Advertisment

ସକାଳୁ ସକାଳୁ ଥରାଇ ଦେଲା ଭୂକମ୍ପ

ଦିଲ୍ଲୀ ଓ ଏହାର ଆଖପାଖ ସହରରେ ଆଜି ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକସ୍ତାନ ସୀମା ବୋଲି ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Earthquake

Earthquake

Advertisment

ଦିଲ୍ଲୀ ଓ ଏହାର ଆଖପାଖ ସହରରେ ଆଜି ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୭ ରେକର୍ଡ କରାଯାଇଛି। ଦିଲ୍ଲୀ ସହ ଜମ୍ମୁ-କାଶ୍ମୀର, ହରିୟାଣାରେ ବି ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକସ୍ତାନ ସୀମା ବୋଲି ସୂଚନା ମିଳିଛି।

Advertisment

ଉତ୍ତରପ୍ରଦେଶର ନୋଏଡାରେ ମଧ୍ୟ ୨୦ ସେକେଣ୍ଡ ପାଇଁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପ ଯୋଗୁ ଭୟରେ ଲୋକମାନେ ଘରୁ ବାହାରି ଆସିଥିବା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ-ତାଜିକସ୍ତାନ ସୀମାରେ ଆଜି ସକାଳ ୯ଟା ୪୫ ମିନିଟ୍‌ରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଭୂକମ୍ପର ଗଭୀରତା ୧୮୧ କି.ମି. ଥିଲା। ଏନେଇ National Centre for Seismology ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। 

Advertisment

Earthquake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ