Advertisment

Ranveer Allahbadia Case: କ୍ଷମା ମାଗିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କମେଡି ସୋ'ରେ ଆପତ୍ତିଜନକ ଟିପ୍ପଣୀ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । କମେଡିଆନ ସମୟ ରାଇନା ଓ ୟୁଟ୍ୟୁବର ରଣବୀର ଆଲ୍ଲାବାଦିଆଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ।

ଅଦ୍ୟତନ ହୋଇଛି
SC's BIG order on influencers

SC's BIG order on influencers

Advertisment

କମେଡି ସୋ'ରେ ଆପତ୍ତିଜନକ ଟିପ୍ପଣୀ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ନିଜ ଚ୍ୟାନେଲରେ କ୍ଷମା ମାଗ ଓ କେତେ ଜରିମାନା ଦେବେ କୋର୍ଟଙ୍କୁ ଜଣାଅ । ଚ୍ୟାନେଲରେ ବ୍ୟଙ୍ଗ ନାଁରେ ଅଶାଳୀନ ଭାଷା ବ୍ୟବହାର ନେଇ ସୁପ୍ରିମକୋର୍ଟଙ୍କ କଡ଼ା ରାୟ । କହିଲେ କମର୍ସିଆଲ ସ୍ପିଚ କ୍ଷେତ୍ରରେ ସମ୍ବିଧାନର ବାକ୍ ସ୍ୱାଧୀନତାକୁ ବ୍ୟବହାର କରାଯାଇପାରିବ ନାହିଁ । 

Advertisment

କମେଡି ସୋ'ରେ ଆପତ୍ତିଜନକ ଟିପ୍ପଣୀ ପ୍ରସଙ୍ଗରେ କୋର୍ଟ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ବ୍ୟବସାୟିକ କ୍ଷେତ୍ରରେ ବ୍ୟବହାର ହେଉଥିବା ଭାଷଣରେ କୌଣସି ସମୁଦାୟର ଭାବନାକୁ ଆଘାତ ଦେଇପାରିବେ ନାହିଁ । ଏକ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ପିତା ମାତା, ଭିନ୍ନକ୍ଷମଙ୍କ ଉପରେ ଦିଆଯାଉଥିବା ବ୍ୟଙ୍ଗାତ୍ମକ ଟିପ୍ପଣୀ ଉପରେ ଖପ୍ପା ହୋଇଛନ୍ତି ସର୍ବୋଚ୍ଚ କୋର୍ଟ । କିଛି ଦିନ ତଳେ 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ' ସୋ'ରେ ରଣବୀର ଆହ୍ଲାବାଦିଆ ଦେଇଥିବା ଆପତ୍ତିଜନକ ଟିପ୍ପଣୀ ନେଇ ମଧ୍ୟ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ତେବେ ଭବିଷ୍ୟତରେ ଯେମିତି ଏଭଳି ଘଟଣା ସାମ୍ନାକୁ ନଆସେ ସେନେଇ ବ୍ୟବସ୍ଥା କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । 

Advertisment

ଏହାସହ ସୁପ୍ରିମକୋର୍ଟ କମେଡିଆନ ସମୟ ରାଇନା ଓ ୟୁଟ୍ୟୁବର ରଣବୀର ଆଲ୍ଲାବାଦିଆଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଦୁଇ ସପ୍ତାହ ମଧ୍ୟରେ ଲିଖିତ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ସହ ପରବର୍ତ୍ତୀ ଶୁଣାଣିରେ ଉପସ୍ଥିତ ରହିବାକୁ କହିଛନ୍ତି । ଏହା ଛଡ଼ା କୋର୍ଟ ଡିଜିଟାଲ୍ କଣ୍ଟେଣ୍ଟ ନିୟନ୍ତ୍ରଣ ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ' ସୋ'ରେ ରଣବୀର ପିତା, ମାତା ଓ ସନ୍ତାନଙ୍କ ସମ୍ପର୍କକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କମେଡିଆନ ସମୟ ରାଇନା ଓ ୟୁଟ୍ୟୁବର ରଣବୀର ଆଲ୍ଲାବାଦିଆଙ୍କୁ କଠୋର ଦଣ୍ଡ ଦେବାକୁ ମଧ୍ୟ ଦାବି ହୋଇଥିଲା।

Advertisment
Supreme Court Freedom Of Speech And Expression Comedy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ