Advertisment

କୋଟା ବ୍ୟବସ୍ଥା ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ...କୋଟା ଲାଭ ପାଉଥିଲେ ଅନ୍ୟମାନଙ୍କୁ ସୁଯୋଗ ଦିଅ

ଗ୍ରାମାଞ୍ଚଳରେ ଥିବା ବ୍ୟକ୍ତି ଓ ପ୍ରକୃତରେ ଏହି ସୁବିଧା ପାଇବାର ହକ ଥିବା ବ୍ୟକ୍ତି ଏଥିରୁ ବଞ୍ଚିତ ହେଉଛନ୍ତି। ତେବେ ପଛୁଆବର୍ଗଙ୍କ ମଧ୍ୟରେ ଅଧିକ ପଛୁଆବର୍ଗଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାନଗଲେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀ ଲାଭବାନ ହେବା ସହ ଅନ୍ୟ ବର୍ଗଟି ଏଇ ସୁବିଧାରୁ ବଞ୍ଚିତ ହେବ।

ଅଦ୍ୟତନ ହୋଇଛି
Supreme Court on quota

Supreme Court on quota

Advertisment

ସଂରକ୍ଷଣ ବ୍ୟବସ୍ଥା ନେଇ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ। ପୂର୍ବରୁ ଯେଉଁମାନେ ସଂରକ୍ଷଣ ପାଇବାକୁ ହକଦାର ଥିଲେ ସେମାନେ ସେଥିରୁ ଲାଭାନ୍ୱିତ ହୋଇଛନ୍ତି। ଏବେ ସେମାନେ ଅନ୍ୟ ପଛୁଆବର୍ଗଙ୍କୁ ସୁଯୋଗ ଦେବା ଉଚିତ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୭ଜଣିଆ ଖଣ୍ଡପୀଠ ଏନେଇ ରାୟ ଦେଇଛନ୍ତି। ଜଷ୍ଟିସ ବି ଆର ଗାଭାଇ, ବିକ୍ରମ ନାଥ, ବେଲା ଏମ ତ୍ରିବେଦୀ, ପଙ୍କଜ ମିତ୍ତଲ, ମନୋଜ ମିଶ୍ର ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ହୋଇଥିଲା ଏହି ବେଞ୍ଚ।

Advertisment

ତେବେ ଏହି ସଂରକ୍ଷଣ ବ୍ୟବସ୍ଥା ଉପରେ ପୁଣି ଥରେ ବିଚାର କରିବା ଉଚିତ ବୋଲି କୋର୍ଟରେ କୁହାଯାଇଥିଲା। ୨୦୦୪ରେ ଦିଆଯାଇଥିବା ଏକ ରାୟରେ କୁହାଯାଇଥିଲା କି ଅନୁସୂଚିତ ଜାତି ଏକ ସମାନ ଶ୍ରେଣୀ ଗଠନ କରନ୍ତି। ସେମାନଙ୍କ ମଧ୍ୟରେ ଉପ ବିଭାଜନ କରାଯାଇପାରିବ ନାହିଁ। ତେବେ ଏହାକୁ ନେଇ ପଞ୍ଜାବ ଆଡଭୋକେଟ ଜେନେରାଲ ଗୁରୁମିନ୍ଦର ସିଂଙ୍କ ଯୁକ୍ତିକୁ ସଂକ୍ଷେପରେ ଜଷ୍ଟିସ ବିକ୍ରମ ନାଥ କହିଛନ୍ତି- ଅନୁସୂଚିତ ଜାତି ମଧ୍ୟରୁ ନିର୍ଦ୍ଦିଷ୍ଟ ବର୍ଗ ଭଲ ପ୍ରଦର୍ଶନ କରିଛନ୍ତି।

ଏବେ ସେମାନେ ବିଭିନ୍ନ କ୍ଷେତ୍ରରେ ଆଗୁଆ ଅଛନ୍ତି। ସେମାନେ ଏବେ ଏହି କୋଟାରୁ ବାଦ ପଡିବା ଆବଶ୍ୟକ। ଅବଶିଷ୍ଟ ଯେଉଁମାନେ ପଛୁଆ ବର୍ଗ ରହିଲେ ସେମାନଙ୍କୁ ସଂରକ୍ଷଣ ବ୍ୟବସ୍ଥାର ସୁଯୋଗ ଦେବା ଉଚିତ। ସେ କହିଛନ୍ତି ଯେଉଁ କାରଣ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା ତାହା ପୂରଣ ହୋଇଛି। ତେବେ ଏହାକୁ ବନ୍ଦ କରିବା ଉଚିତ।

Advertisment

ପଞ୍ଜାବ ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗ ଅଧିନିୟମ, ୨୦୦୬ରେ ଭାଲମିକିସ୍ ଏବଂ ମଜାବି ଶିଖମାନଙ୍କୁ ୫୦ପ୍ରତିଶତ କୋଟା ପ୍ରଦାନ କରାଯାଇଛି । ୨୦୧୦ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପଞ୍ଜାବ ଆଇନର ଧାରା ୪ (୫) କୁ ଅସାମ୍ବିଧାନିକ କହି ଖଣ୍ଡନ କରିଥିଲେ। ଏହାର ଅନ୍ୟତମ କାରଣ ହେଉଛି ଯେ ଏହା ଚିନ୍ନାୟା ମାମଲାର ରାୟକୁ ଉଲ୍ଲଂଘନ କରିଛି।

ତେବେ ଆଇଏଏସ, ଆଇପିଏସ ଓ ଆଇଏଫଏସ ଅଧିକାରୀଙ୍କ ପିଲାଙ୍କ ପାଇଁ ଥିବା କୋଟା ନେଇ ଏକ ପ୍ରଶ୍ନ ପଚରା ଯାଇଥିଲା। ଥରେ ଜଣେ ଏହି ପଦବୀରେ ରହିଲେ ତାର ପର ପିଢି ମଧ୍ୟ ଏହି ସୁବିଧାର ଲାଭ ଉଠାଉଛନ୍ତି। ମାତ୍ର ଗ୍ରାମାଞ୍ଚଳରେ ଥିବା ବ୍ୟକ୍ତି ଓ ପ୍ରକୃତରେ ଏହି ସୁବିଧା ପାଇବାର ହକ ଥିବା ବ୍ୟକ୍ତି ଏଥିରୁ ବଞ୍ଚିତ ହେଉଛନ୍ତି। ତେବେ ପଛୁଆବର୍ଗଙ୍କ ମଧ୍ୟରେ ଅଧିକ ପଛୁଆବର୍ଗଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାନଗଲେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀ ଲାଭବାନ ହେବା ସହ ଅନ୍ୟ ବର୍ଗଟି ଏଇ ସୁବିଧାରୁ ବଞ୍ଚିତ ହେବ।

Advertisment
Supreme Court Quota Backward Classes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ