Advertisment

ଚନ୍ଦ୍ରରେ ଭାରତ: ଲ୍ୟାଣ୍ଡିଂ ପଏଣ୍ଟର ନାଁ ‘ଶିବଶକ୍ତି’ ରଖିଲେ ପ୍ରଧାନମନ୍ତ୍ରୀ ମୋଦି

ଚନ୍ଦ୍ରୟାନ-୩ର ସଫଳତା ପରେ ଇସ୍ରୋ ବୈଜ୍ଞାନିକଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ଚନ୍ଦ୍ରୟାନ-୩ର ସଫଳତା ଲାଗି ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସହ ଇସ୍ରୋ ମୁଖ୍ୟ ଏସ୍. ସୋମନାଥଙ୍କୁ ଆଲିଙ୍ଗନ କରି ପିଠି ଥାପୁଡେଇ ଥିଲେ ପ୍ରଧାନମନ୍ତ୍ରୀ ମୋଦି।

ଅଦ୍ୟତନ ହୋଇଛି
undefined

PM Modi meets ISRO scientists

Advertisment

ଚନ୍ଦ୍ରୟାନ-୩ର ସଫଳତା ପରେ ଇସ୍ରୋ ବୈଜ୍ଞାନିକଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ବିଦେଶ ଗସ୍ତରୁ ଫେରି ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକଙ୍କୁ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଭେଟିଥିଲେ। ଚନ୍ଦ୍ରୟାନ-୩ର ସଫଳତା ଲାଗି ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସହ ଇସ୍ରୋ ମୁଖ୍ୟ ଏସ୍. ସୋମନାଥଙ୍କୁ ଆଲିଙ୍ଗନ କରି ପିଠି ଥାପୁଡେଇ ଥିଲେ ପ୍ରଧାନମନ୍ତ୍ରୀ ମୋଦି।

Advertisment

ବୈଜ୍ଞାନିକଙ୍କୁ ଭେଟିବା ଅବସରରେ ପ୍ରଧାନମନ୍ତ୍ରୀ ଭାବବିହ୍ୱଳ ହୋଇଯାଇଥିଲେ। ସମ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ‘ଆପଣଙ୍କ ଗହଣରେ ଆସି ଏକ ଭିନ୍ନ ଖୁସି ଅନୁଭବ କରୁଛି। ବିଦେଶରେ ଥିଲେ ବି ମନ ଆପଣଙ୍କ ନିକଟରେ ଥିଲା। ସବୁ ବୈଜ୍ଞାନିକମାନଙ୍କୁ ମୋର ସାଲ୍ୟୁଟ୍। ଚନ୍ଦ୍ର ଅଭିଯାନ କୌଣସି ସାଧାରଣ ସଫଳତା ନୁହେଁ। ଆମେ ସେଠି ପହଞ୍ଚିଲୁ, ଯେଉଁଠି କେହି ପହଞ୍ଚି ନଥିଲେ। ଏହାହିଁ ହେଉଛି ଆଜିର ଭାରତ, ନିର୍ଭୀକ ଭାରତ, ଲଢୁଆ ଭାରତ। ମୁଁ ଆପଣଙ୍କର ଯେତେ ଗୁଣଗାନ କଲେ, ତାହା କମ୍ ହେବ।’

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ‘ଅନ୍ଧାରୀ ମୂଲକରେ ପହଞ୍ଚି ଆମେ ଆଲୁଅ ଜାଳିଲୁ। ଏବେ ଚନ୍ଦ୍ରରେ ଭାରତ’। ଚନ୍ଦ୍ରପୃଷ୍ଠରେ ଯେଉଁଠି ଚନ୍ଦ୍ରୟାନ-୩ ଅବତରଣ କରିଛି ସେହି ସ୍ଥାନର ନାଁ ପ୍ରଧାନମନ୍ତ୍ରୀ ମୋଦି ‘ଶିବଶକ୍ତି’ ଦେଇଛନ୍ତି। 

Advertisment

ଗତ ବୁଧବାର ଦିନ ଚନ୍ଦ୍ରୟାନ-୩ ସଫ୍ଟଲ୍ୟାଣ୍ଡିଂ ବେଳେ ଦକ୍ଷିଣଆଫ୍ରିକା ଜୋହାନ୍ସବର୍ଗରୁ ଭର୍ଚୁଆଲ୍‌ ମୋଡ୍‌ରେ ମିଶନ ଅପରେସନ କଂପ୍ଲେକ୍ସ ସହ ଯୋଡ଼ି ହୋଇଥିଲେ। ଏଥିସହ ଫୋନ ଯୋଗେ ଇସ୍ରୋ ମୁଖ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ