Advertisment

ମିଳିଲା ସୁଟ୍‌କେସ୍‌ ଭିତରେ ଖଣ୍ଡ ଖଣ୍ଡ ଶରୀର ! ଶ୍ରଦ୍ଧା ମର୍ଡର ସହ ଲିଙ୍କ୍‌ ନେଇ ସନ୍ଦେହ...

ଫରିଦାବାଦରୁ ଅଞ୍ଚଳରୁ ଏକ ସନ୍ଦେହଜନକ ସୁଟ୍‌କେସ୍‌ ମିଳିଛି। ଏହା ଭିତରେ ମୃତଦେହର କିଛି ଅଂଶ ଥିବା ଜଣାପଡ଼ିଛି। ତେଣୁ ଏହି ଘଟଣା ଦିଲ୍ଲୀର ଶ୍ରଦ୍ଧା ଓ୍ୱାକର ହତ୍ୟା ମାମଲା ସହ ଲିଙ୍କ୍ ଥାଇପାରେ ବୋଲି  ପୋଲିସ୍‌ ସନ୍ଦେହ କରୁଛି।

ଅଦ୍ୟତନ ହୋଇଛି
Suitcase With Body Parts Found in Haryana Forest

Suitcase With Body Parts Found in Haryana Forest

Advertisment

ହରିୟାଣାର ଫରିଦାବାଦରୁ ଅଞ୍ଚଳରୁ ଏକ ସନ୍ଦେହଜନକ ସୁଟ୍‌କେସ୍‌ ମିଳିଛି। ଏହା ଭିତରେ ମୃତଦେହର କିଛି ଅଂଶ ଥିବା ଜଣାପଡ଼ିଛି। ତେଣୁ ଏହି ଘଟଣା ଦିଲ୍ଲୀର ଶ୍ରଦ୍ଧା ଓ୍ୱାକର ହତ୍ୟା ମାମଲା ସହ ଲିଙ୍କ୍ ଥାଇପାରେ ବୋଲି  ପୋଲିସ୍‌ ସନ୍ଦେହ କରୁଛି। ଫରିଦାବାଦର ସୁରଜକୁନ୍ଦ ଜଙ୍ଗଲିଆ ସ୍ଥାନରୁ ଶୁକ୍ରବାର ଦିନ ଏହି ସୁଟ୍‌କେସ୍‌  ମିଳିଛି। ତେବେ ଏହା ଶ୍ରଦ୍ଧାଙ୍କ ମୃତଦେହର ଅଂଶ କିମ୍ବା ଆଉ କାହାର, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନି।

Advertisment

ପୋଲିସ୍‌ କହିବା ଅନୁସାରେ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି ଯେ, ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅନ୍ୟତ୍ର ହତ୍ୟା କରାଯାଇ ତାଙ୍କର ଖଣ୍ଡ ଶରୀରକୁ ଏଠାରେ ଫିଙ୍ଗି ଦିଆଯାଇଛି। ପରିଚୟ ଲୁଚାଇବା ପାଇଁ ଏଭଳି କରାଯାଇ ଥାଇପାରେ ବୋଲି ପୋଲିସ୍‌ ସନ୍ଦେହ କରୁଛି। ଖଣ୍ଡ ଶରୀରକୁ ପ୍ଲାଷ୍ଟିକ ବ୍ୟାଗ ଏବଂ ଅଖା ଭିତରେ ଗୁଡ଼ା ଯାଇ ସୁଟ୍‌କେସ୍‌ ଭିତରେ ରଖା ଯାଇଥିଲା। ସୁଟ୍‌କେସ୍‌ ନିକଟରୁ ପୋଷାକ ଏବଂ ଏକ ବେଲ୍ଟ ଜବତ କରାଯାଇଛି। ସୁଟ୍‌କେସ୍‌ ଭିତରେ ମିଳିଥିବା ଶରୀରର ଅଂଶ ଗୁଡ଼ିକ ମାସକ ପୂର୍ବର ବୋଲି ଜଣାପଡ଼ିଛି। 

ଅନ୍ୟପକ୍ଷେ, ଶ୍ରଦ୍ଧାଙ୍କୁ  ହତ୍ୟା କରିବା ପରେ ମୃତଦେହକୁ ପିସ୍‌ ପିସ୍‌ କରିବା ପାଇଁ ଅଫତାବ୍‌ ଯେଉଁ ଛୁରୀର ବ୍ୟବହାର କରିଥିଲା, ତାହା ମିଳିଛି। ମୃତଦେହକୁ ଖଣ୍ଡ ଖଣ୍ଡ କରିବା ପାଇଁ ଅଫତାବ୍‌ ୫ଟି ଛୁରୀର ବ୍ୟବହାର କରିଥିଲା। ହେଲେ ଏହା ମିଳୁ ନଥିଲା। କିନ୍ତୁ ଏବେ ଏହି ୫ ଛୁରୀକୁ ପୋଲିସ୍‌ ଜବତ କରିଛି। ଏହିସବୁ ଛୁରୀ ୫-୬ ଇଞ୍ଚ ଲମ୍ବ ଥିବାବେଳେ ଏହାକୁ ଫରେନସିକ୍‌ ପରୀକ୍ଷା ପାଇଁ ପଠା ଯାଇଛି। 

Advertisment

ସେହିପରି ଏହି ଘଟଣା ସହ ସମ୍ପୃକ୍ତ ୩ଟି ସିସିଟିଭି ଫୁଟେଜ୍ ମଧ୍ୟ ପାଇଥିବା ଦିଲ୍ଲୀ ପୋଲିସ ଦାବି କରିଛି। ଶ୍ରଦ୍ଧାଙ୍କ ହତ୍ୟାକାରୀ କୁହାଯାଉଥିବା ଜହ୍ଲାଦ ପ୍ରେମିକ ତଥା ଅଭିଯୁକ୍ତ ବୟଫ୍ରେଣ୍ଡ୍ ଅଫତାବ ପୁନାଓ୍ୱାଲାର ଗତକାଲି ପଲିଗ୍ରାଫ୍‌ ଟେଷ୍ଟ ହୋଇପାରିନି। ଅଫତାବଠୁ ଶ୍ରଦ୍ଧା ହତ୍ୟା ମାମଲାର ସତ ଓଗାଳିବାକୁ ତା’ର ପଲିଗ୍ରାଫ ଟେଷ୍ଟ କରାଉଛି ଦିଲ୍ଲୀ ପୋଲିସ। ତେବେ କାଲି କୌଣସି କାରଣରୁ ତା’ର ପଲିଗ୍ରାଫ୍ ଟେଷ୍ଟ ହୋଇପାରିନଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି।

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ