ସାଇକେଲରୁ ଆରମ୍ଭ ହୋଇଥିଲା ସାହାରାର ଯାତ୍ରା । ୧୦ ଜୁନ୍ ୧୯୪୮ରେ ବିହାର ଆରାରିଆରେ ଜନ୍ମ ହୋଇଥିବା ସୁବ୍ରତ ଉତ୍ତରପ୍ରଦେଶ ଗୋରଖପୁରରୁ ଆରମ୍ଭ କରିଥିଲେ ନିଜ ଚିଟଫଣ୍ଡ ସଂସ୍ଥାର ପରିକଳ୍ପନା । ସାଇକେଲରେ ବୁଲି ବୁଲି ଲୋକଙ୍କ ପାଖରୁ ଟଙ୍କା ଆଦାୟ କରିବା ଓ ତାକୁ ନିବେଶ କରି ଡବଲ୍ କରିବାର ସ୍ୱପ୍ନ ଦେଖାଇଥିଲେ ଆଉ ପୂରଣ ବି କରିଥିଲେ । ଶ୍ରମିକଙ୍କଠୁ ମାତ୍ର ଦୁଇ ଟଙ୍କା କରି ଆଦାୟ କରୁଥିବା କମ୍ପାନି ଦିନେ ଦେଶର ସବୁଠୁ ବଡ଼ ଘରୋଇ କମ୍ପାନୀ ପାଲଟି ଯାଇଥିଲା । ରେଲୱେ ପରେ ସବୁଠୁ ଅଧିକ ନିଯୁକ୍ତି ସାହାରା ଦେଇଥିଲା ।
ଚିଟଫଣ୍ଡରୁ ବୀମା, କ୍ରୀଡ଼ା, ଏୟାରଲାଇନସ୍, ହୋଟେଲ, ବିୟୁଟି ପ୍ରଡକ୍ଟ, ଗଣମାଧ୍ୟମ ସଂସ୍ଥା, କହିବାକୁ ଗଲେ ସବୁ କିଛିରେ ଦବଦବା ଥିଲା ସାହାରାର । ସାହାରାର କର୍ମଚାରୀଙ୍କ ପାଇଁ ଥିଲା ସ୍ୱତନ୍ତ୍ର ୟୁନିଫର୍ମ, ଆଉ ସେମାନେ ସୁବ୍ରତଙ୍କୁ ‘ସାହରା ଶ୍ରୀ’ ଭାବେ ସମ୍ବୋଧନ କରୁଥିଲେ ।...ବଡ଼ ରାଜନେତା, କ୍ରୀଡ଼ାବିତ, ଫିଲ୍ମ ଷ୍ଟାରଙ୍କ ସହ ଥିଲା ସୁବ୍ରତଙ୍କ ଅତି ଘନିଷ୍ଠତା ।
Also Read
୨୦୧୨ରୁ ସୁବ୍ରତ ରାୟଙ୍କ ଖରାପ ସମୟ ଆରମ୍ଭ ହୋଇଥିଲା । ବେଆଇନ ଅର୍ଥ କାରବାର, ଲୋକଙ୍କ ଟଙ୍କା ଠକିଥିବା ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା SEBI । ଏପରିକି SEBI ତଦନ୍ତ ବେଳେ ୧୨୮ଟି ଟ୍ରକରେ ଭର୍ତ୍ତି ଡକ୍ୟୁମେଣ୍ଟ ଆଣି ଚର୍ଚ୍ଚାକୁ ଆସିଥିଲେ ସୁବ୍ରତ ରାୟ । ଆଇନ ଜାଲରେ ଛନ୍ଦି ହେବା ପରେ ସାହାରାର ପ୍ରାୟ ସବୁ ବ୍ୟବସାୟ ବନ୍ଦ ହୋଇଥିଲା । ସୁବ୍ରତ ରାୟ ଲୋକଙ୍କ ଟଙ୍କା ଠକିଥିବା ଅଭିଯୋଗ ପରେ ଗିରଫ ହୋଇ ତିହାର ଜେଲ ବି ଯାଇଥିଲେ ।
ସାହାରା ଚିଟଫଣ୍ଡର ପଇସା ଫେରି ପାଇବା ପାଇଁ କେନ୍ଦ୍ର ସରକାର କିଛି ମାସ ତଳେ ରିଫଣ୍ଡ୍ ୱେବସାଇଟ୍ ଆରମ୍ଭ କରିଥିଲେ ।...ଏବେ ତାଙ୍କ ଦେହାନ୍ତ ପରେ ଏପ୍ରକ୍ରିୟା କିପରି ପରିଚାଳନା ହେବ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।...