Advertisment

ଏମିତି ଝିଅଙ୍କର ବାପାଙ୍କୁ ପଇସା ମାଗିବାର ହକ୍ ନାହିଁ : ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଏଣିକି ପିତାମାତାଙ୍କ ସହ ସୁସମ୍ପର୍କ ନ ରଖିଲେ ମିଳିବ ନାହିଁ ସନ୍ତାନ ବାପାଙ୍କୁ ମାଗିପାରିବେନି ପଇସା ।

ଅଦ୍ୟତନ ହୋଇଛି
Supreme Court

Supreme Court

Advertisment

ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ବାପା-ମାଆଙ୍କ ସହ ଭଲ ସମ୍ପର୍କ ରଖିବନି ତ ମାଗି ପାରିବନି ବାପାଙ୍କୁ ପଇସା । ଦିନକୁ ଦିନ ବାପା-ମାଆଙ୍କ ଉପରେ ପିଲାମାନେ ଯେପରି ଭାବରେ ଅତ୍ୟାଚାର କରୁଛନ୍ତି ଏବଂ ସେମାନଙ୍କ ଦାୟିତ୍ୱ ନେଉନାହାନ୍ତି ଭଳି ମାମଲା ଅଧିକରୁ ଅଧିକ ସାମ୍ନାକୁ ଆସିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏମିତି ରାୟ ଦେଇଛନ୍ତି।

Advertisment

ସରଳ ଭାଷାରେ କହିଲେ, ଯେଉଁ ସନ୍ତାନମାନେ ନିଜ ବାପା-ମାଆଙ୍କ କଥା ବୁଝିବେନି ସେମାନେ ବାପାମାଆଙ୍କୁ ପଇସା ମାଗି ପାରିବେନି ବୋଲି କୋର୍ଟ ସିଧାସଳଖ କହିଛନ୍ତି। ସୁପ୍ରିମକୋର୍ଟରେ ଏକ ଛାଡ଼ପତ୍ର ମାମଲାର ଶୁଣାଣି ବେଳେ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କିଶନ୍‌ ଏବଂ ଏମ୍ଏମ୍‌ ସୁନ୍ଦରେଶଙ୍କୁ ନେଇ ଗଠିତ ବେଞ୍ଚ ଏହି ରାୟ ଶୁଣାଇଛନ୍ତି ।

ତେବେ ସୁପ୍ରିମକୋର୍ଟର ଏହି ଦୁଇ ବିଚାରପତି ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି କୌଣସି ଝିଅ ନିଜ ପିତାମାତାଙ୍କ ସହ ଦୀର୍ଘ ସମୟ ଧରି କୌଣସି ସମ୍ପର୍କ ନରଖେ ଅର୍ଥାତ୍‌ ସେମାନଙ୍କ କଥା ନବୁଝେ, ତେବେ ସେମାନେ ବାପା-ମାଆଙ୍କୁ  ପଇସା ମାଗିପାରିବେ ନାହିଁ। କୋର୍ଟ କହିଛନ୍ତି ଯେ, ଆଜିର ସମାଜରେ ଜଣେ 20 ବର୍ଷର ଝିଅ ନିଜ ଇଚ୍ଛା ମୁତାବକ କାମ କରୁଛନ୍ତି। ଏବଂ ନିଜର ଜୀବନସାଥୀ ମଧ୍ୟ ବାଛୁଛନ୍ତି। ଯଦି ସେମାନେ ନିଜ ଇଚ୍ଛାରେ କାମ କରୁଛନ୍ତି ଆଉ ବାପା-ମାଆଙ୍କୁ ପଚାରୁନାହାନ୍ତି ତେବେ ବାପା-ମାଆଙ୍କଠାରୁ ପଇସା ଆଶା କରିବା ଠିକ୍‌ ନୁହେଁ। ତେଣୁ ସମ୍ପର୍କ ନଥିଲେସାବାଳକଙ୍କୁ ପାଠପଢା ପଇସା କାହିଁକି ପଇସା ମିଳିବ ବୋଲି କୋର୍ଟ କହିଛନ୍ତି।

Advertisment

ଏକ ଛାଡ଼ପତ୍ର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି। ଏହାସହ ଝିଅ ଯଦି ନିଜ ବାପାଙ୍କ ଠାରୁ ଅଲଗା ହୋଇଯାଏ ବା ବାପାଙ୍କ ସହ କୌଣସି ସଂପର୍କ ନରଖେ ତେବେ ବାପା-ଝିଅର କୌଣସି ଖର୍ଚ୍ଚ ଉଠାଇବାକୁ ବାଧ୍ୟ ନୁହନ୍ତି । ଆଉ ଛାଡପତ୍ର ମାମଲା ବିଚାର କରି ମହିଳାଙ୍କ ସ୍ୱାମୀଙ୍କୁ ସମସ୍ତ ଦାବି ପୂରଣ କରିବାକୁ କହିବା ସହିତ ୧୦ ଲକ୍ଷ ଟଙ୍କା ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦୁଇମାସ ଭିତରେ ଏହି ଟଙ୍କା କୋର୍ଟରେ ଜମା କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଏହି ରାଶି ଅଭିଯୋଗକାରିଣୀ ପତ୍ନୀଙ୍କୁ ପ୍ରଦାନ କରାଯିବ ।

ତେବେ ଦାୟର ହୋଇଥିବା ମାମଲା ଅନୁସାରେ, ବର୍ତ୍ତମାନ ମାମଲା ଦାୟର କରିଥିବା ଝିଅର ବୟସ ଏବେ ୨୦। ଭବିଷ୍ୟତର ରାସ୍ତା ବାଛିବା ପାଇଁ ତାର ଅଧିକାର ଅଛି । ହେଲେ ସମ୍ପର୍କ ନରଖିଲେ ବାପା ପଚାରି ନପାରନ୍ତି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

Advertisment
Supreme Court Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ