଲାର ଶୁଣାଣି ହୋଇଥିଲା । ଏଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏବଂ କେନ୍ଦ୍ର ସରକାରକୁ ସମସ୍ତ ଆବଶ୍ୟକ ଦସ୍ତାବିଜ୍ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Advertisment

ଗତ ୨୦୧୬ ମସିହା ନଭେମ୍ବର ୮ ତାରିଖରେ ସରକାର ବିମୁଦ୍ରୀକରଣ ଘୋଷଣା କରିଥିଲେ । ପୁରୁଣା ୫ଶହ ଓ ୧ ହଜାର ଟଙ୍କିଆ ନୋଟ୍ ସବୁକୁ ବିମୁଦ୍ରୀକରଣ କରିବାକୁ ନିଷ୍ପତ୍ତି ନେଇଥିଲେ .. ।

Supreme Court Demonetisation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ