Advertisment

ଉଦ୍ଧବ ଠାକରେଙ୍କୁ ଆଶ୍ୱସ୍ତି: ନିଷ୍ପତ୍ତି ନେବାକୁ ନିର୍ବାଚନ କମିଶନଙ୍କୁ ମନାକଲେ ସୁପ୍ରିମକୋର୍ଟ

ଶିବସେନା କାହାର ମାମଲାରେ ଉଦ୍ଧବ ଥାକରେଙ୍କୁ ଆଶ୍ୱସ୍ତି....

ଅଦ୍ୟତନ ହୋଇଛି
Supreme Court Asks Election Commission To Not Take Precipitative Action On

Supreme Court Asks Election Commission To Not Take Precipitative Action On

Advertisment

ଶିବସେନା ଉପରେ ପ୍ରକୃତରେ କାହାର କର୍ତ୍ତୃତ୍ୱ ରହିବ? ଶିବସେନା କାହା ନେତୃତ୍ୱରେ ରହିବ? ଏନେଇ ହୋଇଥିବା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କ ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତାଙ୍କ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ବୋଲି ଦାବି କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ କରିଥିବା ଆବେଦନ ଉପରେ ନିଷ୍ପତ୍ତି ନ ନେବାକୁ ନିର୍ବାଚନ କମିଶନକୁ ସୁପ୍ରିମକୋର୍ଟ କହିଛନ୍ତି ।

Advertisment

ତେବେ ଏ ମାମଲା ସାମ୍ବିଧାନିକ ଖଣ୍ଡପୀଠକୁ ପଠାଯିବ କି ନାହିଁ ସେନେଇ ଆଶନ୍ତା ସୋମବାର ଦିନ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇ ପାରନ୍ତି । ମାମଲାର ଶୁଣାଣି ବେଳେ ଏକନାଥ ସିନ୍ଧେଙ୍କ ଗୋଷ୍ଠୀ ଦାବି କରିଥିଲେ ଯେ, ଗାଣତାନ୍ତ୍ରିକ ପଦ୍ଧତିରେ ତାଙ୍କ ପାଖରେ ସଂଖ୍ୟାଗରିଷ୍ଠ ରହିଛି । ଦଳ ଉପରେ ମଧ୍ୟ ତାଙ୍କର ନିୟନ୍ତ୍ରଣ ରହିବ । ତେଣୁ ଏ ଦଳୀୟ ନିଷ୍ପତ୍ତିରେ କୋର୍ଟ ହସ୍ତକ୍ଷେପ ନ କରନ୍ତୁ ବୋଲି ସିନ୍ଧେଙ୍କ ଓକିଲ ହରୀଶ ସାଲଭେ କୋର୍ଟଙ୍କୁ କହିଥିଲେ ।

ତେବେ ଯଦି ଜଣେ ନିର୍ବାଚିତ ହେବା ପରେ ନିଜ ଦଳକୁ ଆଦୌ ନ ପଚାରେ, ତାହା କଣ ଗଣତନ୍ତ୍ର ପ୍ରତି ବିପଦ ନୁହଁ କି ବୋଲି ମାମଲାର ଶୁଣାଣି କରୁଥିବା ପ୍ରଧାନ ବିଚାରପତି ଜଷ୍ଟିସ ଏନ୍. ଭି. ରମନ୍ନା ସିନ୍ଧେଙ୍କୁ ପ୍ରଶ୍ନ କରିଥିଲେ । ତେବେ ଏ ପ୍ରଶ୍ନର ଉତ୍ତରରେ ସାଲଭେ ନା ବୋଲି କହିଥିଲେ । ଯେହେତୁ ବିଦ୍ରୋହୀ ବିଧାୟକମାନେ ଅଯୋଗ୍ୟ ଘୋଷଣା ହେବାର ସ୍ପଷ୍ଟତା ରହିଛି, ତା ଭିତରେ ନିର୍ବାଚନ କମିଶନ ଏନେଇ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ଥାକରେଙ୍କ ଗୋଷ୍ଠୀ କହିଥିଲେ ।

Advertisment
Supreme Court Uddhav Thackeray Shiv Sena Maharashtra Chief Minister Eknath Shinde
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ