Advertisment

ତେଜୁଛି ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦ, ଆଜି ୧୨ ଘଣ୍ଟିଆ ବେଙ୍ଗଲ ବନ୍ଦ

କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏସୟୁସିଆଇ ।

ଅଦ୍ୟତନ ହୋଇଛି
SUCI calls 12 hours Bengal Bandh

SUCI calls 12 hours Bengal Bandh

Advertisment

କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏସୟୁସିଆଇ । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଏହି ସମୟରେ ସମସ୍ତ ଏମର୍ଜେନସି ସେବା ଚାଲୁ ରହିବ । ବନ୍ଦ ଯୋଗୁଁ ମେଟ୍ରୋ ଚଳାଚଳ ପ୍ରଭାବିତ ହୋଇଛି । ବୁଧବାର ରାତିରେ କଲେଜରେ ଭଙ୍ଗା ରୁଜା ଘଟଣା ଏବଂ ଡାକ୍ତରଙ୍କୁ ମାଡ ମରା ଘଟଣାକୁ ପ୍ରତିବାଦ କରି ଏହି ବନ୍ଦ ପାଳନ କରାଯାଉଛି।

Advertisment

ଅଧିକ ପଢ଼ନ୍ତୁ: RG Kar ମେଡିକାଲ କଲେଜରେ ହିଂସାକାଣ୍ଡ, ମେସିନ ଭାଙ୍ଗିଦେଲେ ଲୋକେ

ଏପଟେ ଘଟଣାରେ ଘାଣ୍ଟୁଛି ସିବିଆଇ । RG କର୍ ମେଡିକାଲ୍ କଲେଜକୁ ଯାଇ ପଚରାଉଚରା କରିବା ସହିତ, ଜେରା ପାଇଁ ୫ ଜଣ ଡାକ୍ତରଙ୍କୁ ସମନ୍ କରିଥିବା ସୂଚନା ମିଳିଛି । ପୀଡ଼ିତାଙ୍କ ଘରେ ମଧ୍ୟ ପହଞ୍ଚି ତଦନ୍ତ କରିଛି ସିବିଆଇ ଟିମ୍ । ମେଡିକାଲ କଲେଜରେ  ଭଙ୍ଗାରୁଜା ଘଟଣାରେ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ପ୍ରାୟ ୪୦ ରୁ ୫୦ ଜଣ ଲୋକ ଏହି ଭଙ୍ଗାରୁଜାରେ ସାମିଲ ଥିଲେ । ସେମାନେ ଏମର୍ଜେନ୍ସି ୱାର୍ଡ, ନର୍ସିଂ ଷ୍ଟେସନ ଓ ମେଡିସିନ ଷ୍ଟୋରରେ ବ୍ୟାପକ କ୍ଷୟକ୍ଷତି କରିବା ସହ ସିସିଟିଭି କ୍ୟାମେରା ମଧ୍ୟ ଭାଙ୍ଗିଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା ।

କୋଲକାତା ପୋଲିସ ଏହି ଘଟଣାରେ ସଂପୃକ୍ତ କିଛି ଲୋକଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଜାରି କରିଛି । ଘଟଣାକୁ ନେଇ ପୋଲିସ କହିଛି, ଭୁଲ୍ କ୍ୟାମ୍ପେନ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ହିଂସାକାଣ୍ଡ ପରେ ମେଡିକାଲ କଲେଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଥିବାବେଳେ, ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି ।

Advertisment

ଏପଟେ ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ସମସ୍ତ କାଗଜପତ୍ର ସିବିଆଇକୁ ଦିଆଯାଇଛି । ଆମେ ବି ଚାହୁଁଛୁ ଅଭିଯୁକ୍ତକୁ ଫାଶୀ ମିଳୁ। 

Rape Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ